୯ଟି ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଚାଷ – ଡିଜିପି
ଗଞ୍ଜାମ : ରାଜ୍ୟରୁ ନୀଳଜହର ସମୂଳେ ନାଶ କରିବା ଲକ୍ଷରେ ଓଡିଶା ପୋଲିସ । ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍ । ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ପରିମାଣ ପ୍ରାୟ ୬ କୋଟି ହେବ ବୋଲି ଅନୁମାନ କରାଯାଉଛି । ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପୁଲିସ ନଭେମ୍ବର ମାସ ଆରମ୍ଭରୁ […]

ଗଞ୍ଜାମ : ରାଜ୍ୟରୁ ନୀଳଜହର ସମୂଳେ ନାଶ କରିବା ଲକ୍ଷରେ ଓଡିଶା ପୋଲିସ । ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍ । ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ପରିମାଣ ପ୍ରାୟ ୬ କୋଟି ହେବ ବୋଲି ଅନୁମାନ କରାଯାଉଛି । ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପୁଲିସ ନଭେମ୍ବର ମାସ ଆରମ୍ଭରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି, ଯାହା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ-୨୦୨୫ ପର୍ଯ୍ୟନ୍ତ ଜାରି ରହିବ ।
ରାଜ୍ୟରେ ୯ ଟି ଜିଲ୍ଲାରେ ଗଞ୍ଜେଇ ଚାଷ ବଢି ଚାଲିଥିବା ସୂଚନା ଦେଇଛନ୍ତି ଡିଜିପି । ବିଶେଷକରି ବଡ଼ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଥିବା କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ର ପାଲଟିଛି । ଡ୍ରୋନ୍ ଓ ସାଟେଲାଇଟ୍ ମାଧ୍ୟମରେ ଏଥିପ୍ରତି କଡ଼ା ନଜର ରଖାଯାଇଛି। ଉକ୍ତ ସ୍ଥାନରୁ ମଧ୍ୟ ଗଞ୍ଜେଇ ମୂଳପୋଛ ହେବାକୁ ଲକ୍ଷ୍ୟ ରହିଛି ।
ରବିବାର ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ଜୁରାପେଟା ଗାଁ ନିକଟରେ ଚଢାଉ କରି ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଜୁରାପେଟା ଗାଁ ନିକଟସ୍ତ ଜମିରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ହୋଇଥିବା ପୋଲିସ ସୂଚନା ପାଇଥିଲା । ଏହାପରେ ଗଜପତି ଏସପିଙ୍କ ନିର୍ଦେଶ କ୍ରମେ ଚଢାଉ ହୋଇଥିଲା । ଏହି ଚଢାଉରେ ପ୍ରାୟ ୨୮ ଏକର ଜମିରେ ହୋଇଥିବା ବେଆଇନ ଭାବେ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛି ମିଳିତ ବାହୀନି । ଏହି ଚଢାଉରେ ପୋଲିସ, ଅବକାରୀ, ବନ ବିଭାଗ କର୍ମଚାରୀ ଓ ରାଜସ୍ୱ କର୍ମଚାରୀ ସାମିଲ ଥିଲେ ।
ତେବେ ଗତ ତିନି ଦିନ ମଧ୍ୟରେ ୩ଟି ସ୍ଥାନରେ ଚଢ଼ାଉ କରି ୧୧୩ ଏକର ଜମିରେ ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଶୁକ୍ରବାର କୁଟିମେରା ଗାଁ ନିକଟରେ ଚଢ଼ାଉ କରି ୪୨ ଏକର ଜମିରେ ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ସେହିପରି ଶନିବାର ନାରଙ୍ଗି ଗାଁ ନିକଟରେ ଚଢ଼ାଉ କରି ୪୩ ଏକର ଜମିରେ ୮ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ ।