ଡିସେମ୍ବର ୨୪, ୨୫ରେ ପୁଣି ବର୍ଷା : ବର୍ଷା ସହ ଘନ କୁହୁଡି କରିବ କଲବଲ
ଭୁବନେଶ୍ବର : ରାଜ୍ୟରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାର ଆଜି ବ୍ରେକ୍ ଲାଗିଛି। ଆଜିଠୁ ରାଜ୍ୟରେ ବର୍ଷା କମିଥିବା ବେଳେ କୋହଲା ପାଗ ଲାଗିରହିଛି। ସେପଟେ ଗୋଟିଏ ଲଘୁଚାପର ପ୍ରଭାବ ଏଯାଏଁ ସଂପୂର୍ଣ୍ଣ ସମାପ୍ତ ହୋଇନଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି […]

ଭୁବନେଶ୍ବର : ରାଜ୍ୟରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାର ଆଜି ବ୍ରେକ୍ ଲାଗିଛି। ଆଜିଠୁ ରାଜ୍ୟରେ ବର୍ଷା କମିଥିବା ବେଳେ କୋହଲା ପାଗ ଲାଗିରହିଛି। ସେପଟେ ଗୋଟିଏ ଲଘୁଚାପର ପ୍ରଭାବ ଏଯାଏଁ ସଂପୂର୍ଣ୍ଣ ସମାପ୍ତ ହୋଇନଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ହୋଇପାରେ ବର୍ଷା। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଯୋଗେ ଏହି ସୂଚନା ଦେଇଛନ୍ତି।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ତାମିଲନାଡୁ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟସ୍ଥ ହେବାର ସମ୍ଭାବନା ରହିଛି।ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ ।
କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ହେବ ବର୍ଷା । ସେହିପରି ୯ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି ।
ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଦେଇଛି ବିଭାଗ। ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରିଛି ବିଭାଗ । ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। ସେହିପରି ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ବଢିବ ଶୀତର ପ୍ରଭାବ ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର।