ପରାଜୟ ଜାଣି ବିଜେଡି ଅଧିକ ଟଙ୍କା ବାଣ୍ଟୁଛି: ଭାଜପାର ଗୁରୁତର ଅଭିଯୋଗ
ଭୁବନେଶ୍ୱର, ୨୮।୫(ବ୍ୟୁରୋ):ଚଳିତ ନିର୍ବାଚନର ୩ୟ ପର୍ଯ୍ୟାୟ ଶେଷ ପରେ ବିଭିନ୍ନ ସଂସ୍ଥାର ଆକଳନ ଭାଜପା ସପକ୍ଷରେ ଯାଉଥିବା ଜାଣିପାରି ଶାସକ ବିଜେଡି ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କଳବଳ କୌଶଳ ପ୍ରୟୋଗ କରୁଛି। କିନ୍ତୁ ଓଡ଼ିଶାର ଜନତା ମନସ୍ଥ କରିଛନ୍ତି ରାଜ୍ୟରେ ଭାଜପା ସରକାର ଗଠନ କରିବେ। ବିଜେଡି ୨୫ ବର୍ଷ ଶାସନରେ କ’ଣ କରିଛି ତାହା ଉପରେ ଭାଜପା ପ୍ରଶ୍ନ କରିବା ପରେ ଶାସକ ଦଳ ବ୍ୟତିବ୍ୟସ୍ତ ହୋଇଛି। […] The post ପରାଜୟ ଜାଣି ବିଜେଡି ଅଧିକ ଟଙ୍କା ବାଣ୍ଟୁଛି: ଭାଜପାର ଗୁରୁତର ଅଭିଯୋଗ appeared first on Dharitri Odia News.
ଭୁବନେଶ୍ୱର, ୨୮।୫(ବ୍ୟୁରୋ):ଚଳିତ ନିର୍ବାଚନର ୩ୟ ପର୍ଯ୍ୟାୟ ଶେଷ ପରେ ବିଭିନ୍ନ ସଂସ୍ଥାର ଆକଳନ ଭାଜପା ସପକ୍ଷରେ ଯାଉଥିବା ଜାଣିପାରି ଶାସକ ବିଜେଡି ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କଳବଳ କୌଶଳ ପ୍ରୟୋଗ କରୁଛି। କିନ୍ତୁ ଓଡ଼ିଶାର ଜନତା ମନସ୍ଥ କରିଛନ୍ତି ରାଜ୍ୟରେ ଭାଜପା ସରକାର ଗଠନ କରିବେ। ବିଜେଡି ୨୫ ବର୍ଷ ଶାସନରେ କ’ଣ କରିଛି ତାହା ଉପରେ ଭାଜପା ପ୍ରଶ୍ନ କରିବା ପରେ ଶାସକ ଦଳ ବ୍ୟତିବ୍ୟସ୍ତ ହୋଇଛି। ରାଜ୍ୟବାସୀଙ୍କୁ ଉତ୍ତର ଦେବା ପରିବର୍ତ୍ତେ କିଛି ସରକାରୀ କର୍ମଚାରୀଙ୍କୁ ଲଗାଇ ଟଙ୍କା ବାଣ୍ଟିବା ଆରମ୍ଭ କରିଥିବା ଭାଜପା ଅଭିଯୋଗ କରିଛି। ଏନେଇ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛିି ଯେ, ପୂର୍ବ ନିର୍ବାଚନଗୁଡ଼ିକରେ ଅଭ୍ୟାସଗତ ଭାବେ ଟଙ୍କା ବାଣ୍ଟି ଆସୁଥିବା ବିଜେଡି ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବାଣ୍ଟୁଛି। ଯାଜପୁର ଜିଲା କୋରେଇ ବ୍ଲକ କରଦା ପଞ୍ଚାୟତ ରାଣୀଗୋଡା ଗଁାର ସିଆର୍ପି ବାସନ୍ତୀ ଓଝା ବିଜେଡି କର୍ମୀ ଭଳି କାର୍ଯ୍ୟ କରୁଛନ୍ତି। ଓଝା କେତେକ ଗଁାରେ ବୈଠକ କରି ଲୋକଙ୍କୁ ଟଙ୍କା ବାଣ୍ଟି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। ଏହାଦ୍ୱାରା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହେଉଥିଲେ ମଧ୍ୟ ଓଝାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସିଆର୍ପି ପଦରୁ ବହିଷ୍କାର ଓ ଗିରଫ କରାଯାଉ ବୋଲି ଭାଜପା ପ୍ରତିନିଧିମଣ୍ଡଳୀ ଦାବି କରିଛି।
The post ପରାଜୟ ଜାଣି ବିଜେଡି ଅଧିକ ଟଙ୍କା ବାଣ୍ଟୁଛି: ଭାଜପାର ଗୁରୁତର ଅଭିଯୋଗ appeared first on Dharitri Odia News.