ବ୍ରଡବ୍ୟାଣ୍ଡ୍ ପାଇଁ ବିଗ୍ ଫାଇଟ୍: ଅମ୍ବାନୀ-ମସ୍କ ମୁହାଁମୁହିଁ !

ନୂଆଦିଲ୍ଲୀ: ଏଲନ୍ ମସ୍କ ଆଉ ମୁକେଶ ଅମ୍ବାନୀ। ଜଣେ ବିଶ୍ୱର ଏକ  ନମ୍ବର ଧନୀ, ଆଉ  ଜଣେ ଏସିଆର କୁବେର। ଏବେ ଏହି ଦୁଇ ଧନ କୁବେରଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଲଢ଼େଇ ପୁଣି ଭାରତୀୟ ଟେଲିକମ୍ ସେକ୍ଟରକୁ ନେଇ। କାରଣ ମସ୍କ ନିଜର ସାଟେଲାଇଟ ଇଣ୍ଟରନେଟ ସେବା ସହ ଭାରତୀୟ ବଜାରରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ତେଣୁ ସ୍ପେକ୍ଟ୍ରମ ନିଲାମ ନ ଡାକି ପ୍ରଶାସନିକ ସ୍ତରରେ ଆବଣ୍ଟନ କରାଯାଉ ବୋଲି ସେ ଚାହୁଁଛନ୍ତି। ଯାହାକୁ କିନ୍ତୁ ଘୋର ବିରୋଧ କରୁଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସର କହିବା କଥା ହେଲା ସାଟେଲାଇଟ ବ୍ରଣ୍ଡବ୍ୟାଣ୍ଡ ସ୍ପେକ୍ଟ୍ରମର ନିଲାମ କରାଯାଉ ଓ ସମସ୍ତଙ୍କୁ ନିଲାମୀରେ ସମାନ ସୁଯୋଗ ଦିଆଯାଉ। ଅନ୍ୟ ଭାରତୀୟ କମ୍ପାନୀ ଯଥା ଏୟାରଟେଲ ଏବଂ ଭୋଡଫୋନଆଇଡିଆ ମଧ୍ୟ ସମାନ ତର୍କ ରଖୁଛନ୍ତି। କଥା ଏମିତି ହୋଇଛି ଯେ ମସ୍କ ଅମ୍ବାନୀଙ୍କୁ ଫୋନ୍ କରିବେ ବୋଲି ମଧ୍ୟ କହିଛନ୍ତି। ତେବେ କ'ଣ ଏହି ପୂରା ମାମଲା ? କାହିକିଁ ମସ୍କ ଓ ଅମ୍ବାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଜାଣନ୍ତୁ ଏହି ରିପୋର୍ଟରେ।ଭାରତୀୟ ଟେଲିକମ ସେକ୍ଟରକୁ ନେଇ ଏବେ ମଇଦାନରେ ଏଲନ ମସ୍କ ଓ ମୁକେଶ ଅମ୍ବାନି। ସାଟେଲାଇଟ ବ୍ରଡବ୍ୟାଣ୍ଡ୍‌ ସ୍ପେକ୍ଟ୍ରମ ଆବଣ୍ଟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ ଧନୀ ବ୍ୟକ୍ତି। ଗତ ସପ୍ତାହରେ ଭାରତ ସରକାର ଏକ ବଡ଼ ଘୋଷଣା କରିଥିଲେ। ସରକାର କହିଥିଲେ ଭାରତରେ ସାଟେଲାଇଟ ବ୍ରଡ୍‌ବ୍ୟା‌ଣ୍ଡ୍‌ ସେବା ପାଇଁ ସ୍ପେକ

ବ୍ରଡବ୍ୟାଣ୍ଡ୍ ପାଇଁ ବିଗ୍ ଫାଇଟ୍: ଅମ୍ବାନୀ-ମସ୍କ ମୁହାଁମୁହିଁ !

