ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣି

ଭୁବନେଶ୍ଵର: ଆସନ୍ତା ୨୪ ଘଂଟାରେ ବର୍ଷା । ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା।  ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରୀ କଲା ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ଯାଏଁ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆରବସାଗରରୁ ଜଳୀୟ ବାଷ୍ପର ପ୍ରଭାବ ଅଧିକ ରହୁଛି। ଦକ୍ଷିଣ  ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି,ବର୍ଷା ହେଉଛି । ରାଜ୍ୟରେ ଜାରି ରହିଛି ବର୍ଷା। ଉପକୂଳରୁ ଦକ୍ଷିଣ ସବୁଠି ଜାରି ରହିଛି ବର୍ଷା। ଆଗାମୀ ୪ ଦିନ ଧରି ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ।ଯାହାର ପ୍ରଭାବରେ ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଓଡିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,ଦେବଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ,କଳାହାଣ୍ଡି ରେ ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। Also read: ପ୍ରେମ ସମ୍ପର୍କକୁ ନେଇ ଶାଳୀ-ଭିଣୋଇ ପିଇ ଦେଲେ ବିଷ, ଭିଣୋଇ ମୃତସେହିପରି ମୌସୁମୀ ସିଜିନରେ

ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣି

ଭୁବନେଶ୍ଵର: ଆସନ୍ତା ୨୪ ଘଂଟାରେ ବର୍ଷା । ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା।  ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରୀ କଲା ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ଯାଏଁ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆରବସାଗରରୁ ଜଳୀୟ ବାଷ୍ପର ପ୍ରଭାବ ଅଧିକ ରହୁଛି। ଦକ୍ଷିଣ  ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି,ବର୍ଷା ହେଉଛି । 

ରାଜ୍ୟରେ ଜାରି ରହିଛି ବର୍ଷା। ଉପକୂଳରୁ ଦକ୍ଷିଣ ସବୁଠି ଜାରି ରହିଛି ବର୍ଷା। ଆଗାମୀ ୪ ଦିନ ଧରି ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ।ଯାହାର ପ୍ରଭାବରେ ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଓଡିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,ଦେବଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ,କଳାହାଣ୍ଡି ରେ ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। 

Also read: ପ୍ରେମ ସମ୍ପର୍କକୁ ନେଇ ଶାଳୀ-ଭିଣୋଇ ପିଇ ଦେଲେ ବିଷ, ଭିଣୋଇ ମୃତ

ସେହିପରି ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ବାଭାବିକ ରହିଛି ବର୍ଷା ପରିମାଣ। ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ।

ସେପଟେ ବିଶେଷଜ୍ଞ କହିଛନ୍ତି ବର୍ତମାନ ଆରବସାଗରରୁ ଜଳୀୟ ବାଷ୍ପର ପ୍ରଭାବ ଅଧିକ ରହୁଛି। ଦକ୍ଷିଣ  ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି,ବର୍ଷା ହେଉଛି । ଅଳ୍ପ ତାପମାତ୍ରାରେ ଗୁଳୁଗୁଳି ୮୦ ପ୍ରତିଶତରୁ ଅଧିକ ରହୁଛି । ରାତିରେ ୧୦୦ ପ୍ରତିଶତ ରହୁଛି । ପ୍ରଭାବରେ ଦିନ ୨ରୁ ସଂଧ୍ୟା ୬ଟା ଯାଏଁ ତୁହାକୁ ତୁହା ବର୍ଷା ହେବ । କିନ୍ତୁ ବର୍ଷାର ପରିମାଣ କମ୍ ରହିବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । 

୭ ରେ ବଙ୍ଗୋପସାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅଧିକ ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତା ୫ ଦିନ ଯାଏଁ ଉପାନ୍ତରୁ ଉପକୁଳ ବର୍ଷା ହେବ । ତେବେ ଅନେକ ସ୍ଥାନରେ ଭଲ ବର୍ଷା ହେଲେ ହୁଏତ ନିଅଣ୍ଟିଆ ବର୍ଷା ଭରଣ ହୋଇପାରେ ।