ଆସନ୍ତାକାଲି କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୨।୫: କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ। ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥ୍‌ରେ ପୁନଃ ମତଦାନ ହେବ। ଇସିଆଇଙ୍କ ନିର୍ଦ୍ଦେଶ ପରେ ସିଇଓ ଏହି ସୂଚନା ଜାରି କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଏହି ଦୁଇ ବୁଥରେ ପୁନଃ ମତଦାନ ହେବ। ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲାର ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ନିଂ ଅଧିକାରୀ […] The post ଆସନ୍ତାକାଲି କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ appeared first on Dharitri Odia News.

ଆସନ୍ତାକାଲି କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୨।୫: କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ। ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥ୍‌ରେ ପୁନଃ ମତଦାନ ହେବ। ଇସିଆଇଙ୍କ ନିର୍ଦ୍ଦେଶ ପରେ ସିଇଓ ଏହି ସୂଚନା ଜାରି କରିଛନ୍ତି।

ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଏହି ଦୁଇ ବୁଥରେ ପୁନଃ ମତଦାନ ହେବ। ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲାର ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ନିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା । ତେବେ ଏହି ଦୁଇ ବୁଥ୍‌ରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ।

The post ଆସନ୍ତାକାଲି କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ appeared first on Dharitri Odia News.