ମଣିପୁରରୁ ନାଗାଲାଣ୍ଡ ପହଞ୍ଚିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’
ନୂଆଦିଲ୍ଲୀ,୧୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ମଣିପୁରର ସେକମାଇରୁ ଆରମ୍ଭ ହୋଇଛି। ଏହି ସମୟରେ ତାଙ୍କୁ ସ୍ବାଗତ କରିବାକୁ ବାଟରେ ଠିଆ ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ରାହୁଲ ଗାନ୍ଧୀ କିଛି ବାଟ ବସ୍ରେ ଯାତ୍ରା କରିବା ପରେ ପଦଯାତ୍ରା ମଧ୍ୟ କରିଛନ୍ତି। ସେ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ‘ଭାରତ […] The post ମଣିପୁରରୁ ନାଗାଲାଣ୍ଡ ପହଞ୍ଚିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ମଣିପୁରର ସେକମାଇରୁ ଆରମ୍ଭ ହୋଇଛି। ଏହି ସମୟରେ ତାଙ୍କୁ ସ୍ବାଗତ କରିବାକୁ ବାଟରେ ଠିଆ ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ରାହୁଲ ଗାନ୍ଧୀ କିଛି ବାଟ ବସ୍ରେ ଯାତ୍ରା କରିବା ପରେ ପଦଯାତ୍ରା ମଧ୍ୟ କରିଛନ୍ତି। ସେ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଦ୍ୱିତୀୟ ଦିନ ସକାଳ ୭.୩୦ରୁ ଆରମ୍ଭ ହୋଇଥିଲା। ସେ କହିଛନ୍ତି, ଏହି ଯାତ୍ରା ମଣିପୁରର ସେକମାଇରୁ କାଙ୍ଗପୋକପି ଏବଂ ସେନାପତି ବାଟ ଦେଇଯିବ। ଯାତ୍ରାରେ ସାମିଲ ହୋଇଥିବା ଲୋକେ ରାତିରେ ନାଗାଲାଣ୍ଡରେ ରହିବେ।
The post ମଣିପୁରରୁ ନାଗାଲାଣ୍ଡ ପହଞ୍ଚିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ appeared first on Dharitri Odia News.