ବାପ-ପୁଅଙ୍କୁ ଏସିଡ୍ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର
ତୁମୁଡିବନ୍ଧ(ଦୀପକ କୁମା ପରାସେଠ): ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ l ଏସିଡ ମାଡ଼ ବାପା-ପୁଅ ଗୁରୁତର। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ବୁଢା କୁଣ୍ଢେଲ ଗାଁରୁ ଏପରି ଅଭିଯୋଗ ଆସିଛି। ବୁଢ଼ା କୁଣ୍ଡେଲ ଗାଁର ମୋହନ ପନ୍ଦର […] The post ବାପ-ପୁଅଙ୍କୁ ଏସିଡ୍ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର appeared first on Dharitri Odia News.
ତୁମୁଡିବନ୍ଧ(ଦୀପକ କୁମା ପରାସେଠ): ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ l ଏସିଡ ମାଡ଼ ବାପା-ପୁଅ ଗୁରୁତର। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ବୁଢା କୁଣ୍ଢେଲ ଗାଁରୁ ଏପରି ଅଭିଯୋଗ ଆସିଛି। ବୁଢ଼ା କୁଣ୍ଡେଲ ଗାଁର ମୋହନ ପନ୍ଦର ନିଜ ୧୨ ବର୍ଷର ପୁଅ ଅନୁଜଙ୍କ ସହ ଶୋଇଥିଲେ l ରାତ୍ରି ପ୍ରାୟ ୨ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୁତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥିବା ଅଭିଯୋଗ କରିଛନ୍ତି। ଏସିଡ ମାଡ଼ର ଶିକାର ହୋଇଥିବା ମୋହନ ପନ୍ଦର। ତେବେ ମୋହନ ଓ ତାଙ୍କ ପୁଅର ଛାତି ଓ ମୁହଁ ପୋଡି ଯାଇଥିବାବେଳେ ତୁମୁଡିବନ୍ଧ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ବାପ-ପୁଅଙ୍କୁ ଏସିଡ୍ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର appeared first on Dharitri Odia News.