ଅଜବ ପ୍ରତିଯୋଗିତା ! ଶୋଇ ଶୋଇ ଜିତିଲେ ୯ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ଶୋଇ ଶୋଇ ଲକ୍ଷପତି ! ଶୋଇ ଶୋଇ ଚାମ୍ପିଅନ୍‌ ! ଭାବୁଥିବେ ଏହା କଣ ସମ୍ଭବ? ଆପଣ କୌଣସି ଇଣ୍ଟର୍ଣ୍ଣସିପ୍ ବିଷୟରେ ଶୁଣିଛନ୍ତି କି ଯେଉଁଛି ଆପଣ କେବଳ ଶୋଇବା ପାଇଁ ଦରମା ପାଆନ୍ତି, ତାହା ମଧ୍ୟ ଲକ୍ଷ ଲକ୍ଷରେ। ବେଙ୍ଗାଲୁରୁରୁ ଜଣେ ମହିଳା ଶୋଇ ରହି ଜିତିଛନ୍ତି ୯ ଲକ୍ଷ ଟଙ୍କା। ସେ ସ୍ଲିପିଂ ଇଣ୍ଟର୍ନସିପ୍ ପ୍ରୋଗ୍ରାମରେ ଭାଗ ନେଇ ବିଜୟ ହାସଲ କରିଛନ୍ତି। ଆପଣ ପୁରା କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ବେଙ୍ଗାଲୁରୁର ବାସିନ୍ଦା ସାଇଶ୍ୱରୀ ପାଟିଲ। ଜଣେ ବ୍ୟାଙ୍କର।। ସ୍ଲିପିଂ ଇଣ୍ଟର୍ନସିପରୁ ୯ ଲକ୍ଷ ଟଙ୍କା ଜିତିଛନ୍ତି ଯେଉଁଥିରେ ସୁନା ଓ ଟଙ୍କା ମିଳିଛି। ଏହି ସ୍ଲିପିଂ ଇଣ୍ଟର୍ନସିପର ତୃତୀୟ ସିଜନରେ ସାଇଶ୍ୱରୀ 'ଶୋଇବା ଚାମ୍ପିଅନ୍' ଆଖ୍ୟା ଅର୍ଜନ କରିଛନ୍ତି।ସେ ଏହି କାର୍ଯ୍ୟକ୍ରମରେ ଅନ୍ୟ ୧୨ ଜଣ ଶୋଇଥିବା ଇଣ୍ଟର୍ଣ୍ଣସିପ୍‌ ମଧ୍ୟରୁ ଜଣେ। ଶୋଇବା ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ଯେଉଁମାନେ ଶୋଇବାକୁ ପ୍ରାଧାନ୍ୟ ଦିଅନ୍ତି ସେମାନଙ୍କ ପାଇଁ ଏହା ଆୟୋଜନ କରାଯାଇଥାଏ। କିନ୍ତୁ ପ୍ରାୟତଃ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଆମେ ଆମ ଜୀବନକୁ ଅସନ୍ତୁଳିତ କରିଥାଉ। ମହିଳା ଜଣକ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ଇଣ୍ଟର୍ଣ୍ଣକୁ ଆଠରୁ ନଅ ଘଣ୍ଟା ଭଲ ନିଦରେ ଶୋଇବାକୁ ପଡିବ।ଏହା ବ୍ୟତୀତ ଦିନରେ ଭଲ ଭାବେ ୨୦ ମିନିଟର ଶୋଇବା ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ଥିଲା, ଯେଉଁଥିରେ ସାଇଶ୍ୱରୀ ପାଟିଲ ବିଜୟ ହୋ

ଅଜବ ପ୍ରତିଯୋଗିତା ! ଶୋଇ ଶୋଇ ଜିତିଲେ ୯ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ଶୋଇ ଶୋଇ ଲକ୍ଷପତି ! ଶୋଇ ଶୋଇ ଚାମ୍ପିଅନ୍‌ ! ଭାବୁଥିବେ ଏହା କଣ ସମ୍ଭବ? ଆପଣ କୌଣସି ଇଣ୍ଟର୍ଣ୍ଣସିପ୍ ବିଷୟରେ ଶୁଣିଛନ୍ତି କି ଯେଉଁଛି ଆପଣ କେବଳ ଶୋଇବା ପାଇଁ ଦରମା ପାଆନ୍ତି, ତାହା ମଧ୍ୟ ଲକ୍ଷ ଲକ୍ଷରେ। ବେଙ୍ଗାଲୁରୁରୁ ଜଣେ ମହିଳା ଶୋଇ ରହି ଜିତିଛନ୍ତି ୯ ଲକ୍ଷ ଟଙ୍କା। ସେ ସ୍ଲିପିଂ ଇଣ୍ଟର୍ନସିପ୍ ପ୍ରୋଗ୍ରାମରେ ଭାଗ ନେଇ ବିଜୟ ହାସଲ କରିଛନ୍ତି। ଆପଣ ପୁରା କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ବେଙ୍ଗାଲୁରୁର ବାସିନ୍ଦା ସାଇଶ୍ୱରୀ ପାଟିଲ। ଜଣେ ବ୍ୟାଙ୍କର।। ସ୍ଲିପିଂ ଇଣ୍ଟର୍ନସିପରୁ ୯ ଲକ୍ଷ ଟଙ୍କା ଜିତିଛନ୍ତି ଯେଉଁଥିରେ ସୁନା ଓ ଟଙ୍କା ମିଳିଛି। ଏହି ସ୍ଲିପିଂ ଇଣ୍ଟର୍ନସିପର ତୃତୀୟ ସିଜନରେ ସାଇଶ୍ୱରୀ 'ଶୋଇବା ଚାମ୍ପିଅନ୍' ଆଖ୍ୟା ଅର୍ଜନ କରିଛନ୍ତି।

