ନିବେଶର କେନ୍ଦ୍ରବିନ୍ଦୁ ହେବ ସୁନା: ସଞ୍ଜୟ
ଭୁବନେଶ୍ୱର,୧୦।୨: ବର୍ତ୍ତମାନ ସମୟରେ ସୁନା ଦର ଓ ବଜାରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିଲାବେଳେ ସୁନା ନିବେଶର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ ବୋଲି ଲାଲ୍ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଞ୍ଜୟ ହଂସ ଆକଳନ କରିଛନ୍ତି। ଅପରପକ୍ଷରେ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ନୀତି ଓ ତାଙ୍କ ଦ୍ୱାରା ଟାର୍ଗେଟ୍ କରାଯାଇଥିବା ଦେଶଗୁଡ଼ିକଠାରୁ ପ୍ରତିଶୋଧର ଭୟ ସୁନାର ମୂଲ୍ୟକୁ ବୃଦ୍ଧି କରିଛି। ତଥାପି ସୁନା ବଜାର ଉପରେ ଅଭିଜ୍ଞ ସଞ୍ଜୟ ହଂସ ବିଶ୍ୱାସ କରନ୍ତି, ସୁନା ବର୍ତ୍ତମାନ ବି ଏକ ସୁରକ୍ଷିତ […] The post ନିବେଶର କେନ୍ଦ୍ରବିନ୍ଦୁ ହେବ ସୁନା: ସଞ୍ଜୟ appeared first on Dharitri Odia News.
ଭୁବନେଶ୍ୱର,୧୦।୨: ବର୍ତ୍ତମାନ ସମୟରେ ସୁନା ଦର ଓ ବଜାରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିଲାବେଳେ ସୁନା ନିବେଶର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ ବୋଲି ଲାଲ୍ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଞ୍ଜୟ ହଂସ ଆକଳନ କରିଛନ୍ତି। ଅପରପକ୍ଷରେ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ନୀତି ଓ ତାଙ୍କ ଦ୍ୱାରା ଟାର୍ଗେଟ୍ କରାଯାଇଥିବା ଦେଶଗୁଡ଼ିକଠାରୁ ପ୍ରତିଶୋଧର ଭୟ ସୁନାର ମୂଲ୍ୟକୁ ବୃଦ୍ଧି କରିଛି। ତଥାପି ସୁନା ବଜାର ଉପରେ ଅଭିଜ୍ଞ ସଞ୍ଜୟ ହଂସ ବିଶ୍ୱାସ କରନ୍ତି, ସୁନା ବର୍ତ୍ତମାନ ବି ଏକ ସୁରକ୍ଷିତ ନିବେଶ। ଯେତେବେଳେ ଆର୍ଥତ୍କ ଏବଂ ଭୂ-ରାଜନୈତିକ ଅସ୍ଥିରତା ଥାଏ, ସେତେବେଳେ ଏହାକୁ ନିରାପଦ ଭାବେ ବିବେଚନା କରାଯାଏ ବୋଲି ସେ କହିଛନ୍ତି। ସେହିଭଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା,ମେକ୍ସିକୋ ଏବଂ କାନାଡ଼ା ଭଳି ଦେଶଗୁଡ଼ିକ ଉପରେ ଶାସ୍ତିମୂଳକ ଶୁଳ୍କ ଲାଗୁ କରିବା ପଦକ୍ଷେପ ଯୋଗୁ ବିଶ୍ୱରେ ବାଣିଜ୍ୟ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି। ଏହା ସହିତ ଟଙ୍କା ଦୁର୍ବଳ ହେବା କାରଣରୁ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚତ୍ୟାଇଛି। ବର୍ତ୍ତମାନର ବଜାର ଅସ୍ଥିରତା ମୁଖ୍ୟତଃ ଆମେରିକା ଦ୍ୱାରା ଚାଇନା, ମେକ୍ସିକୋ ଏବଂ କାନାଡ଼ା ଉପରେ ଶୁଳ୍କ ଲାଗୁ କରାଯିବା ଯୋଗୁ ହୋଇଛି ଏବଂ ଫଳସ୍ବରୂପ ପ୍ରତିଶୋଧମୂଳକ ପଦକ୍ଷେପ ବିଶ୍ୱବଜାରକୁ ଅସ୍ଥିର କରିଛି। ୨୦୨୫ରେ ସୁନା ମୂଲ୍ୟ ପ୍ରାୟ ୧୦% ବୃଦ୍ଧି ପାଇଛି।
The post ନିବେଶର କେନ୍ଦ୍ରବିନ୍ଦୁ ହେବ ସୁନା: ସଞ୍ଜୟ appeared first on Dharitri Odia News.