୧୭ ପ୍ରତିଶତ କମିଛି ଚିନି ଉତ୍ପାଦନ: ବଢ଼ିବ କି ଦର?

ନୂଆଦିଲ୍ଲୀ: କମିଲା ଚିନି ଉତ୍ପାଦନ। ବଢ଼ିପାରେ ଦର। ୨୦୨୪-୨୫ ଚିନି ଉତ୍ପାଦନ ସମୟରେ ବର୍ଷ ଆଧାରରେ ଏହାର ଉତ୍ପାଦନ ୧୭ ପ୍ରତିଶତ ହ୍ରାସ ପାଇଛି। ଇଥାନଲ ପାଇଁ ଚିନିର ଅଧିକ ବ୍ୟବହାର ଓ ମହାରାଷ୍ଟ୍ର ଓ କର୍ଣ୍ଣାଟରେ ଆଖୁ ପେଡ଼ିବାର ବିଳମ୍ବ ଯୋଗୁ ଚିନି ଉତ୍ପାଦନ ହ୍ରାସ ପାଇଛି ବୋଲି ଭାରତୀୟ ଚିନି ଏବଂ ବାୟୋ-ଏନର୍ଜି ଉତ୍ପାଦନକାରୀ ସଂଘ (ISMA) ସୂଚନା ଦେଇଛି। ଚଳିତ ଋତୁରେ ଡିସେମ୍ବର ପର୍ଯ୍ୟନ୍ତ ଚିନି ଉତ୍ପାଦନ ୬୧.୩୯ ଲକ୍ଷ ଟନ୍‌ ହୋଇଥିବା ବେଳେ ଗତ ବର୍ଷ ସମାନ ଅବଧିରେ ୭୪.୦୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଥିଲା। ଆଇଏସଏମଏ ଆହୁରି କହିଛି “ଚଳିତ ବର୍ଷ ଇଥାନଲ ପାଇଁ ଚିନି ବ୍ୟବହାର ପ୍ରାୟ ୪୦ ଲକ୍ଷ ଟନରୁ ଅଧିକ ବୋଲି ଆକଳନ କରାଯାଇଛି। ଯାହା ଗତ ବର୍ଷ ପ୍ରାୟ ୨୧.୫ ଲକ୍ଷ ଟନ୍ ରହିଥିଲା।” ତେବେ ଗତ ବର୍ଷ ଦେଶରେ ଚିନି ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଇଥାନଲ ପ୍ରସ୍ତୁତି ପାଇଁ ଚିନି ବ୍ୟବହାରକୁ ବନ୍ଦ କରିଦେଇଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏବଂ କର୍ଣ୍ଣାଟକରେ ଆଖୁ ପେଡ଼ିବା କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେବା ମଧ୍ୟ ଦେଶରେ ଚିନି ଉତ୍ପାଦନର ଗତିକୁ ମନ୍ଥର କରିଦେଇଛି। ଏହା ବାଦ୍ ଇଥାନଲ ପାଇଁ ଚିନିର ବହୁଳ ବ୍ୟବହାର ଉତ୍ପାଦନ ହ୍ରାସର ଏକ ପ୍ରମୁଖ କାରଣ ବୋଲି ଆଇଏସଏମଏ କହିଛି। ଗତ ବର୍ଷ ୪୯୬ କାରଖାନା ଚିନି ଉତ୍ପାଦନ କରୁଥିଲେ, ହେଲେ ଚଳିତ ବର୍ଷ ୪୭୭ କାରଖାନା କାର୍ଯ୍ୟକ୍ଷମ ଥିଲା।ଏନ

୧୭ ପ୍ରତିଶତ କମିଛି ଚିନି ଉତ୍ପାଦନ: ବଢ଼ିବ କି ଦର?

