ଅଜା ଘରକୁ ଆସି ନିଖୋଜ ହୋଇଯାଇଥିଲେ, ନିର୍ମାଣାଧୀନ ଘରୁ ମିଳିଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ
ସାନଖେମୁଣ୍ଡି ୨୬/୪: ରାଜ୍ୟରେ ବଢୁଛି ମହିଳା ବିରୋଧୀ ଅପରାଧ । ବିପଦରେ ଶିଶୁ,ନାବାଳିକା,ଯୁବତୀଙ୍କ ଜୀବନ । ପ୍ରତିଦିନନାବାଳିକା, ଶିଶୁକନ୍ୟା ଦୁଷ୍କର୍ମ ଖବର ସାମ୍ନାକୁ ଆସୁଛି । ଗଞ୍ଜାମରେ କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ପରି ଆସିଛି ସଂଗୀନ ଅଭିଯୋଗ । ଦୁନିଆକୁ ଭଲରେ ଚିହ୍ନିବା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଛି ୪ ବର୍ଷର ଶିଶୁ କନ୍ୟା । ଅଜା ଘରକୁ ଯାତ୍ରା ଦେଖିବାକୁ ଯାଇଥିବା କୁନି ଝିଅର ମୃତଦେହ ଏକ ନିର୍ମାଣାଧୀନ ଘରୁ ମିଳିଛି । ପାରିପାର୍ଶିକ ସ୍ଥିତିରୁ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ପରିତ୍ୟକ୍ତ ଘରେ ଫିଙ୍ଗିଦେଇଥିବା ସନ୍ଦେହ ବଢୁଛି । ପାଟକୁରା ଥାନା ଅଞ୍ଚଳର ଶିଶୁ କନ୍ୟା ଅଜା ଘରକୁ ଯାତ୍ରା ଦେଖିବାକୁ ଆସିଥିଲା । ତେବେ ସେ ଶୁକ୍ରବାର ଠାରୁ ନିଖୋଜ ଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ କୁନି ଝିଅର ପତ୍ତା ମିଳିନଥିଲା । ଶନିବାର ଏକ ନିର୍ମାଣାଧୀନ ଘରୁ ଝିଅର ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟକୁରା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଶିଶୁ କନ୍ୟାକୁ କିଏ ଏପରି ଅମାନୁଷିକ ଭାବରେ ଦୁଷ୍କର୍ମ କରି ହତ୍ୟା କରିଛି ତାହା ଜଣାପଡିନି । ଅପରାଧୀଙ୍କୁ ଧରିବାକୁ ଛାନ୍ଭିନ୍ ଚଳାଇଛି ପୋଲିସ ।
ସାନଖେମୁଣ୍ଡି ୨୬/୪: ରାଜ୍ୟରେ ବଢୁଛି ମହିଳା ବିରୋଧୀ ଅପରାଧ । ବିପଦରେ ଶିଶୁ,ନାବାଳିକା,ଯୁବତୀଙ୍କ ଜୀବନ । ପ୍ରତିଦିନ
ନାବାଳିକା, ଶିଶୁକନ୍ୟା ଦୁଷ୍କର୍ମ ଖବର ସାମ୍ନାକୁ ଆସୁଛି । ଗଞ୍ଜାମରେ କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ପରି ଆସିଛି ସଂଗୀନ ଅଭିଯୋଗ । ଦୁନିଆକୁ ଭଲରେ ଚିହ୍ନିବା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଛି ୪ ବର୍ଷର ଶିଶୁ କନ୍ୟା ।

ଅଜା ଘରକୁ ଯାତ୍ରା ଦେଖିବାକୁ ଯାଇଥିବା କୁନି ଝିଅର ମୃତଦେହ ଏକ ନିର୍ମାଣାଧୀନ ଘରୁ ମିଳିଛି । ପାରିପାର୍ଶିକ ସ୍ଥିତିରୁ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ପରିତ୍ୟକ୍ତ ଘରେ ଫିଙ୍ଗିଦେଇଥିବା ସନ୍ଦେହ ବଢୁଛି । ପାଟକୁରା ଥାନା ଅଞ୍ଚଳର ଶିଶୁ କନ୍ୟା ଅଜା ଘରକୁ ଯାତ୍ରା ଦେଖିବାକୁ ଆସିଥିଲା । ତେବେ ସେ ଶୁକ୍ରବାର ଠାରୁ ନିଖୋଜ ଥିଲା ।

ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ କୁନି ଝିଅର ପତ୍ତା ମିଳିନଥିଲା । ଶନିବାର ଏକ ନିର୍ମାଣାଧୀନ ଘରୁ ଝିଅର ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟକୁରା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଶିଶୁ କନ୍ୟାକୁ କିଏ ଏପରି ଅମାନୁଷିକ ଭାବରେ ଦୁଷ୍କର୍ମ କରି ହତ୍ୟା କରିଛି ତାହା ଜଣାପଡିନି । ଅପରାଧୀଙ୍କୁ ଧରିବାକୁ ଛାନ୍ଭିନ୍ ଚଳାଇଛି ପୋଲିସ ।