ନୂଆଦିଲ୍ଲୀ: ଏଲନ୍ ମସ୍କ ଆଉ ମୁକେଶ ଅମ୍ବାନୀ। ଜଣେ ବିଶ୍ୱର ଏକ  ନମ୍ବର ଧନୀ, ଆଉ  ଜଣେ ଏସିଆର କୁବେର। ଏବେ ଏହି ଦୁଇ ଧନ କୁବେରଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଲଢ଼େଇ ପୁଣି ଭାରତୀୟ ଟେଲିକମ୍ ସେକ୍ଟରକୁ ନେଇ। କାରଣ ମସ୍କ ନିଜର ସାଟେଲାଇଟ ଇଣ୍ଟରନେଟ ସେବା ସହ ଭାରତୀୟ ବଜାରରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ତେଣୁ ସ୍ପେକ୍ଟ୍ରମ ନିଲାମ ନ ଡାକି ପ୍ରଶାସନିକ ସ୍ତରରେ ଆବଣ୍ଟନ କରାଯାଉ ବୋଲି ସେ ଚାହୁଁଛନ୍ତି। ଯାହାକୁ କିନ୍ତୁ ଘୋର ବିରୋଧ କରୁଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସର କହିବା କଥା ହେଲା ସାଟେଲାଇଟ ବ୍ରଣ୍ଡବ୍ୟାଣ୍ଡ ସ୍ପେକ୍ଟ୍ରମର ନିଲାମ କରାଯାଉ ଓ ସମସ୍ତଙ୍କୁ ନିଲାମୀରେ ସମାନ ସୁଯୋଗ ଦିଆଯାଉ। ଅନ୍ୟ ଭାରତୀୟ କମ୍ପାନୀ ଯଥା ଏୟାରଟେଲ ଏବଂ ଭୋଡଫୋନଆଇଡିଆ ମଧ୍ୟ ସମାନ ତର୍କ ରଖୁଛନ୍ତି। କଥା ଏମିତି ହୋଇଛି ଯେ ମସ୍କ ଅମ୍ବାନୀଙ୍କୁ ଫୋନ୍ କରିବେ ବୋଲି ମଧ୍ୟ କହିଛନ୍ତି। ତେବେ କ'ଣ ଏହି ପୂରା ମାମଲା ? କାହିକିଁ ମସ୍କ ଓ ଅମ୍ବାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଜାଣନ୍ତୁ ଏହି ରିପୋର୍ଟରେ।

ଭାରତୀୟ ଟେଲିକମ ସେକ୍ଟରକୁ ନେଇ ଏବେ ମଇଦାନରେ ଏଲନ ମସ୍କ ଓ ମୁକେଶ ଅମ୍ବାନି। ସାଟେଲାଇଟ ବ୍ରଡବ୍ୟାଣ୍ଡ୍‌ ସ୍ପେକ୍ଟ୍ରମ ଆବଣ୍ଟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ ଧନୀ ବ୍ୟକ୍ତି। ଗତ ସପ୍ତାହରେ ଭାରତ ସରକାର ଏକ ବଡ଼ ଘୋଷଣା କରିଥିଲେ। ସରକାର କହିଥିଲେ ଭାରତରେ ସାଟେଲାଇଟ ବ୍ରଡ୍‌ବ୍ୟା‌ଣ୍ଡ୍‌ ସେବା ପାଇଁ ସ୍ପେକ୍ଟ୍ରମ ଆବଣ୍ଟନ, ନିଲାମି ବଦଳରେ ପ୍ରଶାସନିକ ଭାବରେ କରାଯିବ। ବାସ୍ ଏଇଠୁ ଆରମ୍ଭ ହୋଇଛି ସବୁ ବିଦବିବାଦ। ଭାରତ ସରକାରଙ୍କ ନିଷ୍ପତ୍ତିକୁ ମସ୍କ ପ୍ରଶଂସା କରୁଥିବା ବେଳେ ଅମ୍ବାନୀ କିନ୍ତୁ ନାଖୁସ ଅଛନ୍ତି। ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ କହିଛି ବିଶ୍ୱ ସ୍ତରରେ ଏମିତି ହିଁ ହେଉଛି। ତେଣୁ ଗ୍ଲୋବାଲ ଟ୍ରେଣ୍ଡକୁ ଅନୁସରଣ କରି ପ୍ରଶାସନିକ ଆବଣ୍ଟନ ଜରିଆରେ ସ୍ପେକ୍ଟ୍ରମ ଦିଆଯାଉ। କିନ୍ତୁ ଜିଓ ଏହାକୁ ବିରୋଧ କରି ପ୍ରଶାସନିକ ଆବଣ୍ଟନ ବଦଳରେ ନିଲାମୀ କରାଯାଉ ବୋଲି କହୁଛି। 

