ଅମୃତ ଭାରତ ଷ୍ଟେସନ’ ଯୋଜନାରେ ୧୨ କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ରେଳଷ୍ଟେସନ ଆଧୁନିକକରଣ
ପାରଳାଖେମୁଣ୍ଡି:୨୬/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଅମୃତ ଭାରତ ରେଳଷ୍ଟେସନ’ ପୁନଃବିକାଶ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୫୫୪ଟି ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଆଭାସି ଜରିଆରେ ଓଡ଼ିଶାରେ ୨୧ଟି ଷ୍ଟେସନର ନବୀକରଣ ଓ ୫୦ରୁ ଅଧିକ ଓଭରବ୍ରିଜର ଶିଳାନ୍ୟାସ କରିଥିବା ବେଳେ ସେଥିମଧ୍ୟରୁ ପାରଳାଖେମୁଣ୍ଡି ରେଳଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ନବୀକରଣ କରାଯାଉଛି। ଏଥିରେ ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। […] The post ଅମୃତ ଭାରତ ଷ୍ଟେସନ’ ଯୋଜନାରେ ୧୨ କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ରେଳଷ୍ଟେସନ ଆଧୁନିକକରଣ appeared first on Odisha.News.

ପାରଳାଖେମୁଣ୍ଡି:୨୬/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଅମୃତ ଭାରତ ରେଳଷ୍ଟେସନ’ ପୁନଃବିକାଶ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୫୫୪ଟି ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଆଭାସି ଜରିଆରେ ଓଡ଼ିଶାରେ ୨୧ଟି ଷ୍ଟେସନର ନବୀକରଣ ଓ ୫୦ରୁ ଅଧିକ ଓଭରବ୍ରିଜର ଶିଳାନ୍ୟାସ କରିଥିବା ବେଳେ ସେଥିମଧ୍ୟରୁ ପାରଳାଖେମୁଣ୍ଡି ରେଳଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ନବୀକରଣ କରାଯାଉଛି। ଏଥିରେ ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ପାରଳାଖେମୁଣ୍ଡି ଷ୍ଟେସନ ଆନ୍ଧ୍ରପ୍ରଦେଶ ସୀମା ନିକଟ ମହେନ୍ଦ୍ରତନୟା ନଦୀ କୂଳରେ ଅବସ୍ଥିତ। ଏହି ସହର ରାଜ୍ୟ ରାଜପଥ ୪ ଏବଂ ଜାତୀୟ ରାଜପଥ ୩୨୬ (ଏ) ମାଧ୍ୟମରେ ସଂଯୋଗୀକରଣ ହୋଇଛି. ଯାହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ଅଞ୍ଚଳକୁ ସଂଯୋଗ କରୁଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଗୁଣପୁର ଠାରୁ ନୌପଡ଼ା ପର୍ଯ୍ୟନ୍ତ ୯୦ କିଲୋମିଟର ଦୈର୍ଘ୍ୟ ବ୍ରଡଗେଜ୍ ରେଳଲାଇନ ଦ୍ବାରା ରେଳ ସଂଯୋଗ ସୁବିଧା କରାଯାଇଛି। ଯାହା ଆଞ୍ଚଳିକ ପରିବହନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି. ପାରଳାଖେମୁଣ୍ଡି ରେଳଷ୍ଟେସନ ପାଇଁ ପ୍ରସ୍ତାବିତ ବିକାଶ ଯୋଜନାରେ ଏହି ନୂତନ ଷ୍ଟେସନ୍ ବିଲଡିଂକୁ ୭୨ ବର୍ଗମିଟର ବିଶିଷ୍ଟ ବାଣିଜ୍ୟିକ କ୍ଷେତ୍ର ସହିତ ୧୩୭୫ ବର୍ଗମିଟର କ୍ଷେତ୍ରରେ ନିର୍ମାଣ, ପ୍ଲାଟଫର୍ମ ୧ ଏବଂ ୨ ମଧ୍ୟରେ ଯାତାୟାତ ପାଇଁ ୧୨ ମିଟର ଚଉଡ଼ା ଫୁଟ ଓଭରବ୍ରିଜ୍ ନିର୍ମାଣ, ୧୪,୩୨୬.୯ ବର୍ଗମିଟର ବିସ୍ତୃତ ଚଳପ୍ରଚଳ କ୍ଷେତ୍ରର ଉନ୍ନତୀକରଣ, ୨୭୧୧.୯ ବର୍ଗମିଟର ବିଶିଷ୍ଟ ଏକ ସୁଚିନ୍ତିତ ପାକିଂ କ୍ଷେତ୍ର, ବଦ୍ଧିତ ଆଧୁନିକୀକରଣ ପାଇଁ ବର୍ତ୍ତମାନର ପ୍ଲାଟଫର୍ମଗୁଡିକୁ ଉଚ୍ଚସ୍ତରକୁ ବୃଦ୍ଧି କରିବା, ସମୁଦାୟ ୮ ଟି ପ୍ଲାଟଫର୍ମ ୱେ (ଆଶ୍ରୟସ୍ଥଳ) ନିର୍ମାଣ ( ପ୍ଲାଟଫର୍ମ ୧ରେ ୬ଟି ଏବଂ ପ୍ଲାଟଫର୍ମ ୨ରେ ୨ ଟି ୱେ), ପ୍ରିମିୟମ୍ ଲଞ୍ଜ (୬୪ ବର୍ଗମିଟର), ଉଚ୍ଚଶ୍ରେଣୀ ପ୍ରତୀକ୍ଷା କକ୍ଷ (୩୬ ବର୍ଗମିଟର) ଏବଂ ଦ୍ବିତୀୟଶ୍ରେଣୀ ପ୍ରତୀକ୍ଷା କକ୍ଷ (୪୮ ବର୍ଗମିଟର), ଏକ ନୂତନ ପ୍ରିମିୟମ୍ ଟିଏଲେଟ୍ ବ୍ଲକ୍ (୧୦୪ ବର୍ଗମିଟର) ଓ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କ୍ଷେତ୍ରରେ ପ୍ରାୟ ୮୦% ଅଗ୍ରଗତି ହୋଇଛି।
The post ଅମୃତ ଭାରତ ଷ୍ଟେସନ’ ଯୋଜନାରେ ୧୨ କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ରେଳଷ୍ଟେସନ ଆଧୁନିକକରଣ appeared first on Odisha.News.