ମାଘ ମାସରେ ଅସହ୍ୟ ଖରା, ଟିଟିଲାଗଡ଼ରେ ୩୪.୫ଡିଗ୍ରୀ ରେକର୍ଡ, ଅନେକ ସ୍ଥାନରେ ପାରଦ ୩୦ ଉପରେ

ଭୁବନେଶ୍ଵର: କୁହାଯାଏ ମାଘ ମାସରେ ବାଘ ଭଳି ଶୀତ ହୁଏ। କିନ୍ତୁ ଏବେ ଓଲଟା। ଅର୍ଥାତ୍ ମାଘ ମାସରେ ବାଘ ପରି ଖରା। ମାଘ ମାସରେ ଅସହ୍ୟ ହେଲାଣି ସୂର୍ଯ୍ୟଙ୍କ କୋପ। ଏଥର ବିଳମ୍ବରେ ଶୀତ ପଡ଼ିଥିଲା। ହେଲେ ଜଲ୍‌ଦି ଫେରିଛି ତାତି। ରାତିରେ କୁହୁଡି ପଡୁଛି। କିଛି କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ବଢିଛି।  ଫ୍ୟାନ ନଲାଗିଲେ ଶୋଇ ହେଉନି।  ସକାଳୁ ମାଡି ଆସୁଛି ଖରା। ଚଳିତବର୍ଷ ଏଯାଏ ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୩୪.୫ଡିଗ୍ରି ରେକର୍ଡ ହୋଇଛି। ଅନେକ ସ୍ଥାନରେ ପାରଦ ୩୦ ଡେଇଁଲାଣି। Also read- ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’, ବୀରମିତ୍ରପୁରରେ ବିପୁଳ ସ୍ବାଗତ-ସମ୍ବର୍ଦ୍ଧନା ମା‌ଘ ମାସ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା, ଗରମ ଅନୁଭୂତ ହେବା ଅସ୍ବାଭାବିକ ବୋଲି କୁହାଯାଉଛି। ‌ମାଘର ଖରା ଦେଖି ରାଜ୍ୟବାସୀ କହିଲେଣି ଯଦି ମାଘରେ ଏତେ ତେବେ ବୈଶାଖ, ଜ୍ୟେଷ୍ଠରେ କେତେ ହେବ? ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ସକ୍ରିୟ ରହୁଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି ବୋଲି କହିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ। ଆଗକୁ ରାଜ୍ୟରେ ଅସହ୍ୟ ଖରା ‌ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛ

ମାଘ ମାସରେ ଅସହ୍ୟ ଖରା, ଟିଟିଲାଗଡ଼ରେ ୩୪.୫ଡିଗ୍ରୀ ରେକର୍ଡ, ଅନେକ ସ୍ଥାନରେ ପାରଦ ୩୦ ଉପରେ

ଭୁବନେଶ୍ଵର: କୁହାଯାଏ ମାଘ ମାସରେ ବାଘ ଭଳି ଶୀତ ହୁଏ। କିନ୍ତୁ ଏବେ ଓଲଟା। ଅର୍ଥାତ୍ ମାଘ ମାସରେ ବାଘ ପରି ଖରା। ମାଘ ମାସରେ ଅସହ୍ୟ ହେଲାଣି ସୂର୍ଯ୍ୟଙ୍କ କୋପ। ଏଥର ବିଳମ୍ବରେ ଶୀତ ପଡ଼ିଥିଲା। ହେଲେ ଜଲ୍‌ଦି ଫେରିଛି ତାତି। ରାତିରେ କୁହୁଡି ପଡୁଛି। କିଛି କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ବଢିଛି।  ଫ୍ୟାନ ନଲାଗିଲେ ଶୋଇ ହେଉନି।  ସକାଳୁ ମାଡି ଆସୁଛି ଖରା। ଚଳିତବର୍ଷ ଏଯାଏ ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୩୪.୫ଡିଗ୍ରି ରେକର୍ଡ ହୋଇଛି। ଅନେକ ସ୍ଥାନରେ ପାରଦ ୩୦ ଡେଇଁଲାଣି।

Also read- ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’, ବୀରମିତ୍ରପୁରରେ ବିପୁଳ ସ୍ବାଗତ-ସମ୍ବର୍ଦ୍ଧନା

ମା‌ଘ ମାସ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା, ଗରମ ଅନୁଭୂତ ହେବା ଅସ୍ବାଭାବିକ ବୋଲି କୁହାଯାଉଛି। ‌ମାଘର ଖରା ଦେଖି ରାଜ୍ୟବାସୀ କହିଲେଣି ଯଦି ମାଘରେ ଏତେ ତେବେ ବୈଶାଖ, ଜ୍ୟେଷ୍ଠରେ କେତେ ହେବ? ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ସକ୍ରିୟ ରହୁଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି ବୋଲି କହିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ।

ଆଗକୁ ରାଜ୍ୟରେ ଅସହ୍ୟ ଖରା ‌ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟରୀ ଗତବର୍ଷ ତୁଳନାରେ ଏଥର ଅଧିକ ଖରା, ଗୁଳୁଗୁଳି ହେବ। ଏପରିକି ଏଲ୍‌ନିନୋ ପ୍ରଭାବରେ ଖରାର ପ୍ରଭାବ ଅଧିକ ଦିନ ରହିବାକୁ ଥିବାରୁ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ ପଡ଼ିପାରେ।  ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

The post ମାଘ ମାସରେ ଅସହ୍ୟ ଖରା, ଟିଟିଲାଗଡ଼ରେ ୩୪.୫ଡିଗ୍ରୀ ରେକର୍ଡ, ଅନେକ ସ୍ଥାନରେ ପାରଦ ୩୦ ଉପରେ appeared first on Prameya News7.