ନିକଟରେ ଜିଓ ମଧ୍ୟ ପୂରା ମାମଲାକୁ ନେଇ ଟ୍ରାଇକୁ ଚିଠି ଲେଖିଛି। ଜିଓର କହିବା କଥା ହେଲା ସ୍ପେକ୍ଟ୍ରମକୁ ଏମିତି ନିଲାମ କରାଯାଉ, ଯେଉଁଥିରେ ଘରୋଇ ଅପରେଟର୍ସମାନଙ୍କୁ ବରାବର ସୁଯୋଗ ମିଳିବ। ଅମ୍ବାନୀଙ୍କର ଏପରି ଦାବି କରିବା ପଛରେ ଦୁଇଟି ବଡ଼ ବଡ଼ କାରଣ ଲୁଚି ରହିଛି। ପ୍ରଥମତଃ ଅନ୍ୟ ଭାରତୀୟ ଟେଲିକମ କମ୍ପାନୀ ଭଳି ଜିଓ ମଧ୍ୟ ଟେଲିକମ ସ୍ପେକ୍ଟ୍ରମ ଓ ଇନଫ୍ରାଷ୍ଟ୍ରକଚରରେ ବହୁତ ଅର୍ଥ ଖର୍ଚ୍ଚ କରିଛି। ତେଣୁ ସେମାନଙ୍କର ଖର୍ଚ୍ଚ ବି ଉଠିବା ଦରକାର। 

ଅନ୍ୟଟି ହେଲା ଜିଓ ଭାରତୀୟ ମାର୍କେଟ୍ରେ ତା’ର ଏକଚାଟିଆ ପ୍ରଭାବ ବଜାୟ ରଖିବାକୁ ଚାହିୁଁଛି। ତେଣୁ ଯଦି ପ୍ରଶାସନିକ ସ୍ତରରେ ସ୍ପେକ୍ଟ୍ରମ ଆବଣ୍ଟିତ ହୁଏ, ତେବେ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍କୁ ସ୍ୱଳ୍ପ ଦାମରେ କିମ୍ବା ଫ୍ରିରେ ସ୍ପେକ୍ଟ୍ରମ ମିଳିଯିବ ବୋଲି ଘରୋଇ ଟେଲିକମ କମ୍ପାନୀଗୁଡ଼ିକ ମନରେ ଭୟ ରହିଛି। ଯଦି ଏପରି ହେଲା ତେବେ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଘରୋଇ କମ୍ପାନୀକୁ ଟପିଯିବ। କାରଣ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କର ଅରବିଟ୍ରେ ୬ ହଜାର ୪୧୯ ସାଟେଲାଇଟ ରହିଛି। ଆଉ ୧୦୦ ଦେଶରେ ୪୦ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ଏମିତିରେ ବି ୨୦୨୧ରେ ହିଁ ଭାରତରେ ସେବା ଆରମ୍ଭ କରିବାକୁ ଚାହୁଥିଲେ କିନ୍ତୁ ନିୟମ କାନୁନ କାରଣରୁ ଏହା ବିଳମ୍ବିତ ହେଉଛି। ଏହି ଭୟ ସହିତ ରିଲାଏନ୍ସ ଜିଓରେ କହିବା ଅନୁଯାୟୀ, ନିରପେକ୍ଷ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ ନିଲାମୀ ହେବା ଜରୁରୀ। କାରଣ ଭାରତରେ ଲୋକଙ୍କୁ ସାଟେଲାଇଟ ଇଣ୍ଟରନେଟ ସେବା ଦେବା ପାଇଁ କୌଣସି ବି ସ୍ପଷ୍ଟ ନିୟମ ଏପର୍ଯ୍ୟନ୍ତ ନାହିଁ।

