ଅବକାରୀ ସ୍ପେଶାଲ ସ୍କ୍ୱାର୍ଡର ଚଢଉ, ୮୫ ଗ୍ରାମ ହିରୋଇନ ଜବତ, ଦୁଇ ଗିରଫ

ସାଲେପୁର: ଅବକାରୀ ସ୍ପେଶାଲ ସ୍କ୍ୱାର୍ଡ ଓ ସାଲେପୁର ପୋଲିସର ମିଳିତ ଚଢାଉ । ହରିଚନ୍ଦନପୁର ବ୍ୟାରେଜ ନିକଟରୁ ଦୁଇ ଜଣ ଯୁବକଙ୍କ ଠାରୁ ୮୫ ଗ୍ରାମ ହେରୋଇନି ସହ ଗୋଟିଏ ବାଇକ ଜବତ କରାଯାଇଛି। ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଥିବା ଜଣା ଯାଇଛି।ଖବରରୁ ପ୍ରକାଶ ସାଲେପୁର ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ସୂଚନା ପାଇ କଟକ ଅବକାରୀ ସ୍ଵତନ୍ତ୍ର ଟିମ ଓ ସାଲେପୁର ପୋଲିସର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରିଥିଲା। ଏହି ସମୟରେ ସ୍ଥାନୀୟ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଦୁଇ ଯୁବକ ସନ୍ଦେହ ଅବସ୍ଥାରେ ଠିଆ ହୋଇଥିବା ଦେଖି ପୋଲିସ କାବୁ କରିଥିଲା। ତାଙ୍କ ପାଖରୁ ୮୫ ଗ୍ରାମର ହିରୋଇନ ସହ ଗୋଟିଏ ବାଇକକୁ ଜବତ କରିଥିଲା। ଗିରଫ ଦୁଇ ଯୁବକ ଭାନ୍ତୁ ପ୍ରତାପ ସାହୁ ଓ ଭବାନୀ ଶଙ୍କର ଦାସ। ଦୁହେଁ ସାଲେପୁର ଅଞ୍ଚଳର ହୋଇଥିବା ବେଳେ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ସୂଚନା ଦେଇଛି ଅବକାରୀ ବିଭାଗ।

ଅବକାରୀ ସ୍ପେଶାଲ ସ୍କ୍ୱାର୍ଡର ଚଢଉ, ୮୫ ଗ୍ରାମ ହିରୋଇନ ଜବତ, ଦୁଇ ଗିରଫ

ସାଲେପୁର: ଅବକାରୀ ସ୍ପେଶାଲ ସ୍କ୍ୱାର୍ଡ ଓ ସାଲେପୁର ପୋଲିସର ମିଳିତ ଚଢାଉ । ହରିଚନ୍ଦନପୁର ବ୍ୟାରେଜ ନିକଟରୁ ଦୁଇ ଜଣ ଯୁବକଙ୍କ ଠାରୁ ୮୫ ଗ୍ରାମ ହେରୋଇନି ସହ ଗୋଟିଏ ବାଇକ ଜବତ କରାଯାଇଛି। ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଥିବା ଜଣା ଯାଇଛି।

ଖବରରୁ ପ୍ରକାଶ ସାଲେପୁର ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ସୂଚନା ପାଇ କଟକ ଅବକାରୀ ସ୍ଵତନ୍ତ୍ର ଟିମ ଓ ସାଲେପୁର ପୋଲିସର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରିଥିଲା। ଏହି ସମୟରେ ସ୍ଥାନୀୟ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଦୁଇ ଯୁବକ ସନ୍ଦେହ ଅବସ୍ଥାରେ ଠିଆ ହୋଇଥିବା ଦେଖି ପୋଲିସ କାବୁ କରିଥିଲା। ତାଙ୍କ ପାଖରୁ ୮୫ ଗ୍ରାମର ହିରୋଇନ ସହ ଗୋଟିଏ ବାଇକକୁ ଜବତ କରିଥିଲା। ଗିରଫ ଦୁଇ ଯୁବକ ଭାନ୍ତୁ ପ୍ରତାପ ସାହୁ ଓ ଭବାନୀ ଶଙ୍କର ଦାସ। ଦୁହେଁ ସାଲେପୁର ଅଞ୍ଚଳର ହୋଇଥିବା ବେଳେ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ସୂଚନା ଦେଇଛି ଅବକାରୀ ବିଭାଗ।