କୋଟିଆରେ ଗ୍ରାମସଭା କରି ଫେରିଲା ଆନ୍ଧ୍ର, ଶୋଇଛି ଓଡ଼ିଶା ପ୍ରଶାସନ
ପଟ୍ଟାଙ୍ଗି,୨।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ରରେ ସରକାର ବଦଳିବା ପରେ ମଧ୍ୟ ଓଡ଼ିଶାର ସୀମାନ୍ତ ଗ୍ରାମ ମାନଙ୍କରେ ଅନୁପ୍ରବେଶ କରିବା ଜାରି ରହିଛି। ଏହିପରି କାର୍ଯ୍ୟ ପୁଣିଥରେ ଦେଖିବାକୁ ମିଳିଛି କୋରାପୁଟର ଚର୍ଚ୍ଚିତ କୋଟିଆ ପଞ୍ଚାୟତର ସୀମାନ୍ତ ଫଗୁଣସିନେରି ଗ୍ରାମରେ। ସାରା ଦେଶରେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିବା ବେଳେ ଫଗୁଣସିନେରି ଗ୍ରାମରେ ସରକାରୀ ଯୋଜନାକୁ ନେଇ ଗ୍ରାମସଭା ଆୟୋଜିତ କରିଛନ୍ତି ଆନ୍ଧ୍ର ଅଧିକାରୀ। ଆନ୍ଧ୍ରର ପାର୍ବତୀପୁରମ୍ ମାନ୍ୟାମ୍ ଜିଲାର […] The post କୋଟିଆରେ ଗ୍ରାମସଭା କରି ଫେରିଲା ଆନ୍ଧ୍ର, ଶୋଇଛି ଓଡ଼ିଶା ପ୍ରଶାସନ appeared first on Dharitri Odia News.
ପଟ୍ଟାଙ୍ଗି,୨।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ରରେ ସରକାର ବଦଳିବା ପରେ ମଧ୍ୟ ଓଡ଼ିଶାର ସୀମାନ୍ତ ଗ୍ରାମ ମାନଙ୍କରେ ଅନୁପ୍ରବେଶ କରିବା ଜାରି ରହିଛି। ଏହିପରି କାର୍ଯ୍ୟ ପୁଣିଥରେ ଦେଖିବାକୁ ମିଳିଛି କୋରାପୁଟର ଚର୍ଚ୍ଚିତ କୋଟିଆ ପଞ୍ଚାୟତର ସୀମାନ୍ତ ଫଗୁଣସିନେରି ଗ୍ରାମରେ। ସାରା ଦେଶରେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିବା ବେଳେ ଫଗୁଣସିନେରି ଗ୍ରାମରେ ସରକାରୀ ଯୋଜନାକୁ ନେଇ ଗ୍ରାମସଭା ଆୟୋଜିତ କରିଛନ୍ତି ଆନ୍ଧ୍ର ଅଧିକାରୀ। ଆନ୍ଧ୍ରର ପାର୍ବତୀପୁରମ୍ ମାନ୍ୟାମ୍ ଜିଲାର ସାଲୁର ପ୍ରଶାସନ ଅଧିନରେ ରହିଥିବା ଓଡ଼ିଶାର ଉକ୍ତ ଗ୍ରାମକୁ ପଞ୍ଚାୟତର ମାନ୍ୟତା ଦେଇ ବିଭିନ୍ନ ସରକାରୀ କାର୍ଯ୍ୟ କରୁଛି।
ଏହାରି ଭିତରେ ବୁଧବାର ଉକ୍ତ ଗ୍ରାମ ତଥା ନିଜର ପଞ୍ଚାୟତରେ ସାଲୁର ବ୍ଲକର କର୍ମଚାରୀ ଏବଂ ଉକ୍ତ ପଞ୍ଚାୟତର ପିଇଓ ପ୍ରମୁଖ ପହଞ୍ଚି ସରପଞ୍ଚ କୁନେଟି କୁସୁ ଆମ୍ମାଙ୍କ ଉପସ୍ଥିତରେ ଗ୍ରାମବାସୀଙ୍କୁ ନେଇ ଗାନ୍ଧୀ ଜୟନ୍ତୀ ପାଳନ କରିବା ସହ ମନେରଗା କାର୍ଯ୍ୟକ୍ରମକୁ ନେଇ ଗ୍ରାମସଭା କରି ଫେରିଛି। ଉକ୍ତ ଗ୍ରାମସଭା କାର୍ଯ୍ୟରେ ଉପସ୍ଥିତ ରହିଥିବା ଗ୍ରାମବାସ ଙ୍କ ଠାରୁ ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଯାହାକି ଗ୍ରାମବାସୀଙ୍କ ଠାରୁ ଆସିଥିବା ପ୍ରସ୍ତାବ ଗୁଡିକ ଯେପରି କାର୍ଯ୍ୟକାରୀ ହୋଇ ପାରିବ ସେନେଇ ସାଲୁର ବ୍ଲକ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରି ପାର୍ବତୀପୁରମ୍ ମାନ୍ୟାମ୍ ଜିଲ୍ଲା ପ୍ରଶାସନର ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉକ୍ତ ଗ୍ରାମସଭାରେ ଆଲୋଚନା କରାଯାଇଛି।
ସେପଟେ ଆନ୍ଧ୍ର ରାଜ୍ୟର ଏହିପରି ଅନୁପ୍ରବେଶ ଓ ଗ୍ରାମସଭା କରି ଫେରିଥିବା ସମ୍ପର୍କରେ କୋରାପୁଟ ଜିଲା ପ୍ରଶାସନ ପାଖରେ କୌଣସି ଖବର ନାହିଁ। ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ଏହି ଘଟଣା ସମ୍ପର୍କରେ ପଚାରିବାରୁ ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଜିଲା ପ୍ରଶାସନକୁ ଅବଗତ କରାଯିବ ବୋଲି କହିଛନ୍ତି।
The post କୋଟିଆରେ ଗ୍ରାମସଭା କରି ଫେରିଲା ଆନ୍ଧ୍ର, ଶୋଇଛି ଓଡ଼ିଶା ପ୍ରଶାସନ appeared first on Dharitri Odia News.