ରେଟିଂ ଏଜେନ୍ସି ICRAର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ସାଟେଲାଇଟ ୟୁଜରଙ୍କ ସଂଖ୍ୟା ୨୦୨୫ ପର୍ଯ୍ୟନ୍ତ ୩୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିପାରେ। ଏହି ମାର୍କେଟରେ ମୁକାବିଲା ମଧ୍ୟ ବେଶ୍‌ ଅଧିକ। ଏହି କ୍ଷେତ୍ରରେ ପ୍ରାୟ ଅଧା ଡଜନ କମ୍ପାନି ଅଛନ୍ତି। ଯେଉଁଥିରେ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ମଧ୍ୟ ରହିଛି। ଏମିତିକି ଟେଲିକମ୍‌ ସକ୍ଟରରେ ନିଜର ପ୍ରଭାବ ବଜାୟ ରଖିବା ପାଇଁ ଜିଓ ମଧ୍ୟ ଏୟାରୱେଭ କିଣିବାରେ ବଡ଼ ନିବେଶ କରିଛି। ଏଥିପାଇଁ ଜିଓ ଲକ୍ସମବର୍ଗର ଜଣାଶୁଣା ସାଟେଲାଇଟ ଅପରେଟର SES ଆଷ୍ଟ୍ରା ସହ ହାତ ମିଳାଇଛି। 

ସାଟେଲାଇଟ ବ୍ରଡବ୍ୟାଣ୍ଡ୍‌ ସ୍ପେକ୍ଟ୍ରମ ଆବଣ୍ଟନକୁ ନେଇ ଗ୍ଲୋବାଲ ଟ୍ରେଣ୍ଡକୁ କାହିଁକି ଫଲୋ କରିବାକୁ କହୁଛନ୍ତି ଏଲନ ମସ୍କ?  ବିଶ୍ୱରେ ଏନେଇ କଣ ନିୟମ ରହିଛି? ଆସନ୍ତୁ ଜାଣିବା। କାଉଣ୍ଟର ପଏଣ୍ଟ ରିସର୍ଚ୍ଚର ଟେକ୍ନିକାଲ ଆନାଲିଷ୍ଟ କେରେଥ ଓଗନ କୁହନ୍ତି, ସାଟେଲାଇଟ ସ୍ପେକ୍ଟ୍ରମକୁ ସାଧାରଣତଃ ନିଲାମୀ ଜରିଆରେ ଆବଣ୍ଟନ କରାଯାଏ ନାହିଁ। କାରଣ ଏଥିରେ ହୋଇଥିବା ଖର୍ଚ୍ଚ କାରବାରରେ ନିବେଶ ଉପରେ ପ୍ରଭାବ ପଡ଼ିପାରେ। ଏମିତିରେ ପ୍ରଶାସନିକ ଭାବରେ ଏହାର ଆବଣ୍ଟନ କରାଯାଇଥାଏ। କାଉଣ୍ଟର ପଏଣ୍ଟର ଓଗନ ଆହୁରି କହିଛନ୍ତି ପ୍ରଶାସନିକ ଭାବରେ ସ୍ପେକ୍ଟ୍ରମର ଆବଣ୍ଟନକୁ ବିରୋଧ କରିବା ଅମ୍ବାନିଙ୍କୁ ରଣନୀତିକ ଫାଇଦା ପହଞ୍ଚାଇପାରେ। ଏମିତି କଲେ ହୁଏତ ଷ୍ଟାରଲିଙ୍କ୍‌ ଭାରତୀୟ ବଜାରରୁ ବାହାର ରହିପାରେ।  

