ପେଟିଏମ ଓ୍ବାଲେଟ ଉପରେ ଅମ୍ବାନୀଙ୍କ ନଜର! କିଣିପାରନ୍ତି କମ୍ପାନୀ
ନୂଆଦିଲ୍ଲୀ,୫।୨:ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ ଲଗାଯିବା ପରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ଉପରେ ସଙ୍କଟ ବଢିବାରେ ଲାଗିଛି । ୩ୟ କାରବାର ଦିନରେ କମ୍ପାନିର ଶେୟାର ଲଗାତାର କମିବାରେ ଲାଗିଛି। ଏବେ ପେଟିଏଟିମ ବ୍ୟାଙ୍କର ଲାଇସେନ୍ସ ଉପରେ ମଧ୍ୟ ବିପଦ ମୁଣ୍ଡ ଟେକୁଥିବାର ଦେଖାଯାଇଛି।ଏହାରି ଭିତରେ ସୂଚନା ମିଳୁଛି ଯେ ୱାନ୯୭ କମ୍ୟୁନିକେଶନ ଅର୍ଥାତ ପେଟିଏମ ନିଜର ୱାଲେଟ କାରବାର ମୁକେଶ ଅମ୍ବାନୀଙ୍କୁ ବିକ୍ରି କରିବାକୁ ଆଲୋଚନା କରୁଛି […] The post ପେଟିଏମ ଓ୍ବାଲେଟ ଉପରେ ଅମ୍ବାନୀଙ୍କ ନଜର! କିଣିପାରନ୍ତି କମ୍ପାନୀ appeared first on Dharitri Odia News.
ନୂଆଦିଲ୍ଲୀ,୫।୨:ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ ଲଗାଯିବା ପରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ଉପରେ ସଙ୍କଟ ବଢିବାରେ ଲାଗିଛି । ୩ୟ କାରବାର ଦିନରେ କମ୍ପାନିର ଶେୟାର ଲଗାତାର କମିବାରେ ଲାଗିଛି। ଏବେ ପେଟିଏଟିମ ବ୍ୟାଙ୍କର ଲାଇସେନ୍ସ ଉପରେ ମଧ୍ୟ ବିପଦ ମୁଣ୍ଡ ଟେକୁଥିବାର ଦେଖାଯାଇଛି।ଏହାରି ଭିତରେ ସୂଚନା ମିଳୁଛି ଯେ ୱାନ୯୭ କମ୍ୟୁନିକେଶନ ଅର୍ଥାତ ପେଟିଏମ ନିଜର ୱାଲେଟ କାରବାର ମୁକେଶ ଅମ୍ବାନୀଙ୍କୁ ବିକ୍ରି କରିବାକୁ ଆଲୋଚନା କରୁଛି ।
ହିନ୍ଦୁୁ ବିଜନେସଲାଇନର ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀଙ୍କ କମ୍ପାନି ଜିଓ ଫାଇନାନସିଆଲ ସର୍ଭିସେସ ଏବଂ ଏଚଡିଏଫସି ବ୍ୟାଙ୍କ ସହ ଆଲୋଚନା ଜାରି ରଖିଛି।ସୋମବାର ବିଏସଇରେ ଜିଓ ଫାଇନାନ୍ସିଆଲ ସର୍ଭିସେସ ଶେୟାର ୧୪ ପ୍ରତିଶତ ବଢି ୨୮୯.୭୦ ଟଙ୍କାର ଅପର ସର୍କିଟ ଛୁଇଁଛି ।
ଉଲ୍ଲେଖଯୋଗ୍ୟ, ଜିଓ ଫାଇନାନ୍ସିଆଲ ସର୍ଭିସେସ ଗତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରି ଠାରୁ ଅଲଗା ହୋି ଯାଇଥିଲା । ଏହାପରେ ୨୦୨୩ ଅଗଷ୍ଟରେ ଜିଓ ଫାଇନାନସିଆଲ ସର୍ଭିସେସର ଶେୟାର ବଜାରରେ ଲିଷ୍ଟିଂ ହୋଇଥିଲା । ଏବେ ଅନେକ ରିପୋର୍ଟରେ ଦାବି କରାଯାଉଛି କି, ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଏବଂ ତାଙ୍କ ଟିମ ଗତବର୍ଷ ନଭେମ୍ବରରୁ ଜିଓ ଫାଇନାନ୍ସିଆଲ ସହ କଥାବର୍ତ୍ତା ଆରମ୍ଭ କରିଛନ୍ତି । ଅନୁମାନ କରାଯାଉଛି କି, ଜିଓ ଫାଇନାନ୍ସିଆଲ ବଡ଼ ବେଲଆଉଟର ଅଂଶ ରୂପେ ପେଟିଏମ ପେମେଣ୍ଟ ବ୍ୟାଙ୍କର ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦେଇପାରେ ।
The post ପେଟିଏମ ଓ୍ବାଲେଟ ଉପରେ ଅମ୍ବାନୀଙ୍କ ନଜର! କିଣିପାରନ୍ତି କମ୍ପାନୀ appeared first on Dharitri Odia News.