ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର ତାଲିକା କରିବା ଆରମ୍ଭ କରିଛନ୍ତି। ଏଥିଲାଗି ଅକ୍ଟୋବର ୩୧ ଯାଏ ସମୟ ଦିଆଯାଇଛି, ଯେଉଁଥିରୁ ଏବେ ମାତ୍ର ୧୩ ଦିନ ବାକି ରହିଛି। ଏସବୁ ମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଅଧିନାୟକ କେ ଏଲ୍‌ ରାହୁଲ ବଡ଼ ଗେମ୍‌ ଖେଳିପାରନ୍ତି। ମେଗା ଅକ୍ସନ ପୂର୍ବରୁ ସେ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ […] The post ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା appeared first on Dharitri Odia News.

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର ତାଲିକା କରିବା ଆରମ୍ଭ କରିଛନ୍ତି। ଏଥିଲାଗି ଅକ୍ଟୋବର ୩୧ ଯାଏ ସମୟ ଦିଆଯାଇଛି, ଯେଉଁଥିରୁ ଏବେ ମାତ୍ର ୧୩ ଦିନ ବାକି ରହିଛି। ଏସବୁ ମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଅଧିନାୟକ କେ ଏଲ୍‌ ରାହୁଲ ବଡ଼ ଗେମ୍‌ ଖେଳିପାରନ୍ତି। ମେଗା ଅକ୍ସନ ପୂର୍ବରୁ ସେ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ବଡ଼ ଝଟ୍‌କା ଦେଇ ମେଗା ଅକ୍ସନରେ ସାମିଲ ହୋଇପାରନ୍ତି।

ଚଳିତ ଥର ଆଇପିଏଲ୍‌ଷର ଫ୍ରାଞ୍ଚାଇଜମାନେ ଅଧିକରୁ ଅଧିକ ୬ ଖେଳାଳିଙ୍କୁ ରିଟେନ କରିପାରିବାର ଅନୁମତି ରହିଛି। ସମସ୍ତ ଟିମ୍‌ ନିଜର ରଣନୀତି ମୁତାବକ ଖେଳାଳିଙ୍କୁ ରିଟେନ୍‌ କରିବାକୁ ନେଇ ଆଲୋଚନା କରୁଛନ୍ତି। ଏମିତିରେ କେ ଏଲ୍‌ ରାହୁଲ ରିଟେନ ହେବାକୁ ଚାହୁଁ ନାହାନ୍ତି। ଅପରପକ୍ଷେ ଫ୍ରାଞ୍ଚାଇଜ ମଧ୍ୟ ତାଙ୍କୁ ରିଟେନ କରିବାକୁ ଚାହୁଁନାହିଁ। ଉଭୟଙ୍କ ମଧ୍ୟରେ ମାମଲାକୁ ନେଇ ସହମତି ହୋଇପାରୁନାହିଁ। ଏଣୁ ସେ ଫ୍ରାଞ୍ଚାଇଜ୍‌ ଛାଡ଼ି ମେଗା ଅକ୍ସନକୁ ଯାଇ ପାରନ୍ତି।

୨୦୨୨ ସିଜନରେ କେ ଏଲ୍‌ ରାହୁଲ ଲକ୍ଷ୍ନୌ ସହ ଜଡ଼ିତ ହୋଇଥିଲେ। ସେ ଟିମ୍‌ ଲାଗି ୩୮ ମୁକାବିଲା ଖେଳିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ୨୦୨୨ ଏବଂ ୨୦୨୩ରେ ପ୍ଲେଅଫ୍‌ ଲାଗି କ୍ୱାଲିଫାଏ କରିଥିଲା। ହେଲେ ଆଇପିଏଲ୍‌ ୨୦୨୪ରେ ଲକ୍ଷ୍ନୌର ପ୍ରଦର୍ଶନ ଭଲ ନ ଥିଲା। ଦଳ ୧୪ରୁ ୭ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଥିଲା। ବିଶେଷକରି ମାଲିକ ସଞ୍ଜିବ ଗୋଏଙ୍କା ତାଙ୍କୁ ଗାଳି କରୁଥିବାର ଭିଡିଓ ବେଶ ବିବାଦରେ ରହିଥିଲା।

The post ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା appeared first on Dharitri Odia News.