ପାଇଲଟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ସେଥିପାଇଁ ହୋଇଥିଲା ଟ୍ରେନ୍ ଦୁର୍ଘଟଣା: ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, ୨।୩: ଗତବର୍ଷ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶର ହୋଇଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ବଡ ବୟାନ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଦୁର୍ଘଟଣାରେ ୧୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ସମୟରେ ଯାତ୍ରୀବାହୀ ଟ୍ରେନର ଦୁଇ ପାଇଲଟ ଏବଂ ସହକାରୀ ପାଇଲଟ ଫୋନରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ ବୋଲି ଶନିବାର ରେଳମନ୍ତ୍ରୀ କହିଛନ୍ତି ଯାହା ଦୁର୍ଘଟଣାର ମୁଖ୍ୟ କାରଣ। ସୂଚନା ଅନୁଯାୟୀ ସେହି ଦିନ ସନ୍ଧ୍ୟା ୭ ଟାରେ ଆନ୍ଧ୍ରପ୍ରଦେଶର ଭିଜିଆନଗରାମ ଜିଲ୍ଲାର କଣ୍ଟାକାପାଲ୍ଲିର […] The post ପାଇଲଟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ସେଥିପାଇଁ ହୋଇଥିଲା ଟ୍ରେନ୍ ଦୁର୍ଘଟଣା: ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.
ନୂଆଦିଲ୍ଲୀ, ୨।୩: ଗତବର୍ଷ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶର ହୋଇଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ବଡ ବୟାନ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଦୁର୍ଘଟଣାରେ ୧୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ସମୟରେ ଯାତ୍ରୀବାହୀ ଟ୍ରେନର ଦୁଇ ପାଇଲଟ ଏବଂ ସହକାରୀ ପାଇଲଟ ଫୋନରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ ବୋଲି ଶନିବାର ରେଳମନ୍ତ୍ରୀ କହିଛନ୍ତି ଯାହା ଦୁର୍ଘଟଣାର ମୁଖ୍ୟ କାରଣ।
ସୂଚନା ଅନୁଯାୟୀ ସେହି ଦିନ ସନ୍ଧ୍ୟା ୭ ଟାରେ ଆନ୍ଧ୍ରପ୍ରଦେଶର ଭିଜିଆନଗରାମ ଜିଲ୍ଲାର କଣ୍ଟାକାପାଲ୍ଲିର ହାୱରା-ଚେନ୍ନାଇ ଲାଇନରେ ରାୟାଗଡା ପାସେଞ୍ଜର ଟ୍ରେନ୍ ପଛପଟରୁ ବିଶାଖାପାଟନମ୍ ପାଲା ଟ୍ରେନ୍ ଧକ୍କା ଦେଇଥିଲା। ଏଥିରେ ୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ ଦୁର୍ଘଟଣାର ଗୋଟିଏ ଦିନ ପରେ ରେଳବାଇ ଯାତ୍ରୀବାହୀ ଟ୍ରେନର ଡ୍ରାଇଭର ଏବଂ ଆସିଷ୍ଟାଣ୍ଟ ଡ୍ରାଇଭରଙ୍କୁ ଏହି ଧକ୍କା ପାଇଁ ଦାୟୀ କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଦୁଇଟି ତ୍ରୁଟିପୂର୍ଣ୍ଣ ଅଟୋ ସିଗନାଲ୍ ପାସ୍ କରିବା ପରେ ଏହି ଦୁର୍ଘଟଣାରେ ଉଭୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
The post ପାଇଲଟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ସେଥିପାଇଁ ହୋଇଥିଲା ଟ୍ରେନ୍ ଦୁର୍ଘଟଣା: ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.