ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ…
ଆଜିକାଲି ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକେ ମନ ବଳାଇ ଥାଆନ୍ତି। ଏହି ସମୟରେ ନିଜ ଲୋଭକୁ ସମ୍ବରଣ କରି ନ ପାରି ଆମେ ଅଜୀର୍ଣ୍ଣ ସମସ୍ୟା ସମ୍ମୁଖୀନ ହୋଇଥାଉ। କାରଣ ସେତେବେଳେ ଜଣେ ଏଭଳି ଖାଦ୍ୟ ଖାଇଥାଆନ୍ତି ଯାହା ସହଜରେ ହଜମ ହୋଇ ନ ଥାଏ। ତେବେ ଏଭଳି ସ୍ବାସ୍ଥ୍ୟ ସମସ୍ୟାଠାରୁ ନିଜକୁ ଦୂରେଇ ନ ରଖିଲେ ପରବର୍ତ୍ତୀ ସମୟରେ ତାହା ଜଟିଳ ଆକାର ଧାରଣ କରିବାର ଆଶଙ୍କା ରହିଛି। ତେଣୁ ସବୁବେଳେ […] The post ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ… appeared first on Dharitri Odia News.
ଆଜିକାଲି ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକେ ମନ ବଳାଇ ଥାଆନ୍ତି। ଏହି ସମୟରେ ନିଜ ଲୋଭକୁ ସମ୍ବରଣ କରି ନ ପାରି ଆମେ ଅଜୀର୍ଣ୍ଣ ସମସ୍ୟା ସମ୍ମୁଖୀନ ହୋଇଥାଉ। କାରଣ ସେତେବେଳେ ଜଣେ ଏଭଳି ଖାଦ୍ୟ ଖାଇଥାଆନ୍ତି ଯାହା ସହଜରେ ହଜମ ହୋଇ ନ ଥାଏ। ତେବେ ଏଭଳି ସ୍ବାସ୍ଥ୍ୟ ସମସ୍ୟାଠାରୁ ନିଜକୁ ଦୂରେଇ ନ ରଖିଲେ ପରବର୍ତ୍ତୀ ସମୟରେ ତାହା ଜଟିଳ ଆକାର ଧାରଣ କରିବାର ଆଶଙ୍କା ରହିଛି। ତେଣୁ ସବୁବେଳେ ମସଲାଯୁକ୍ତ ଖାଦ୍ୟ ଯେତେ କମ୍ ଖାଇବେ ତାହା ସେତେ ଭଲ। ଆଉ ଏକ କଥା ହେଲା ଖାଇବାର ସମୟ। ସବୁବେଳେ ଠିକ୍ ସମୟରେ ଖାଆନ୍ତୁ। ଖାଇବା ମଧ୍ୟରେ ଯଦି ଅଧିକ ବ୍ୟବଧାନ ରହିଲା, ତେବେ ତାହା ପେଟରେ ଏସିଡିଟି ସୃଷ୍ଟି କରିଥାଏ। ଏହାବ୍ୟତୀତ ଖାଉଥିବା ଖାଦ୍ୟ ମଧ୍ୟ ହଜମ ହୋଇ ନ ଥାଏ। ଏକାଥରେ ପୁଳାଏ ଖାଦ୍ୟ ନ ଖାଇ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ଖାଇଲେ ଭଲ। ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଯଦି ବିଳମ୍ବିତ ରାତ୍ରଭୋଜନ ଅଭ୍ୟାସ ରହିଛି ତେବେ ତାହାକୁ ବଦଳାନ୍ତୁ। କାରଣ ଏହା ହେଉଛି ଅଜୀର୍ଣ୍ଣ ସମସ୍ୟାର ଆଉ ଏକ କାରଣ। ରାତ୍ରଭୋଜନ ଏବଂ ଶୋଇବା ମଧ୍ୟରେ ଅତିକମ୍ରେ ଦୁଇ ଘଣ୍ଟା ବ୍ୟବଧାନ ରହିଲେ ଭଲ।
The post ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ… appeared first on Dharitri Odia News.