ଆଜି ଭାରତୀୟ ଦଳର ବିଜୟ ପରେଡ; ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ଓ୍ବାଙ୍ଖଡେରେ ସମ୍ବର୍ଦ୍ଧନା
ମୁମ୍ବାଇ,୪ା୭: ଟି୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ଶେଷରେ ବାର୍ବାଡୋସ୍ ଛାଡିଛି। ବାତ୍ୟା ହରିକେନ୍ କାରଣରୁ ଭାରତୀୟ ଦଳ ହୋଟେଲରେ ଅଟକି ରହିଥିଲା। ବୁଧବାର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ସହାୟତାରେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସକାଳ ୬.୨୦ ମିନିଟରେ ନୂଆଦିଲ୍ଳୀ ବିମାନ ବନ୍ଦରରେ ଭାରତୀୟ ଖେଳାଳିମାନେ ଅବତରଣ କରିବେ। ଏୟାର ଇଣ୍ଡିଆ ଚାମ୍ପିୟନ୍ସ ୨୪ ଓ୍ବାଲର୍ଡ କପ୍ ନାମକ ଏକ ଚାର୍ଟର […] The post ଆଜି ଭାରତୀୟ ଦଳର ବିଜୟ ପରେଡ; ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ଓ୍ବାଙ୍ଖଡେରେ ସମ୍ବର୍ଦ୍ଧନା appeared first on Dharitri Odia News.
ମୁମ୍ବାଇ,୪ା୭: ଟି୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ଶେଷରେ ବାର୍ବାଡୋସ୍ ଛାଡିଛି। ବାତ୍ୟା ହରିକେନ୍ କାରଣରୁ ଭାରତୀୟ ଦଳ ହୋଟେଲରେ ଅଟକି ରହିଥିଲା। ବୁଧବାର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ସହାୟତାରେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସକାଳ ୬.୨୦ ମିନିଟରେ ନୂଆଦିଲ୍ଳୀ ବିମାନ ବନ୍ଦରରେ ଭାରତୀୟ ଖେଳାଳିମାନେ ଅବତରଣ କରିବେ। ଏୟାର ଇଣ୍ଡିଆ ଚାମ୍ପିୟନ୍ସ ୨୪ ଓ୍ବାଲର୍ଡ କପ୍ ନାମକ ଏକ ଚାର୍ଟର ବିମାନରେ ବାର୍ବାଡୋସର ଗ୍ରାଣ୍ଟଲେ ଆଡାମ୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଖେଳାଳିମାନେ ଯାତ୍ରା ଆରମ୍ଭ କରିଥିଲେ। ହରିକେନ୍ ବେରିଲ୍ କାରଣରୁ ଭାରତୀୟ ଦଳର ସମ୍ଭାବ୍ୟ ଯାତ୍ରା ବିଳମ୍ବିତ ହୋଇଥିଲା। ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ବ୍ୟତୀତ କିଛି ଖେଳାଳିଙ୍କ ପରିବାର ବର୍ଗ, ଭାରତୀୟ ସାମ୍ବାଦିକ, ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହା ମଧ୍ୟ ଏହି ବିମାନରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଉପ ସଭାପତି ରାଜୀବ ଶୁକ୍ଲା ସୂଚନା ଦେଇଛନ୍ତି।
ସକାଳୁ ବିମାନ ଅବତରଣ କରିବା ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଭେଟିବେ। ପରେ ଭାରତୀୟ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ବିସିସିଆଇ ପକ୍ଷରୁ ଭାରତୀୟ କ୍ରିକେଟ ଦଳକୁ ସମ୍ମାନିତ କରାଯିବ। ନରିମାନ ପଏଣ୍ଟରୁ ଏକ ଛାତଖୋଲା ବସ୍ରେ ଭାରତୀୟ ଖେଳାଳିମାନେ ଓ୍ବାଙ୍ଖଡେ ଅଭିମୁଖେ ଯାତ୍ରା କରିବେ। ବିସିସିଆଇ ସମ୍ପାଦକ ଜୟ ଶାହା ଏହି ଘୋଷଣା କରିବା ସହ ଭାରତୀୟ ଦଳର ବିଜୟ ପରେଡରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ସମାନ ପୋଷ୍ଟ କରିଛନ୍ତି।
ଆମେ ଏହି ଖୁସିର ମୁହୂର୍ତ୍ତ ଆପଣମାନଙ୍କ ସହ ଶେୟାର କରିବାକୁ ଚାହୁଁଛୁ। ଅପରାହ୍ନ ୫ଟାରେ ଏହା ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ ଯେ, ୧୭ ବର୍ଷ ତଳେ ୨୦୦୭ରେ ଭାରତ ଟି୨୦ ବିଶ୍ୱକପ୍ ଜିତିବା ପରେ ସମାନ ଭାବରେ ସେଲିବ୍ରେଶନ କରାଯାଇଥିଲା।
The post ଆଜି ଭାରତୀୟ ଦଳର ବିଜୟ ପରେଡ; ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ଓ୍ବାଙ୍ଖଡେରେ ସମ୍ବର୍ଦ୍ଧନା appeared first on Dharitri Odia News.