ରାଶିଫଳ: ଗୁରୁବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଯାତ୍ରା, ବାଣିଜ୍ୟ, ପାରିବାରିକ ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଅର୍ଥ, ସମ୍ମାନ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁ ମିଳନ, ନୂତନ ବସ୍ତ୍ରାଭରଣ, ସୌଜନ୍ୟମୂଳକ ସାକ୍ଷାତାଲୋଚନା ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ। ବୃଷ ବୃହସ୍ପତିଙ୍କ ପ୍ରଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଉପକୃତ ହେବେ। ଘରଲୋକଙ୍କ ବ୍ୟତୀତ ବାହାର ଲୋକଙ୍କ ମାଧ୍ୟମରେ ଅନଟନ ଦୂରେଇଯିବ। ଆଜି ଦିନଟିରେ ପ୍ରତିଯୋଗିତାରେ ସଫଳତା ଏବଂ ମାଲିମକଦ୍ଦମାରେ ବିଜୟ ପ୍ରାପ୍ତି ହୋଇପାରେ। […] The post ରାଶିଫଳ: ଗୁରୁବାର, ଜାନୁଆରୀ ୩୦ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ଜାନୁଆରୀ ୩୦ ତାରିଖ – Daily Horoscope
ମେଷ
ଆଜିର ଗ୍ରହଯୋଗ ଯାତ୍ରା, ବାଣିଜ୍ୟ, ପାରିବାରିକ ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଅର୍ଥ, ସମ୍ମାନ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁ ମିଳନ, ନୂତନ ବସ୍ତ୍ରାଭରଣ, ସୌଜନ୍ୟମୂଳକ ସାକ୍ଷାତାଲୋଚନା ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ।
ବୃଷ
ବୃଷ
ବୃହସ୍ପତିଙ୍କ ପ୍ରଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଉପକୃତ ହେବେ। ଘରଲୋକଙ୍କ ବ୍ୟତୀତ ବାହାର ଲୋକଙ୍କ ମାଧ୍ୟମରେ ଅନଟନ ଦୂରେଇଯିବ। ଆଜି ଦିନଟିରେ ପ୍ରତିଯୋଗିତାରେ ସଫଳତା ଏବଂ ମାଲିମକଦ୍ଦମାରେ ବିଜୟ ପ୍ରାପ୍ତି ହୋଇପାରେ। ବାଣିଜ୍ୟ, ଆନୁଷ୍ଠାନିକ କାର୍ଯ୍ୟ ଏବଂ ବିବାଦୀୟ ପରିସ୍ଥିତି କ୍ରମଶଃ ଦୂରେଇଯିବ।
ମିଥୁନ
ମିଥୁନ
ଭୁଲ୍‍ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ କାନକୁହା କଥାରେ ପାରିବାରିକ ଅସ୍ଥିରତା ସୃଷ୍ଟି ହେବ। ସକାଳୁ କୌଣସି ବନ୍ଧୁଙ୍କ ଡାକରା ଆପଣଙ୍କୁ ଚଳଚଞ୍ଚଳ କରିଦେବ। କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍‍ ନିଷ୍ପତ୍ତି ଯୋଗୁ ସମାଲୋଚିତ ହେବାକୁ ପଡିବାର ଆଶଙ୍କା ରହିଛି। ବ୍ୟବସାୟିକ ସ୍ଥିତି ଓ ବିବାଦୀୟ ପରିସ୍ଥିତି ଅମୀମାଂସିତ ରହିବ।
କର୍କଟ
କର୍କଟ
କୌଣସି ନୂଆ କାମଟିଏ ଆରମ୍ଭ କରିବାକୁ ଯାଇ ବ୍ୟୟବରାଦ କରିପାରନ୍ତି। ସାମାଜିକ ସ୍ତରରେ ପ୍ରଗତି ମାନସିକ ସ୍ଥିତିକୁ ବହୁ ପରିମାଣରେ ବୃଦ୍ଧି କରିବ। ଗୃହ, ଯାନବାହନ, ଶିଳ୍ପ, ବାଣିଜ୍ୟ, ପରିବହନ ବାଧାପ୍ରାପ୍ତ ହେବ ନାହିଁ। ତଥାପି ସାମୟିକ ଭାବରେ ଅତୀତ କଥା ଓ ଉପସ୍ଥିତ ସମସ୍ୟା ସମ୍ପର୍କିତ ଚିନ୍ତାରେ ମନ ଉଦ୍‍ବିଗ୍ନ ରହିପାରେ।
ସି˚ହ
ସି˚ହ
କୃତି ଓ କୃତିତ୍ୱ କାରଣରୁ ସାମାଜିକ ପ୍ରତିଷ୍ଠାସହ ଲକ୍ଷ୍ୟପୂରଣରେ ସମର୍ଥହେବେ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍‍ଶିପ୍‍ ଓ ସଭାସମିତିରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବେ। ଆନୁଷ୍ଠାନିକ କାର୍ଯ୍ୟ, ଜମିଜମା, ମାଲିମକଦ୍ଦମା ସମ୍ପର୍କିତ ଦୁଶ୍ଚିନ୍ତା ମଧ୍ୟ ରହିବାର ସୂଚନା ରହିଛି।
