୨୫ ଜଣ ଓଏଏସ୍‌ ଅଫିସରଙ୍କ ବଦଳି

ଭୁବନେଶ୍ୱର,୧୯।୨: ସୋମବାର ୨୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ଓଏଏସ୍‌ ଅଫିସର ବେରସିୟସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ ବିଡିଓ ଭାବେ ବଦଳି ହୋଇଛି। ସେହିପରି ସୁଧୀର କୁମାର ନନ୍ଦଙ୍କୁ ବରଗଡ ତହସିଲଦାର, ଶଙ୍କର କୁମାର ପାତ୍ରଙ୍କୁ ଲାଞ୍ଜିଗଡ ବିଡିଓ, ଅଶୋକ ପଟ୍ଟନାୟକଙ୍କୁ ପାତ୍ରପୁର ତହସିଲଦାର, ସଦାକର କୁମ୍ଭାରଙ୍କୁ ଗୋଲମୁଣ୍ଡା ତହସିଲଦାର, ଚିନ୍ମୟ ମହାନନ୍ଦାଙ୍କୁ ରାୟଗଡା ଡେପୁଟି କଲେକ୍ଟର, ସ୍ମୃତିରେଖା ଦାସଙ୍କୁ […] The post ୨୫ ଜଣ ଓଏଏସ୍‌ ଅଫିସରଙ୍କ ବଦଳି appeared first on Dharitri Odia News.

୨୫ ଜଣ ଓଏଏସ୍‌ ଅଫିସରଙ୍କ ବଦଳି

ଭୁବନେଶ୍ୱର,୧୯।୨: ସୋମବାର ୨୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ଓଏଏସ୍‌ ଅଫିସର ବେରସିୟସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ ବିଡିଓ ଭାବେ ବଦଳି ହୋଇଛି। ସେହିପରି ସୁଧୀର କୁମାର ନନ୍ଦଙ୍କୁ ବରଗଡ ତହସିଲଦାର, ଶଙ୍କର କୁମାର ପାତ୍ରଙ୍କୁ ଲାଞ୍ଜିଗଡ ବିଡିଓ, ଅଶୋକ ପଟ୍ଟନାୟକଙ୍କୁ ପାତ୍ରପୁର ତହସିଲଦାର, ସଦାକର କୁମ୍ଭାରଙ୍କୁ ଗୋଲମୁଣ୍ଡା ତହସିଲଦାର, ଚିନ୍ମୟ ମହାନନ୍ଦାଙ୍କୁ ରାୟଗଡା ଡେପୁଟି କଲେକ୍ଟର, ସ୍ମୃତିରେଖା ଦାସଙ୍କୁ ଇଡକୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି।

ସେହିପରି ଧନଞ୍ଜୟ ମହାନ୍ତିଙ୍କୁ ଦାନଗଦି ତହସିଲଦାର, ସଞ୍ଜୟ କୁମାର ପଣ୍ଡାଙ୍କୁ ପରଜଙ୍ଗ ବିଡିଓ, ମନ୍ମଥ କୁମାର ନାୟକଙ୍କୁ ଭଞ୍ଜନଗର ବିଡିଓ, ଜିତେନ୍ଦ୍ର ମୁର୍ମୁଙ୍କୁ ଜଳେଶ୍ୱର ତହସିଲଦାର, ଜୟକୃଷ୍ଣ ପାତ୍ରଙ୍କୁ ଅନୁଗୁଳ ଉପଜିଲାପାଳ, ଅଙ୍କିତା ବାରିକଙ୍କୁ ଯାଜପୁର ଡେପୁଟି କଲେକ୍ଟର, ସାରା ହେମ୍ବ୍ରମଙ୍କୁ ବନ୍ତ ତହସିଲଦାର, ବନବିହାରୀ ହରପାଲଙ୍କୁ ତୁମୁ ବିଡିଓ, ଜ୍ଞାନରଞ୍ଜନ ମାଝୀଙ୍କୁ ବେଲପାହା ତହସିଲଦାର, ପ୍ରମୋଦ କୁମାର ନାୟକଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦିଆଯାଇଛି। ସେହିପରି ସନ୍ଧ୍ୟସମର୍ଥଙ୍କୁ ବୋରିଗୁମ୍ମା ବିଡିଓ, ଦୀପ୍ତିମୟୀ ପାତ୍ରଙ୍କୁ ପଦ୍ମପୁର ତହସିଲଦାର, ପ୍ରଦୀପ କୁମାର କରଙ୍କୁ କାଲିମେଳା ବିଡିଓ, ବିକ୍ରମ କୁମାର ଦୋରାଙ୍କୁ ବଲାଙ୍ଗିର ତହସିଲଦାର, ଯସ୍ମିନ କୁମାର ପ୍ରଧାନଙ୍କୁ ଗୁମ୍ମା ବିଡିଓ, ଶରତ କୁମାର ପାତ୍ରଙ୍କୁ କାଶୀନଗର ବିଡିଓ, ବସନ୍ତ କୁମାର ହାତୀଙ୍କୁ ଲଖନପୁର ତହସିଲଦାର ଓ ସମ୍ବିତ ସଂଗ୍ରାମଜିତ୍‌ ସାହୁଙ୍କୁ ପର୍ଯ୍ୟଟନ ବିଭାଗର ଓଏସଡି ଭାବେ ବଦଳି ହୋଇଛି। ଏହି ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବଗତି ନିମନ୍ତେ ପଠାଯାଇଛି।

The post ୨୫ ଜଣ ଓଏଏସ୍‌ ଅଫିସରଙ୍କ ବଦଳି appeared first on Dharitri Odia News.