ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର: ବିଟେକ୍‌ ଛାତ୍ର ଗିରଫ

ଜୟପୁର,୧ା୬(ପବନ ପାଣିଗ୍ରାହୀ): ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗରେ ଜୟପୁର ମହିଳା ଥାନା ପୋଲିସ ଜଣେ ବିଟେକ୍‌ ଛାତ୍ରଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ ହେଲେ ନବରଙ୍ଗପୁର ଖାତିଗୁଡାର ଇସ୍ରାଏଲ ନାୟକ(୨୫)। ସୁଚନା ଅନୁଯାୟୀ, ଏକ ଘରୋଇ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ଯୁବତୀଙ୍କୁ ଇସ୍ରାଏଲ ୨୦୨୨ରୁ ପ୍ରେମ କରି ବିବାହ ପ୍ରଲୋଭନ ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ମହିଳା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଏନେଇ […] The post ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର: ବିଟେକ୍‌ ଛାତ୍ର ଗିରଫ appeared first on Dharitri Odia News.

ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର: ବିଟେକ୍‌ ଛାତ୍ର ଗିରଫ

ଜୟପୁର,୧ା୬(ପବନ ପାଣିଗ୍ରାହୀ): ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗରେ ଜୟପୁର ମହିଳା ଥାନା ପୋଲିସ ଜଣେ ବିଟେକ୍‌ ଛାତ୍ରଙ୍କୁ ରବିବାର ଗିରଫ କରିଛି।

ଅଭିଯୁକ୍ତ ହେଲେ ନବରଙ୍ଗପୁର ଖାତିଗୁଡାର ଇସ୍ରାଏଲ ନାୟକ(୨୫)। ସୁଚନା ଅନୁଯାୟୀ, ଏକ ଘରୋଇ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ଯୁବତୀଙ୍କୁ ଇସ୍ରାଏଲ ୨୦୨୨ରୁ ପ୍ରେମ କରି ବିବାହ ପ୍ରଲୋଭନ ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ମହିଳା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୭୪/୨୫) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

The post ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର: ବିଟେକ୍‌ ଛାତ୍ର ଗିରଫ appeared first on Dharitri Odia News.