ଭରତପୁର ଥାନାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ, ପଚରାଉଚରା ବେଳେ ଭାବ ବିହ୍ବଳ ହେଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ବର ୧୯।୧୧: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ଥାନାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ତଦନ୍ତ ।  ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରିବା ବେଳେ ଭାବ ବିହ୍ବଳ ହୋଇ ପଡିଲେ ବାନ୍ଧବୀ ।  ଥାନା ଭିତରେ ସେଦିନ  କ’ଣ ଘଟଣା ହୋଇଥିଲା, ତାର ଭିଡିଓ ଓ ଫଟୋ ଉତ୍ତୋଳନ ସହ ତଦନ୍ତ କରିଛନ୍ତି କମିଶନ । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ସାମ୍ନାରେ ସେଦିନ ରାତିରେ କ'ଣ ଘଟିଥିଲା ଗୋଟି ଗୋଟି କରି ସବୁ ଘଟଣା କହୁଛନ୍ତି କ୍ୟାପଟେନ ଓ ତାଙ୍କ ବାନ୍ଧବୀ । ପୁରା ଘଟଣାର ସିନ ରିକ୍ରିଏସନ କରାଯାଇଛି । ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି ।   ପ୍ରଥମ ପକ୍ଷ ମେଜର ଏବଂ ବାନ୍ଧବୀଙ୍କୁ ପଚରାଉଚରା କରିଥିଲେ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ଦିନ ୩ଟାରୁ ଲଗାତାର ଭାବେ ଜଷ୍ଟିସ ଏହି ଘଟଣାର ଯାଞ୍ଚ କରୁଛନ୍ତି ।  ଥାନା ଭିତରେ କେବଳ ପ୍ରଥମ ପକ୍ଷ ଏବଂ ଦ୍ୱିତୀୟ ପକ୍ଷ ରହିଥିବା ବେଳେ, ଭୁବନେଶ୍ୱର ଡିସିପି ପିନାକ ମିଶ୍ର, କ୍ୟାପଟେନ ଓ ବନ୍ଧବୀଙ୍କ ଓକିଲ ଏପଟେ ଦ୍ୱିତୀୟ ପକ୍ଷଙ୍କ ଓକିଲ ଉପସ୍ଥିତ ରହିଛନ୍ତି । ଦେଢ଼ ଘଣ୍ଟା ଧରି କ୍ୟାପଟେନ ଓ ବାନ୍ଧବୀଙ୍କ ପଚରାଉଚରା କରାଯିବା ପରେ ତାଙ୍କ ସହ କେଉଁ କେଉଁ ସ୍ଥାନରେ ଡିସିଓ ଚାମ୍ବର, ମହିଳା କକ୍ଷ, ପୁରୁଷ କକ୍ଷ ସହ ଅଭ୍ୟର୍ଥନା କକ୍ଷ ନିକଟରେ କ’ଣ ଘଟିଥିଲା ସବୁ କିଛି ବଖାଣିଥିଲେ

ଭରତପୁର ଥାନାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ, ପଚରାଉଚରା ବେଳେ ଭାବ ବିହ୍ବଳ ହେଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ବର ୧୯।୧୧: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ଥାନାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ତଦନ୍ତ ।  ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରିବା ବେଳେ ଭାବ ବିହ୍ବଳ ହୋଇ ପଡିଲେ ବାନ୍ଧବୀ ।  ଥାନା ଭିତରେ ସେଦିନ  କ’ଣ ଘଟଣା ହୋଇଥିଲା, ତାର ଭିଡିଓ ଓ ଫଟୋ ଉତ୍ତୋଳନ ସହ ତଦନ୍ତ କରିଛନ୍ତି କମିଶନ । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ସାମ୍ନାରେ ସେଦିନ ରାତିରେ କ'ଣ ଘଟିଥିଲା ଗୋଟି ଗୋଟି କରି ସବୁ ଘଟଣା କହୁଛନ୍ତି କ୍ୟାପଟେନ ଓ ତାଙ୍କ ବାନ୍ଧବୀ । ପୁରା ଘଟଣାର ସିନ ରିକ୍ରିଏସନ କରାଯାଇଛି । ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି ।   ପ୍ରଥମ ପକ୍ଷ ମେଜର ଏବଂ ବାନ୍ଧବୀଙ୍କୁ ପଚରାଉଚରା କରିଥିଲେ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ଦିନ ୩ଟାରୁ ଲଗାତାର ଭାବେ ଜଷ୍ଟିସ ଏହି ଘଟଣାର ଯାଞ୍ଚ କରୁଛନ୍ତି ।  ଥାନା ଭିତରେ କେବଳ ପ୍ରଥମ ପକ୍ଷ ଏବଂ ଦ୍ୱିତୀୟ ପକ୍ଷ ରହିଥିବା ବେଳେ, ଭୁବନେଶ୍ୱର ଡିସିପି ପିନାକ ମିଶ୍ର, କ୍ୟାପଟେନ ଓ ବନ୍ଧବୀଙ୍କ ଓକିଲ ଏପଟେ ଦ୍ୱିତୀୟ ପକ୍ଷଙ୍କ ଓକିଲ ଉପସ୍ଥିତ ରହିଛନ୍ତି । ଦେଢ଼ ଘଣ୍ଟା ଧରି କ୍ୟାପଟେନ ଓ ବାନ୍ଧବୀଙ୍କ ପଚରାଉଚରା କରାଯିବା ପରେ ତାଙ୍କ ସହ କେଉଁ କେଉଁ ସ୍ଥାନରେ ଡିସିଓ ଚାମ୍ବର, ମହିଳା କକ୍ଷ, ପୁରୁଷ କକ୍ଷ ସହ ଅଭ୍ୟର୍ଥନା କକ୍ଷ ନିକଟରେ କ’ଣ ଘଟିଥିଲା ସବୁ କିଛି ବଖାଣିଥିଲେ ଉଭୟ ମେଜର ଓ ବାନ୍ଧବୀ । ଏପଟେ ଦ୍ୱିତୀୟ ପକ୍ଷ ମଧ୍ୟ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ସମ୍ମୁଖରେ ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର, SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ  କନଷ୍ଟେବଲ ବଳରାମ ହାଁସଦା ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।

You Can Read:

ସିଆରପି-ସିଏମ୍ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ଲକ୍ ଘେରାଉ କଲେ ମହିଳା