ମନୀଷ୍ ସିସୋଦିଆଙ୍କୁ ପୁଣି ଝଟକା; ମେ' ୩୧ ପର୍ଯ୍ୟନ୍ତ ବଢ଼ିଲା ହାଜତ ଅବଧି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହିତ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ମନିଷ୍ ସିସୋଦିଆଙ୍କୁ ଝଟକା । ସିସୋଦିଆଙ୍କ ନ୍ୟାୟିକ୍ ହେପାଜତକୁ ମେ’ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି ରାଉଜ୍ ଆଭେନ୍ୟୁ କୋର୍ଟ । ମଙ୍ଗଳବାର ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଭିଡିଓ କନଫେରିନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ରାଉଜ୍ ଆଭେନ୍ୟୁ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମନୀଷ ସିସୋଦିଆଙ୍କୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଢ଼ାଇଛନ୍ତି । ସୂଚନା ଅନୁଯାୟୀ, ମେ’୨୧ ତାରିଖରେ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେଉଥିଲା । ତେଣୁ ସେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ମେ’ ୩୧ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କୁ ଜେଲକୁ ପଠାଇଛନ୍ତି । ସେପଟେ ଆଜି ସୋସିଦିଆଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ । ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ସହିତ ଜଡ଼ିତ ଭ୍ରଷ୍ଟାଚାର ଏବଂ ମନି ଲଣ୍ଡ୍ରିଂ ମାମଲାରେ ନିମ୍ନ ଅଦାଲତରେ ଆବେଦନ ଖାରଜ୍ ହେବା ପରେ ଜାମିନ୍ ପାଇଁ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମେ’ ୧୪ ତାରିଖରେ ଜାମିନ୍ ଆବେଦନର ଶୁଣାଣି କରି ଉଚ୍ଚ ଅଦାଲତ ରାୟ ସଂରକ୍ଷିତ ରହିଖିଛନ୍ତି । ମେ’ ୨୧ ଅର୍ଥାତ୍ ଆଜି ସିସୋଦିଆଙ୍କ ଜାମିନକୁ ନେଇ ନିଷ୍ପତ୍ତି ନେବେ କୋର୍ଟ ।
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହିତ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ମନିଷ୍ ସିସୋଦିଆଙ୍କୁ ଝଟକା । ସିସୋଦିଆଙ୍କ ନ୍ୟାୟିକ୍ ହେପାଜତକୁ ମେ’ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି ରାଉଜ୍ ଆଭେନ୍ୟୁ କୋର୍ଟ । ମଙ୍ଗଳବାର ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଭିଡିଓ କନଫେରିନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ରାଉଜ୍ ଆଭେନ୍ୟୁ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମନୀଷ ସିସୋଦିଆଙ୍କୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଢ଼ାଇଛନ୍ତି ।
ସୂଚନା ଅନୁଯାୟୀ, ମେ’୨୧ ତାରିଖରେ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେଉଥିଲା । ତେଣୁ ସେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ମେ’ ୩୧ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କୁ ଜେଲକୁ ପଠାଇଛନ୍ତି । ସେପଟେ ଆଜି ସୋସିଦିଆଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ ।
ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ସହିତ ଜଡ଼ିତ ଭ୍ରଷ୍ଟାଚାର ଏବଂ ମନି ଲଣ୍ଡ୍ରିଂ ମାମଲାରେ ନିମ୍ନ ଅଦାଲତରେ ଆବେଦନ ଖାରଜ୍ ହେବା ପରେ ଜାମିନ୍ ପାଇଁ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମେ’ ୧୪ ତାରିଖରେ ଜାମିନ୍ ଆବେଦନର ଶୁଣାଣି କରି ଉଚ୍ଚ ଅଦାଲତ ରାୟ ସଂରକ୍ଷିତ ରହିଖିଛନ୍ତି । ମେ’ ୨୧ ଅର୍ଥାତ୍ ଆଜି ସିସୋଦିଆଙ୍କ ଜାମିନକୁ ନେଇ ନିଷ୍ପତ୍ତି ନେବେ କୋର୍ଟ ।