ସାମାନ୍ୟ ବଚସାରୁ ଯୁବକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌

ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମର ବ୍ରହ୍ମପୁର ପୋଲିସ ଜିଲା ଦିଗପହଣ୍ଡି ଥାନା ଅଧିନ ଭୀଷ୍ମଗିରି ଗ୍ରାମ ଉଷାକୋଠୀ ସାହିର ବି.ରାମଚନ୍ଦ୍ର ପାତ୍ର ଓରଫ ଟୁଲୁ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ଭୋରରୁ ଏହି ହତ୍ୟାକାଣ୍ଡ ଘଟିଛି। ରାମଚନ୍ଦ୍ର ଘରେ ଶୋଇଥିବାବେଳେ ରାତି ପ୍ରାୟ ୨ ଟାରେ ଲାଇନ କଟି ଯାଇଥିଲା। ଗରମ ଯୋଗୁ ସେ ଘର ବାରଣ୍ଡାରେ ଶୋଇଥିଲେ। ରବିବାର ସନ୍ଧ୍ୟାରେ ସାହିର ଜଣେ ଯୁବକଙ୍କ ସହ ରାମଚନ୍ଦ୍ରଙ୍କ ବଚସା ହୋଇଥିଲା। […] The post ସାମାନ୍ୟ ବଚସାରୁ ଯୁବକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ appeared first on Dharitri Odia News.

ସାମାନ୍ୟ ବଚସାରୁ ଯୁବକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌

ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମର ବ୍ରହ୍ମପୁର ପୋଲିସ ଜିଲା ଦିଗପହଣ୍ଡି ଥାନା ଅଧିନ ଭୀଷ୍ମଗିରି ଗ୍ରାମ ଉଷାକୋଠୀ ସାହିର ବି.ରାମଚନ୍ଦ୍ର ପାତ୍ର ଓରଫ ଟୁଲୁ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ଭୋରରୁ ଏହି ହତ୍ୟାକାଣ୍ଡ ଘଟିଛି। ରାମଚନ୍ଦ୍ର ଘରେ ଶୋଇଥିବାବେଳେ ରାତି ପ୍ରାୟ ୨ ଟାରେ ଲାଇନ କଟି ଯାଇଥିଲା। ଗରମ ଯୋଗୁ ସେ ଘର ବାରଣ୍ଡାରେ ଶୋଇଥିଲେ। ରବିବାର ସନ୍ଧ୍ୟାରେ ସାହିର ଜଣେ ଯୁବକଙ୍କ ସହ ରାମଚନ୍ଦ୍ରଙ୍କ ବଚସା ହୋଇଥିଲା। ସମ୍ପର୍କୀୟ ଲୋକେ ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସାମାନ୍ୟ ବଚସାକୁ କେନ୍ଦ୍ରକରି ସାହିର ଯୁବକ ଜଣକ କୌଣସି ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବରପାଇ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ବ୍ରହ୍ମପୁରରୁ ଆସିଥିବା ପୋଲିସ ସାଇଣ୍ଟିିଫିକ ଟିମ ଓ ଡ଼ଗ ସ୍କ୍ବାର୍ଡ ସହାୟତାରେ ସରଜମିନ ତଦନ୍ତ କରି ଫେରିଛନ୍ତି।

ଏନେଇ ଏତଲା ହେବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ପୋଲିସ ୨ ସନ୍ଦିଗ୍ଧଙ୍କୁ ଥାନାକୁ ଉଠାଇ ନେଇ ଅଟକ ରଖି ମାରାଥନ ଜେରା ଚଳାଇଛନ୍ତି। ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ଗତ ପ୍ରାୟ ୧ ମାସ ପୂର୍ବେ ଗାଁକୁ ଫେରିଥିଲେ। ତାଙ୍କ ସ୍ତ୍ରୀ ଓ ୨ ଟି ଝିଅ ଅଛନ୍ତି।

ଗତ ଶୁକ୍ରବାରଠାରୁ ରାମଚନ୍ଦ୍ର ଏବଂ ତାଙ୍କ ସମ୍ପର୍କୀୟ ପକ୍ଷରୁ ଘରେ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଦେବତା ପୂଜା କାର୍ଯ୍ୟ ଚାଲିଥିଲା। ଘରେ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କୁ ଦେବତା କାର୍ଯ୍ୟ ପୂଜା ନିମନ୍ତେ ନିମନ୍ତ୍ରଣ କରାଯାଇ ନ ଥିଲା। ରବିବାର ସନ୍ଧ୍ୟାରେ ଯୁବକ ଜଣକ ଏନେଇ ପ୍ରତିବାଦ କରିଥିଲେ। ରାମଚନ୍ଦ୍ର ଏବଂ ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ମାରପିଟ ଯାଏ କଥା ଯାଇଥିଲା। ପରେ
ଉଭୟଙ୍କ ସମ୍ପର୍କୀୟ ଏବଂ ଜାତି କୁଳ ମୁଖିଆଙ୍କ ହସ୍ତକ୍ଷେପ ପରେ ଘଟଣାର ଆପୋଷ ସମାଧାନ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।

The post ସାମାନ୍ୟ ବଚସାରୁ ଯୁବକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ appeared first on Dharitri Odia News.