ବଢିବ ଶୀତ: ୨ ରୁ ୪ ଡିଗ୍ରୀ ହ୍ରାସ ପାଇବା ରାତି ତାପମାତ୍ରା

ଭୁବନେଶ୍ୱର,୨୯।୧୨: ଲଘୁଚାପ ବର୍ଷା ଯିବା ପରେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ ବୃଦ୍ଧି ପାଇଛି। ଏଥିସହିତ ନୂଆବର୍ଷରେ ଜାନୁଆରୀ ୧ ରୁ ଜାନୁୟାରୀ ୪, ୨୦୨୫ ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଞ୍ଚଳରେ କିଛି ସ୍ଥାନରେ ବର୍ଷା / ତୁଷାରପାତ ହେବାର ସମ୍ଭାବନା ଅଧିକ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବରଗଡ,ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଆସନ୍ତା […] The post ବଢିବ ଶୀତ: ୨ ରୁ ୪ ଡିଗ୍ରୀ ହ୍ରାସ ପାଇବା ରାତି ତାପମାତ୍ରା appeared first on Dharitri Odia News.

ବଢିବ ଶୀତ: ୨ ରୁ ୪ ଡିଗ୍ରୀ ହ୍ରାସ ପାଇବା ରାତି ତାପମାତ୍ରା

ଭୁବନେଶ୍ୱର,୨୯।୧୨: ଲଘୁଚାପ ବର୍ଷା ଯିବା ପରେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ ବୃଦ୍ଧି ପାଇଛି। ଏଥିସହିତ ନୂଆବର୍ଷରେ ଜାନୁଆରୀ ୧ ରୁ ଜାନୁୟାରୀ ୪, ୨୦୨୫ ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଞ୍ଚଳରେ କିଛି ସ୍ଥାନରେ ବର୍ଷା / ତୁଷାରପାତ ହେବାର ସମ୍ଭାବନା ଅଧିକ ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବରଗଡ,ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

ତେବେ ରାଜ୍ୟରେ ଏବେ ଶୁଖିଲା ପାଗ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତ୍ରିକାଳୀନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ଆସନ୍ତା ୪ ଦିନ ଏଭଳି ପାଗ ଜାରି ରହିବ। ଏଥିସହିତ ଆସନ୍ତା ଦୁଇଦିନ ଯାଏ ବରଗଡ଼, ବଲାଙ୍ଗୀର, ନୂଆପଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ସମ୍ୱଲପୁର ଜିଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

The post ବଢିବ ଶୀତ: ୨ ରୁ ୪ ଡିଗ୍ରୀ ହ୍ରାସ ପାଇବା ରାତି ତାପମାତ୍ରା appeared first on Dharitri Odia News.