ସେ ଏହି କାର୍ଯ୍ୟକ୍ରମରେ ଅନ୍ୟ ୧୨ ଜଣ ଶୋଇଥିବା ଇଣ୍ଟର୍ଣ୍ଣସିପ୍‌ ମଧ୍ୟରୁ ଜଣେ। ଶୋଇବା ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ଯେଉଁମାନେ ଶୋଇବାକୁ ପ୍ରାଧାନ୍ୟ ଦିଅନ୍ତି ସେମାନଙ୍କ ପାଇଁ ଏହା ଆୟୋଜନ କରାଯାଇଥାଏ। କିନ୍ତୁ ପ୍ରାୟତଃ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଆମେ ଆମ ଜୀବନକୁ ଅସନ୍ତୁଳିତ କରିଥାଉ। ମହିଳା ଜଣକ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ଇଣ୍ଟର୍ଣ୍ଣକୁ ଆଠରୁ ନଅ ଘଣ୍ଟା ଭଲ ନିଦରେ ଶୋଇବାକୁ ପଡିବ।

ଏହା ବ୍ୟତୀତ ଦିନରେ ଭଲ ଭାବେ ୨୦ ମିନିଟର ଶୋଇବା ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ଥିଲା, ଯେଉଁଥିରେ ସାଇଶ୍ୱରୀ ପାଟିଲ ବିଜୟ ହୋଇଥିଲେ। ଏବଂ ଶୋଇବା ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଥିଲେ। ସେ କହିଛନ୍ତି ଯେ ସମସ୍ତ ମନୋନୀତ ଇଣ୍ଟର୍ଣ୍ଣମାନଙ୍କୁ ୱାକଫିଟ ଏବଂ ଏକ ଶୋଇବା ଟ୍ରାକର୍ ଦିଆଯାଇଛି। ଏଥି ସହିତ, ସେମାନଙ୍କର ଶୋଇବା ଶୈଳୀରେ ଉନ୍ନତି ଆଣିବା ଏବଂ ଶୋଇବା ଚାମ୍ପିଅନ୍ ଅନେକ ସର୍ତ୍ତ ମଧ୍ୟ ଦିଆଯାଇଥିଲା।

ଏନେଇ ସେ କହିଛନ୍ତି ଯେ ଯେତେବେଳେ ମହିଳା ଜଣକ ତାଙ୍କ ମା’ଙ୍କୁ ଏହି ଖବର ଜଣାଇଲେ, ଏହା କିପରି ହୋଇପାରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମନରେ ଶାନ୍ତି ଆଣିବା ପାଇଁ ଭଲ ସଙ୍ଗୀତ ଶୁଣେ ଓ ଶୋଇଥାଏ। ଶୋଇବା ସମ୍ବନ୍ଧୀୟ କିଛି ଟିପ୍ସ ସେୟାର କରିଥିଲେ। ଶୋଇବାର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣିରେ ସ୍ନାନ କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଦ୍ରାର ମହତ୍ତ୍ୱ ପାଇଁ ଏପରି ଲିଡ୍‌ ରୋଲ୍‌ ଜାରି ରଖିବେ।

???? Wakefit Sleep Internship Season 4 is here! ????

Another year, another season and another chance for you to earn up to 10l, just for sleeping! ???? (Frfr)

APPLY NOW : https://t.co/qhYtbhND9L#WakefitSleepInternship #SleepInternship #SleepOnTheJob #SleepGoals #10lakhsToSleep pic.twitter.com/67DvACCVDy

ଆଧୁନିକ ଜୀବନଶୈଳୀରେ ନିଦ୍ରା ଅଭାବ ଭଳି ସମସ୍ୟାକୁ ଏହା ଦୂର କରିଥାଏ। କାରଣ ଆଜିକାଲି ଲୋକମାନେ ଚାପଯୁକ୍ତ କାର୍ଯ୍ୟ, ସୋସିଆଲ୍ ମିଡିଆ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ହେତୁ ଶୋଇବାକୁ ପ୍ରାଧାନ୍ୟ ଦେଇପାରୁନାହାଁନ୍ତି। ଏହି କାର୍ଯ୍ୟକ୍ରମ କେବଳ ଲୋକଙ୍କୁ ଅଧିକ ସମୟ ଶୋଇବାକୁ ପ୍ରେରଣା ଦେଇନଥିଲା ବରଂ ସେମାନଙ୍କୁ ସଠିକ୍ ଭାବରେ ଏବଂ ମାନସିକ ଶାନ୍ତିରେ ଶୋଇବାକୁ ମଧ୍ୟ ଶିଖାଇଥିଲା।