ଜେଇଇ ମେନ୍ସ-୨୦୨୪ରେ ଓଡିଏମ୍‌ର ବାଜିମାତ୍‌

ଭୁବନେଶ୍ୱର,୧୪।୨:ରାଜ୍ୟର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଏବଂ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିଶନ(ମେନ୍‌) ବା ଜେଇଇ ମେନ୍ସ-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ କରିଛନ୍ତି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍‌ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ମେନ୍ସ୍‌ (ପେପର/ପର୍ଯ୍ୟାୟ-୧)-୨୦୨୪ ପରୀକ୍ଷା ଫଳାଫଳରେ ଉଭୟ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ ଓ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ଅଭୂତପୂର୍ବ କୃତିତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରବମଣ୍ଡିତ […] The post ଜେଇଇ ମେନ୍ସ-୨୦୨୪ରେ ଓଡିଏମ୍‌ର ବାଜିମାତ୍‌ appeared first on Dharitri Odia News.

ଜେଇଇ ମେନ୍ସ-୨୦୨୪ରେ ଓଡିଏମ୍‌ର ବାଜିମାତ୍‌

ଭୁବନେଶ୍ୱର,୧୪।୨:ରାଜ୍ୟର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଏବଂ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିଶନ(ମେନ୍‌) ବା ଜେଇଇ ମେନ୍ସ-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ କରିଛନ୍ତି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍‌ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ମେନ୍ସ୍‌ (ପେପର/ପର୍ଯ୍ୟାୟ-୧)-୨୦୨୪ ପରୀକ୍ଷା ଫଳାଫଳରେ ଉଭୟ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ ଓ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ଅଭୂତପୂର୍ବ କୃତିତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରବମଣ୍ଡିତ କରିଛନ୍ତି। ଓଡିଏମ୍‌ ପବ୍ଲିକ ସ୍କୁଲ୍‌ର ଛାତ୍ର ସତ୍ୟେନ୍ଦୁ କର (୯୯.୯୮) ପରସେଣ୍ଟାଇଲ୍‌ ସହ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିଲାବେଳେ ୟଶ୍‌ ବର୍ଦ୍ଧନ ପ୍ରତିହସ୍ତ (୯୯.୯୧), ପୁଲକ ରଞ୍ଜନ ମଲ୍ଲିକ୍‌ (୯୯.୮୩), ସ୍ବାଭିମାନ୍‌ ନାୟକ (୯୯.୭୧), ଅନୁପ୍ରାସ୍‌ ପଟ୍ଟନାୟକ (୯୯.୫୧), ସ୍ବୟମ୍‌ ଶତପଥୀ (୯୯.୫୧), ରୋହନ୍‌ ରାଜ୍‌ (୯୯.୨୫), ଜନ୍ମେଜୟ ଭୂଇଁଆ (୯୯.୧୪) ଏବଂ ସ୍ବୟଂଶ୍ରୀ ଗାହଣ (୯୯.୦୪) ପରସେଣ୍ଟାଇଲ୍‌ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ଦେବାଶିଷ୍‌ ପଣ୍ଡା (୯୯.୯୫), ଆଶୁତୋଷ ନାୟକ (୯୯.୮୫), ପ୍ରତ୍ୟୁଷ କୁମାର ମାସାନ୍ତା (୯୯.୬୯), ମୀତଲ ରାଉତ(୯୯.୪୪) ଏବଂ ଅତୁଲିତ୍‌ ସରୱାଗୀ (୯୯.୨୬) ପରସେଣ୍ଟାଇଲ୍‌ ସହ କୃତିତ୍ୱ ହାସଲକରି ବିଦ୍ୟାଳୟର ସମ୍ମାନ ଓ ପ୍ରତିଷ୍ଠା ବଢାଇଛନ୍ତି। ଓଡିଏମ୍‌ ଶିକ୍ଷା-ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଓ) ସ୍ବୟନ ସତ୍ୟେନ୍ଦୁଙ୍କ ସମେତ ଉଭୟ ଶିକ୍ଷାନୁଷ୍ଠାନ ବହୁ ବରିଷ୍ଠ ଅଧିକାରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉକ୍ତ ସଫଳତା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

The post ଜେଇଇ ମେନ୍ସ-୨୦୨୪ରେ ଓଡିଏମ୍‌ର ବାଜିମାତ୍‌ appeared first on Dharitri Odia News.