ଅଜିତ ଗୋଷ୍ଠୀ ବିଧାୟକଙ୍କ ହେବନାହିଁ ସଦସ୍ୟତା ରଦ୍ଦ

ମୁମ୍ବାଇ,୧୫।୨: ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଶରଦ ପାଓ୍ବାର ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆବେଦନକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ଗୁରୁବାର ଖାରଜ କରିଦେଇଛନ୍ତି। ଅଜିତ୍‌ଙ୍କ ନେତୃତ୍ୱରେ ଉକ୍ତ ବିଧାୟକମାନେ ଗତବର୍ଷ ଜୁନ୍‌ରେ ଅଲଗା ହୋଇ ଭାଜପା-ଶିବସେନା ସରକାରରେ ସାମିଲ ହୋଇଥିଲେ। ଏହା ଦଳର ଇଚ୍ଛା ବୋଲି ଦର୍ଶାଇ ସେମାନେ ଶରଦ ପାଓ୍ବାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ତେଣୁ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରାଯାଇପାରିବ ନାହିଁ ବୋଲି ନରଓ୍ବେକର […] The post ଅଜିତ ଗୋଷ୍ଠୀ ବିଧାୟକଙ୍କ ହେବନାହିଁ ସଦସ୍ୟତା ରଦ୍ଦ appeared first on Dharitri Odia News.

ଅଜିତ ଗୋଷ୍ଠୀ ବିଧାୟକଙ୍କ ହେବନାହିଁ ସଦସ୍ୟତା ରଦ୍ଦ

ମୁମ୍ବାଇ,୧୫।୨: ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଶରଦ ପାଓ୍ବାର ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆବେଦନକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ଗୁରୁବାର ଖାରଜ କରିଦେଇଛନ୍ତି।

ଅଜିତ୍‌ଙ୍କ ନେତୃତ୍ୱରେ ଉକ୍ତ ବିଧାୟକମାନେ ଗତବର୍ଷ ଜୁନ୍‌ରେ ଅଲଗା ହୋଇ ଭାଜପା-ଶିବସେନା ସରକାରରେ ସାମିଲ ହୋଇଥିଲେ। ଏହା ଦଳର ଇଚ୍ଛା ବୋଲି ଦର୍ଶାଇ ସେମାନେ ଶରଦ ପାଓ୍ବାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ତେଣୁ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରାଯାଇପାରିବ ନାହିଁ ବୋଲି ନରଓ୍ବେକର କହିଛନ୍ତି। ଗତ ସପ୍ତାହରେ ନିର୍ବାଚନ କମିଶନ ଅଜିତ ପାଓ୍ବାର ଗୋଷ୍ଠୀକୁ ଅସଲି ଏନ୍‌ସିପି ଭାବେ ସ୍ବୀକୃତି ଦେବା ସହ ଦଳୀୟ ଚିହ୍ନ ପ୍ରଦାନ କରିଥିଲେ।

The post ଅଜିତ ଗୋଷ୍ଠୀ ବିଧାୟକଙ୍କ ହେବନାହିଁ ସଦସ୍ୟତା ରଦ୍ଦ appeared first on Dharitri Odia News.