ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…
ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍ ଆକର୍ଷଣୀୟ ହୋଇଥାଏ। ଆଜି ସେମିତି କିଛି ଅଦ୍ଭୁତ ଅଟ୍ଟାଳିକା ବିଷୟରେ କହିବୁ। ଯାହା ଦେଖିବାକୁ ବଙ୍କାତେଢ଼ା କିନ୍ତୁ ବାସ୍ତବ ରୂପରେ ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରେ। ପ୍ରତିବର୍ଷ ଏହି ଘର ଦେଖିବାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ଆମେରିକାର ଓହିଓର ଲଙ୍ଗାବର୍ଗର ବାସ୍କେଟ୍ ବିଲ୍ଡିଂ ସ୍ଥାପତ୍ୟର ଏକ ଚମତ୍କାର ଉଦାହରଣ। ଏହା ଏକ ବାସ୍କେଟ୍ ପରି […] The post ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା… appeared first on Dharitri Odia News.
ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍ ଆକର୍ଷଣୀୟ ହୋଇଥାଏ। ଆଜି ସେମିତି କିଛି ଅଦ୍ଭୁତ ଅଟ୍ଟାଳିକା ବିଷୟରେ କହିବୁ। ଯାହା ଦେଖିବାକୁ ବଙ୍କାତେଢ଼ା କିନ୍ତୁ ବାସ୍ତବ ରୂପରେ ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରେ। ପ୍ରତିବର୍ଷ ଏହି ଘର ଦେଖିବାକୁ ଲକ୍ଷାଧିକ ଲୋକ ଆସିଥାନ୍ତି।
ଆମେରିକାର ଓହିଓର ଲଙ୍ଗାବର୍ଗର ବାସ୍କେଟ୍ ବିଲ୍ଡିଂ ସ୍ଥାପତ୍ୟର ଏକ ଚମତ୍କାର ଉଦାହରଣ। ଏହା ଏକ ବାସ୍କେଟ୍ ପରି ଦେଖାଯାଉଛି। ୧୯୯୭ରେ ନିର୍ମିତ ଏହି ବାସ୍କେଟ୍ ବିଲ୍ଡିଂ ୭ ମହଲା ବିଶିଷ୍ଟ ଏବଂ ଏକ ଗ୍ଲାସ ଛାତ ଅଛି। ଏହି କୋଠାଟି ଅନେକ ଥର ବିକ୍ରି ହୋଇ କ୍ରୟ କରାଯାଇଛି। ବର୍ତ୍ତମାନ ଏହାକୁ ଏକ ହୋଟେଲରେ ପରିଣତ କରାଯାଇଛି।
ସେହିପରି ଅଜରବୈଜାନର ଜାତୀୟ କାର୍ପେଟ ସଂଗ୍ରହାଳୟ ଦେଖିବାକୁ ବହୁତ ସୁନ୍ଦର। ଏଥିରେ ଅଜରବୈଜାନର କାର୍ପେଟ ରହିଛି। ଏହି କୋଠାଟି କାର୍ପେଟର ଖଣ୍ଡ ପରି ଦେଖାଯାଉଛି। ଏହାକୁ ନିର୍ମାଣ କରିବାକୁ ୬ ବର୍ଷ ଲାଗିଥିଲା। ଏହି ସଂଗ୍ରହାଳୟରେ ୧୦,୦୦୦ ବସ୍ତୁ ରଖାଯାଇଛି, ଯେଉଁଥିରେ ୧୭ ଶତାବ୍ଦୀର କାର୍ପେଟ ଏବଂ ଚତୁର୍ଦ୍ଦଶ ଶତାବ୍ଦୀର ଚାମଚ, ବାସନ ଆଦି ରହିଛି। ୯୬୭ରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ବାକୁର ସମୁଦ୍ରକୂଳ ପାର୍କ ନିକଟରେ ରହିଛି।
The post ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା… appeared first on Dharitri Odia News.