ନୂଆଦିଲ୍ଲୀ: କମିଲା ଚିନି ଉତ୍ପାଦନ। ବଢ଼ିପାରେ ଦର। ୨୦୨୪-୨୫ ଚିନି ଉତ୍ପାଦନ ସମୟରେ ବର୍ଷ ଆଧାରରେ ଏହାର ଉତ୍ପାଦନ ୧୭ ପ୍ରତିଶତ ହ୍ରାସ ପାଇଛି। ଇଥାନଲ ପାଇଁ ଚିନିର ଅଧିକ ବ୍ୟବହାର ଓ ମହାରାଷ୍ଟ୍ର ଓ କର୍ଣ୍ଣାଟରେ ଆଖୁ ପେଡ଼ିବାର ବିଳମ୍ବ ଯୋଗୁ ଚିନି ଉତ୍ପାଦନ ହ୍ରାସ ପାଇଛି ବୋଲି ଭାରତୀୟ ଚିନି ଏବଂ ବାୟୋ-ଏନର୍ଜି ଉତ୍ପାଦନକାରୀ ସଂଘ (ISMA) ସୂଚନା ଦେଇଛି। ଚଳିତ ଋତୁରେ ଡିସେମ୍ବର ପର୍ଯ୍ୟନ୍ତ ଚିନି ଉତ୍ପାଦନ ୬୧.୩୯ ଲକ୍ଷ ଟନ୍‌ ହୋଇଥିବା ବେଳେ ଗତ ବର୍ଷ ସମାନ ଅବଧିରେ ୭୪.୦୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଥିଲା। 
ଆଇଏସଏମଏ ଆହୁରି କହିଛି “ଚଳିତ ବର୍ଷ ଇଥାନଲ ପାଇଁ ଚିନି ବ୍ୟବହାର ପ୍ରାୟ ୪୦ ଲକ୍ଷ ଟନରୁ ଅଧିକ ବୋଲି ଆକଳନ କରାଯାଇଛି। ଯାହା ଗତ ବର୍ଷ ପ୍ରାୟ ୨୧.୫ ଲକ୍ଷ ଟନ୍ ରହିଥିଲା।” ତେବେ ଗତ ବର୍ଷ ଦେଶରେ ଚିନି ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଇଥାନଲ ପ୍ରସ୍ତୁତି ପାଇଁ ଚିନି ବ୍ୟବହାରକୁ ବନ୍ଦ କରିଦେଇଥିଲେ। 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏବଂ କର୍ଣ୍ଣାଟକରେ ଆଖୁ ପେଡ଼ିବା କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେବା ମଧ୍ୟ ଦେଶରେ ଚିନି ଉତ୍ପାଦନର ଗତିକୁ ମନ୍ଥର କରିଦେଇଛି। ଏହା ବାଦ୍ ଇଥାନଲ ପାଇଁ ଚିନିର ବହୁଳ ବ୍ୟବହାର ଉତ୍ପାଦନ ହ୍ରାସର ଏକ ପ୍ରମୁଖ କାରଣ ବୋଲି ଆଇଏସଏମଏ କହିଛି। ଗତ ବର୍ଷ ୪୯୬ କାରଖାନା ଚିନି ଉତ୍ପାଦନ କରୁଥିଲେ, ହେଲେ ଚଳିତ ବର୍ଷ ୪୭୭ କାରଖାନା କାର୍ଯ୍ୟକ୍ଷମ ଥିଲା।

ଏନେଇ ଆଇଏସଏମଏ କହିଛି “ଚଳିତ ବର୍ଷ ବର୍ଷ କର୍ଣ୍ଣାଟକର ଚିନି କାରଖାନା ପ୍ରାୟ ୭-୧୨ ଦିନ ବିଳମ୍ବରେ ଆଖୁ ପେଡ଼ା ଆରମ୍ଭ କରିଥିଲା। ସେହିପରି ମହାରାଷ୍ଟ୍ରର ଚିନି ମିଲଗୁଡ଼ିକ ଗତ ବର୍ଷ ତୁଳନାରେ ୧୫ -୨୦ ଦିନ ବିଳମ୍ବରେ ଆରମ୍ଭ ହୋଇଛି। ଆଇଏସଏମଏ କହିଛି ଯେ, ଏହି ପ୍ରମୁଖ ରାଜ୍ୟଗୁଡିକରେ ବିଳମ୍ବ ଆରମ୍ଭ ହେବା ସତ୍ତ୍ୱେ ବି ବର୍ତ୍ତମାନ କାରଖାନା ସଂଖ୍ୟା ଏବଂ ସଂପୃକ୍ତ କାରଖାନାରେ ଆଖୁପେଡ଼ା ହାର ଦ୍ରୁତ ଗତିରେ ବଢ଼ୁଛି।”