ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୯ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ […] The post ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ appeared first on Dharitri Odia News.

ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୯ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଜଜ୍‌ ଆଇନ ସେବା ପ୍ରାଧୀକରଣ ସଚିବ(ଡିଏଲଏସଏ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ସୋରଡ଼ା ଥାନା ଅନ୍ତର୍ଗତ ବାଘଲିଂ ଗ୍ରାମର ଜିତୁ ଗୌଡ଼ (୨୬)।

ସୋରଡ଼ା ଅଞ୍ଚଳର ୧୬ ବର୍ଷିୟା ନାବାଳିକାଙ୍କୁ ଅଭିଯୁକ୍ତ ଜିତୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଇଛା ବିରୋଧରେ ବଳାତ୍କାର କରିଆସୁଥିଲେ। ୨୦୧୮ ଜୁନରେ ନାବାଳିକା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେ ଦୁଇ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଘର ଲୋକେ ଗାଁରେ ବୈଠକ ଡାକିଥିଲେ। ନାବାଳିକାଙ୍କ କହିବା ଅନୁସାରେ ଜିତୁଙ୍କୁ ବିବାହ କରିବା ପାଇଁ କୁହାଯିବାରୁ ସେ ପ୍ରତ୍ୟଖାନ କରିଥିଲେ। ପରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୮୩/୨୦୧୮) ରୁଜୁ କରି ଜିତୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଏକବର୍ଷ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ପ୍ରଭାତ ସାହୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଅଭିଯୁକ୍ତ ଜିତୁ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

The post ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ appeared first on Dharitri Odia News.