ଖୋଲିବ ପିଇଓ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ମାମଲା ଫାଇଲ
ଭୁବନେଶ୍ୱର : ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡର ଖୋଲିବ ଫାଇଲ । ହତ୍ୟାକାଣ୍ଡକୁ ୫ବର୍ଷ ପୂରିବ । ହେଲେ ଏଯାଏ ଏହି ମାମଲା ଉପରୁ ପରଦା ହଟିନାହିଁ । ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲା କେସ୍ ରିଓପନ୍ କରିବାକୁ ବିଜେପି ଓବିସି ମୋର୍ଚ୍ଚାର ଦାବି କରିଛି । ଆଇନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ଓବିସି ମୋର୍ଚ୍ଚାର ନେତୃବୃନ୍ଦ । ସରକାର ଯଥାଯୋଗ୍ୟ ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି । […]

ଭୁବନେଶ୍ୱର : ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡର ଖୋଲିବ ଫାଇଲ । ହତ୍ୟାକାଣ୍ଡକୁ ୫ବର୍ଷ ପୂରିବ । ହେଲେ ଏଯାଏ ଏହି ମାମଲା ଉପରୁ ପରଦା ହଟିନାହିଁ । ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲା କେସ୍ ରିଓପନ୍ କରିବାକୁ ବିଜେପି ଓବିସି ମୋର୍ଚ୍ଚାର ଦାବି କରିଛି । ଆଇନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ଓବିସି ମୋର୍ଚ୍ଚାର ନେତୃବୃନ୍ଦ । ସରକାର ଯଥାଯୋଗ୍ୟ ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ସୋସିଆଲ୍ ମିଡିଆରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା? ହତ୍ୟା ପୂର୍ବରୁ ତାଙ୍କ ସହିତ କ’ଣ ଘଟିଥିଲା? ଏହି ଘଟଣାରେ ଆଉ କିଏ ସଂପୃକ୍ତ ଥିଲେ କି? ଏ ସମସ୍ତ ଘଟଣା ଲୋକଲୋଚନକୁ ଆସିପାରିନାହିଁ। ଏପଟେ ସ୍ବର୍ଗତ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ ଓ ତାଙ୍କର ଏକମାତ୍ର ଶିଶୁକନ୍ୟା ଏଯାଏଁ ନ୍ୟାୟ ଅପେକ୍ଷାରେ ରହିଛନ୍ତି ।
ସୂଚନାନୁସାରେ,୨୦୧୯ ମସିହା ଅକ୍ଟୋବର ୧୬ ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତରେ ତତ୍କାଳୀନ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କର ଏକ ଘରୋଇ ଗେଷ୍ଟ ହାଉସରେ ରହସ୍ୟମୟ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ସେତେବେଳେ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ । ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି । ତେବେ ଏହି ଘଟଣାକୁ ଏକ ଆତ୍ମହତ୍ୟାର ରୂପ ଦିଆଯାଇ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା ।