ଚମକାଇ ଦେଲେ ରୋହିତ୍‌, ପାରିଲେନି ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ, ୨୫।୬: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ମ୍ୟାଚରେ ବୃହତ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ରୋହିତ ମାତ୍ର ୮ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିବାବେଳେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୫ ରନ ସ୍କୋର କରିଥିଲା। ବିଶାଳ ସ୍କୋରର ପିଛା କରି ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିବାରେ ସକ୍ଷମ […] The post ଚମକାଇ ଦେଲେ ରୋହିତ୍‌, ପାରିଲେନି ଅଷ୍ଟ୍ରେଲିଆ ବୋଲର appeared first on Dharitri Odia News.

ଚମକାଇ ଦେଲେ ରୋହିତ୍‌, ପାରିଲେନି ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ, ୨୫।୬: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ମ୍ୟାଚରେ ବୃହତ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ରୋହିତ ମାତ୍ର ୮ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିବାବେଳେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୫ ରନ ସ୍କୋର କରିଥିଲା। ବିଶାଳ ସ୍କୋରର ପିଛା କରି ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ ।

ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ବିରାଟ କୋହଲିଙ୍କୁ ଗୋଲ୍ଡେନ ଡକ (୦)ରେ ଆଉଟ କରି ଅଷ୍ଟ୍ରେଲିଆ ଶିବିରରେ ଉତ୍ସାହ ଭରି ଦେଇଥିଲେ ଜୋଶ ହାଜେଲଉଡ। ମାତ୍ର ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ୧୯ ବଲ୍ରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ଯାହାକି ଚଳିତ ଟି୨୦ ବିଶ୍ୱକପରେ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ୪.୧ ଓଭରରେ ଭାରତ ୪୩ ରନ କରିଥିବାବେଳେ ବର୍ଷା ଯୋଗୁ ଖେଳ ଅଳ୍ପ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା। ସେତେବେଳକୁ ରୋହିତ ୪୧ ରନ କରିଥିବାବେଳେ ରିଷଭ ପନ୍ତଙ୍କ ଅବଦାନ ଥିଲା ମାତ୍ର ୧ ରନ। ପାଓ୍ବାରପ୍ଲେ ୬ ଓଭରରେ ଭାରତ ୬୦ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପଥ ପ୍ରସ୍ତୁତ କରିଥିଲା। ରୋହିତ ଓ ପନ୍ତ ଦ୍ୱିତୀୟ ଉଇକେଟରେ ୩୮ ବଲ୍ରୁ ୮୭ ରନର ଭାଗୀଦାରି ଗଢ଼ିଥିଲେ। ସେଥିରେ ପନ୍ତଙ୍କ ଅବଦାନଥିଲା ମାତ୍ର ୧୫ ରନ। ପନ୍ତ ୧୪ ବଲ୍ରୁ ୧୫ ରନ କରିଥିବାବେଳେ ମାର୍କୁସ ଷ୍ଟୋଇନିସଙ୍କ ଶିକାର ହେବାରୁ ପାର୍ଟନରଶିପ ଭାଙ୍ଗିଥିଲା। ରୋହିତ ଧୂଆଁଧାର ବ୍ୟାଟିଂ ଜାରି ରଖି ଶତକର ନିକଟତର ହୋଇଥିଲେ। ତେବେ ସେ ୪୧ ବଲ୍ରୁ ୭ ଚୌକା ଓ ୮ ଛକା ସହାୟତାରେ ୯୨ ରନ କରିଥିବାବେଳେ ମିଚେଲ ଷ୍ଟାର୍କଙ୍କ ୟର୍କରକୁ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଥିଲେ। ବଲ ପ୍ୟାଡ୍ରେ ବାଜି ଷ୍ଟମ୍ପରେ ଲାଗିଥିଲା। ଆଉଟ ହେବାପୂର୍ବରୁ ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ଉଇକେଟରେ ୨୦ ବଲ୍ରୁ ୩୪ ରନର ଭାଗୀଦାରି ଗଢ଼ିଥିଲେ।

ସୂର୍ଯ୍ୟକୁମାର, ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ଇନିଂସ ଖେଳିପାରି ନ ଥିଲେ ଦ୍ରୁତ ହାରରେ ରନ ସଂଗ୍ରହ କରି ଭାରତ ରନ ସଂଖ୍ୟାକୁ ୨୦୦ ଅତିକ୍ରମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିଥିଲେ। ସୂର୍ଯ୍ୟକୁମାର ୧୬ ବଲ୍ରୁ ୩୧ (୩ ଚୌକା, ୨ ଛକା), ଶିବମ ଦୁବେ ୨୨ ବଲ୍ରୁ ୨୮ (୨ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ହାର୍ଦ୍ଦିକ ୧୭ ବଲ୍ରୁ ୨୭ (୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡେଜା ୫ ବଲ୍ରୁ ୧ ଛକା ସହାୟତାରେ ୯ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଚମତ୍କାର ବୋଲିଂ କରିଥିଲେ ଜୋଶ ହାଜେଲଉଡ। ସେ ନିଜ ୪ ଓଭର ସ୍ପେଲ୍ରେ ମାତ୍ର ୧୪ ରନ ଦେଇ କୋହଲିଙ୍କ ପ୍ରାଇଜ ଉଇକେଟ ନେଇଥିଲେ। ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ୨ଟି ଲେଖାଏ ଉଇକେଟ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କୁମିନ୍ସ ୪ ଓଭରରେ ୪୮ ଓ ଆଡାମ ଜାମ୍ପା ୪୧ ରନ ବ୍ୟୟ କରିଥିଲେ ।

The post ଚମକାଇ ଦେଲେ ରୋହିତ୍‌, ପାରିଲେନି ଅଷ୍ଟ୍ରେଲିଆ ବୋଲର appeared first on Dharitri Odia News.