୮୬ ବିଧାୟକ କୋଟିପତି: ଏହି ବିଧାୟକଙ୍କ ଅଛି ସବୁଠୁ ଅଧିକ ସମ୍ପତ୍ତି
ନୂଆଦିଲ୍ଲୀ,୧୧ା୧୦:ହରିୟାଣା ବିଧାନସଭାର ୯୦ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୮୬ ଜଣ ଅର୍ଥାତ୍ ୯୬ ପ୍ରତିଶତ କୋଟିପତି ହୋଇଥିବାବେଳେ ୧୨ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରୁ ଏହା ଜଣାପଡ଼ିଛି। ୯୦ ବିଧାୟକ ଦାଖଲ କରିଥିବା ସତ୍ୟପାଠକୁ ଅନୁଧ୍ୟାନ କରି ଏଡିଆର୍ ଏବଂ ହରିୟାଣା ଇଲେକ୍ସନ ଓ୍ବାଚ୍ ଉପରୋକ୍ତ ତଥ୍ୟ ଦେଇଛନ୍ତି। ୨୦୧୯ରେ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୯୩ ପ୍ରତିଶତ କୋଟିପତି ଥିବାବେଳେ ଏଥର ତାହା ୯୬ ପ୍ରତିଶତକୁ ବୃଦ୍ଧି […] The post ୮୬ ବିଧାୟକ କୋଟିପତି: ଏହି ବିଧାୟକଙ୍କ ଅଛି ସବୁଠୁ ଅଧିକ ସମ୍ପତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୧୦:ହରିୟାଣା ବିଧାନସଭାର ୯୦ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୮୬ ଜଣ ଅର୍ଥାତ୍ ୯୬ ପ୍ରତିଶତ କୋଟିପତି ହୋଇଥିବାବେଳେ ୧୨ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରୁ ଏହା ଜଣାପଡ଼ିଛି। ୯୦ ବିଧାୟକ ଦାଖଲ କରିଥିବା ସତ୍ୟପାଠକୁ ଅନୁଧ୍ୟାନ କରି ଏଡିଆର୍ ଏବଂ ହରିୟାଣା ଇଲେକ୍ସନ ଓ୍ବାଚ୍ ଉପରୋକ୍ତ ତଥ୍ୟ ଦେଇଛନ୍ତି। ୨୦୧୯ରେ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୯୩ ପ୍ରତିଶତ କୋଟିପତି ଥିବାବେଳେ ଏଥର ତାହା ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ୪୪ ପ୍ରତିଶତ ବିଧାୟକଙ୍କ ସମ୍ପତ୍ତି ୧୦ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ମାତ୍ର ୨.୨ ପ୍ରତିଶତଙ୍କ ସମ୍ପତ୍ତି ୨୦ ଲକ୍ଷ ଟଙ୍କାରୁ କମ୍ ରହିଛି। ନିର୍ବାଚିତ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୪.୯୭ କୋଟି, ଯାହାକି ୨୦୧୯ରେ ୧୮.୨୯ କୋଟି ଟଙ୍କା ଥିଲା। ଦଳୀୟ ଦୃଷ୍ଟିରୁ ଦେଖିଲେ ଭାଜପାର ୯୬ ପ୍ରତିଶତ ଏବଂ କଂଗ୍ରେସର ୯୫ ପ୍ରତିଶତ ବିଧାୟକ କୋଟିପତି। ଆଇଏନ୍ଏଲ୍ଡିର ଉଭୟ ବିଧାୟକ ଏବଂ ସମସ୍ତ ସ୍ବାଧୀନ ବିଧାୟକ କୋଟିପତି ଥିବା ଜଣାପଡ଼ିଛି। ହିସାରର ସ୍ବାଧୀନ ବିଧାୟିକା ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ସର୍ବାଧିକ ୨୭୦ କୋଟି ଟଙ୍କା ହୋଇଥିବାବେଳେ ଏହା ପଛକୁ ଭାଜପାର ଶକ୍ତିରାଣୀ ଶର୍ମା ଏବଂ ଶ୍ରୁତି ଚୌଧରୀ ରହିଛନ୍ତି। ଶକ୍ତିରାଣୀଙ୍କ ସମ୍ପତ୍ତି ୧୪୫ କୋଟି ହୋଇଥିବାବେଳେ ଶ୍ରୁତିଙ୍କ ସମ୍ପତ୍ତି ୧୩୪ କୋଟି ଟଙ୍କା। ମୋଟ ୩୦ ବିଧାୟକ ପୁନଃ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ହାରାହାରି ସମ୍ପତ୍ତି ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୫୯ ପ୍ରତିଶତ ବଢ଼ିଛି। ଆପରାଧିକ ମାମଲା ଥିବା ୧୨ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ସଙ୍ଗୀନ ମାମଲା ରହିଛି। ହତ୍ୟା ଉଦ୍ୟମ ମାମଲାରେ ଜଣେ ବିଧାୟକ ଅଭିଯୁକ୍ତ ଅଛନ୍ତି। ୨୦୧୯ରେ ୭ ବିଧାୟକଙ୍କ ନାଁରେ ଗମ୍ଭୀର ଆପରାଧିକ ମାମଲା ରହିଥିଲା।
The post ୮୬ ବିଧାୟକ କୋଟିପତି: ଏହି ବିଧାୟକଙ୍କ ଅଛି ସବୁଠୁ ଅଧିକ ସମ୍ପତ୍ତି appeared first on Dharitri Odia News.