ମସ୍କ ମଧ୍ୟ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ ଡିଜିଟାଲ ଟେକ୍ନୋଲୋଜି ପାଇଁ ଜାତିସଂଘର ଏଜେନ୍ସୀ ଇଣ୍ଟରନାସନାଲ ଟେଲିକମ୍ୟୁନିକେସନ (ଆଇଟିୟୁ) ସ୍ପେକ୍ଟ୍ରମ ପାଇଁ ନିୟମ ପ୍ରସ୍ତୁତି କରିସାରିଥିଲା। ଭାରତ ଏହାର ଏକ ସଦସ୍ୟ ମଧ୍ୟ। ଆଉ ଏହି ବୁଝମଣାରେ ଭାରତର ସହମତି ମଧ୍ୟ ରହିଥିଲା। ଖାଲି ସେତିକି ନୁହେଁ ମସ୍କ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ 'ମୁଁ ଅମ୍ବାନିଙ୍କୁ ଫୋନ କରିବି। ପଚାରିବି ଷ୍ଟାରଲିଙ୍କକୁ ଭାରତର ଲୋକଙ୍କ ପାଇଁ ଇଣ୍ଟରନେଟ୍‌ ସୁବିଧା ଦେବାରେ ଆପଣଙ୍କୁ ବହୁତ ଅସୁବିଧା ହେଉଛି କି ? 

ପୂରା ମାମଲାରେ ଏୟାରଟେଲ୍ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି, ଯେଉଁ ସାଟେଲାଇଟ୍ କମ୍ପାନି ଭାରତର ସହରାଞ୍ଚଳରେ କାମ କରିବାକୁ ଚାହୁଁଛି ଓ ରିଟେଲ୍ ଗ୍ରାହକଙ୍କୁ ସେବା ଦେବାକୁ ଚାହୁଁଛି, ତାଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ଟେଲିକମ ଲାଇସେନ୍ସ ପାଇଁ ଅର୍ଥ ଦେବା ଉଚିତ୍। ତା’ ଉପରେ ସେହି ସର୍ତ୍ତ ଲାଗୁ ହେବା ଉଚିତ୍, ଯାହା ଅନ୍ୟ କମ୍ପାନି ଉପରେ ଲାଗୁ ହୋଇଛି।

ସେପଟେ ପୂରା ଘଟଣାରେ ଟେଲିକମ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ଲୋବାଲ ଟ୍ରେଣ୍ଡ ଆଡ଼କୁ ଢଳୁଥିବା ଦେଖିବାକୁ ମିଳିଛି। ସିନ୍ଧିଆ କହିଛନ୍ତି ଯେ, ଟେଲିକମ ଆକ୍ଟ ୨୦୨୩ ଯାହା ଡିସେମ୍ବରରେ ପାରିତ ହୋଇଥିଲା, ଏହାର ଧାରା ୧ରେ ପ୍ରଶାସନିକ ଆବଣ୍ଟନ କଥା ଉଲ୍ଲେଖ ରହିଛି। ଏହାର ଅର୍ଥ ସ୍ପେକ୍ଟ୍ରମକୁ ପ୍ରଶାସନିକ ଆବଣ୍ଟନ ଜରିଆରେ ଜାରି କରାଯିବା ଉଚିତ୍। 

ଅବଶ୍ୟ ସିନ୍ଧିଆ କହିଥିଲେ, ଏହାର ଅର୍ଥ ଏହା ନୁହେଁ ଯେ, ବିନା କୌଣସି ଖର୍ଚ୍ଚରେ ସ୍ପେକ୍ଟ୍ରମ ମିଳିଯିବ। ଏହାର ମୂଲ୍ୟ କେତେ ରହିବ ଓ ମୂଲ୍ୟ ସ୍ଥିର କରାଯିବାର ଫର୍ମୁଲା କଣ ରହିବ, ଏହାକୁ ଆମେ କି ଆପଣ ସ୍ଥିର କରିବେ ନାହିଁ। ଏସବୁ ଟ୍ରାଇ ସ୍ଥିର କରିବ। ଏହାକୁ ନେଇ ଟ୍ରାଇ ଏକ ପେପର ଜାରି କରିଛି। ଯେଉଁଥିରେ କୁହାଯାଇଛି ପ୍ରଶାସନିକ ଆବଣ୍ଟନର ମୂଲ୍ୟ କେତେ ରହିବ ତାହା ଠିକ୍ ଭାବରେ ନିର୍ଦ୍ଧାରିତ କରାଯିବ। ସିନ୍ଧିଆ ଏହା ମଧ୍ୟ କହିଛନ୍ତି, ସାଟେଲାଇଟ୍ ସ୍ପେକ୍ଟ୍ରମର ନିଲାମ ସମଗ୍ର ଦୁନିଆରେ ପ୍ରଶାସନିକ ଜରିଆରେ କରାଯାଏ। ଏଥିପାଇଁ ଭାରତ କିଛି ଭିନ୍ନ ନୁହେଁ, ଯଦି ଆପଣ ଏହାକୁ ନିଲାମ ପ୍ରକ୍ରିୟାରେ ଯିବେ ତେବେ ନିଶ୍ଚିତ ଭାବେ ଏହା ଗ୍ଲୋବାଲ ଟ୍ରେଣ୍ଡ ଠାରୁ ଅଲଗା ହେବ।  