କନ୍ୟା
ଶୁଭଗ୍ରହଙ୍କ ପ୍ରଭାବ କାର୍ଯ୍ୟସିଦ୍ଧି, ଅର୍ଥଗୌରବ, ବନ୍ଧୁଙ୍କ ଆଦର ପ୍ରାପ୍ତି କରାଇପାରେ। କିନ୍ତୁ କର୍ମକ୍ଷେତ୍ରରେ ଭାବପ୍ରବଣତା ଯୋଗୁ ସାମୟିକ ଆନମନା ରହିପାରନ୍ତି। ଆତ୍ମୀୟମାନଙ୍କ ପରାମର୍ଶରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ବୃତ୍ତି, ବାଣିଜ୍ୟ, କ୍ରୟବିକ୍ରୟ, ଯାତ୍ରା, ବିବାଦ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି।
ତୁଳା
ତୁଳା
ସୁବିଚାର ବ୍ୟତିରେକ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି କର୍ମାରମ୍ଭ କଲେ ଭୁଲ୍‍ କରିବେ। ନିର୍ମାଣାଧୀନ କାମ, ଚୁକ୍ତିପତ୍ର, ଜମି କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ସଭାସମିତି, ଲେଖାପଢା, କଳା, ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଜିର ଯାତ୍ରା, କର୍ମାରମ୍ଭ ଓ ସରକାରୀ ସ୍ତରରେ ଦେଖାସାକ୍ଷାତ୍‍ରୁ ଉପକୃତ ହେବେ।
ବିଛା
ବିଛା
ଆଜି କାମରେ ସନ୍ତୋଷ ପାଇବା ସାଙ୍ଗକୁ କିଛି ବିରକ୍ତିକର ପରିସ୍ଥିତି ସାମ୍ନାକୁ ଆସିବ। ଅଫିସ କାମରେ, ପ୍ରଶାସନିକ ସ୍ତରରେ, ରାଜନୈତିକ କ୍ଷେତ୍ରରେ ଟେନ୍‍ସନ୍‍ ଦୂର ହେବ। ସାମାଜିକ ସ୍ତରରେ ନୂତନ ବସ୍ତ୍ରଭୂଷଣ, ସମ୍ମାନ ପ୍ରାପ୍ତି ଯୋଗ ମଧ୍ୟ ରହିଛି। ପାରିବାରିକ ସମସ୍ୟା ସଜାଡିବାରେ ଯତ୍ନବାନ୍‍ ହେବେ ଓ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି।
ଧନୁ
ଧନୁ
ଆଜି ଅଧିକାଂଶ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରାରେ ବିଷାଦିତ ହେବେ। ସମୟାନ୍ତରରେ ବିରକ୍ତିଭାବ ଦୂରେଇଯିବ, ଧୈର୍ଯ୍ୟ ବୃଦ୍ଧି ପାଇବ ଯାହାକି ଆଜି ପାଇଁ ଆବଶ୍ୟକ ରହିଛି। ପାରିବାରିକ ସମସ୍ୟା ସମାଧାନ ହେବାରେ ବନ୍ଧୁଙ୍କ ପରାମର୍ଶ ମାନିବା ଭଲ। କଳା, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ସମ୍ମାନିତ ହେବେ।
ମକର
ମକର
ଆଜି ବିବାଦୀୟ ଚିନ୍ତାଧାରା ସାଙ୍ଗକୁ ଦୁର୍ଭାବନା ମାନସିକ ଅସ୍ଥିରତାର କାରଣ ସାଜିପାରେ। ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି। ଆଲୋଚନାର ଶେଷ ପର୍ଯ୍ୟାୟରେ ବନ୍ଧୁ ସମ୍ପର୍କହାନିର ଆଶଙ୍କା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଆଜିର ଯାତ୍ରାରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥନୈତିକ ସ୍ଥିତି ସାମାଜିକ ପ୍ରଗତି କ୍ଷେତ୍ରରେ ବହୁ ମାତ୍ରାରେ ସହାୟକ ହୋଇପାରିବ।
ମୀନମୀନ

ପାରିବାରିକ ସମସ୍ୟା ସୁଧାରିବାରେ ହିତୈଷୀଙ୍କ ପରାମର୍ଶ ଗ୍ରହଣ କଲେ ଉପକୃତ ହେବେ। ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି। ଭ୍ରମଣ, ରାଜନୀତି, ପ୍ରଶାସନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଦିନଟି ବହୁତ ଭଲ। ନୂତନ ବନ୍ଧୁତ୍ୱ ସ୍ଥାପନ ସକାଶେ ମନ ବଳାଇପାରନ୍ତି।

The post ରାଶିଫଳ: ଗୁରୁବାର, ଜାନୁଆରୀ ୩୦ ତାରିଖ – Daily Horoscope appeared first on Dharitri Odia News.