ତେବେ ସେ ଯାହାବି ହେଉନା କାହିଁକି ଭାରତର ଟେଲିକମ୍‌ ନିୟମାକ ଏପର୍ଯ୍ୟନ୍ତ ସ୍ପେକ୍ଟ୍ରମ ପ୍ରାଇସିଂ ନେଇ ଘୋଷଣା କରିନାହିଁ ଏବଂ କମର୍ସିଆଲ ସାଟେଲାଇଟ ଇଣ୍ଟରନେଟ ସୁବିଧା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ତେଣୁ ଏହି ମୁକାବିଲା ଆହୁରି ଲମ୍ବି ପାରେ। 

ମସ୍କ ଓ ଅମ୍ବାନୀଙ୍କ ମଧ୍ୟରେ ରହିଥିବା ବିବାଦ ବିଷୟରେ ତ ଆପଣ ଜାଣିଲେ। ସବୁ ବିବାଦର ମୂଳ ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା। ତେବେ ଏହା କ’ଣ? ଲୋକଙ୍କୁ ଏଥିରୁ କ’ଣ ମିଳିବ ? ଆସନ୍ତୁ ଜାଣିବା। ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ଏକ ଏଭଳି ସେବା ଯାହା ସାଟେଲାଇଟ କଭରେଜ ମାଧ୍ୟମରେ ଯେ କୌଣସି ସ୍ଥାନରେ ଇଣ୍ଟରନେଟ ସୁବିଧା ପ୍ରଦାଦ କରିପାରେ।। ଏହି ବିଶେଷତ୍ୱ ପାଇଁ ଦୁର୍ଗମ ଅଞ୍ଚଳ ଏବଂ ଗ୍ରାମୀଣ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚ ପାଇଁ ଏହା ଏକ ଉତ୍ତମ ବିକଳ୍ପ ଭାବେ ଦେଖା ଯାଉଛି। ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଯୋଗାଇ ସବୁ ବର୍ଗର ଲୋକଙ୍କୁ ଡିଜିଟାଲିକରଣ କରିବା ସମ୍ଭବ ହୋଇପାରିବ। 

କନସଲଟିଂ କମ୍ପାନି EYର ରିପୋର୍ଟ ଅନୁଯାୟୀ, ଭାରତରେ ୧୪୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ପାଖରେ ଏବେବି ଇଣ୍ଟରନେଟ ପହଞ୍ଚିପାରିନାହିଁ। ଅଧିକାଂଶ ଗ୍ରାମୀଣ ଅଞ୍ଚଳର ଲୋକେ ଏବେ ବି ଇଣ୍ଟରନେଟ୍ ସେବାରୁ ବଞ୍ଚିତ। ଯଦି ଦାମ‌ ଠିକ୍‌ ଭାବରେ ନିର୍ଦ୍ଧାରିତ ହେବ ତେବେ ସାଟେଲାଇଟ ଇଣ୍ଟରନେଟ ସେବା ଏହି ବ୍ୟବଧାନକୁ କମ୍‌ କରିବାରେ ସହାୟକ ହେବ।