ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ୍
ସିଡ଼ନୀ,୮।୨: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଶୁକ୍ରବାର ଅର୍ଥାତ୍ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପାଇଁ ଖରାପ ଖବର ଆସିଛି। ବାସ୍ତବରେ ଦଳର ଅଧିନାୟକ ମିଚେଲ ମାର୍ଶଙ୍କ କରୋନା ପଜିଟିଭ୍ ଆସିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି ଅଷ୍ଟ୍ରେଲିଆ ଦଳ ଅଧିନାୟକ ବିନା ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ କି? ମିଚେଲ ମାର୍ଶ ପ୍ରଥମ ମ୍ୟାଚ […] The post ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ୍ appeared first on Dharitri Odia News.
ସିଡ଼ନୀ,୮।୨: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଶୁକ୍ରବାର ଅର୍ଥାତ୍ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପାଇଁ ଖରାପ ଖବର ଆସିଛି। ବାସ୍ତବରେ ଦଳର ଅଧିନାୟକ ମିଚେଲ ମାର୍ଶଙ୍କ କରୋନା ପଜିଟିଭ୍ ଆସିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି ଅଷ୍ଟ୍ରେଲିଆ ଦଳ ଅଧିନାୟକ ବିନା ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ କି? ମିଚେଲ ମାର୍ଶ ପ୍ରଥମ ମ୍ୟାଚ ଖେଳିବେ କି ନାହିଁ ତାହା ଉପରେ ଏକ ଅପ୍ଡେଟ ମଧ୍ୟ ଜାରି କରାଯାଇଛି।
ମିଚେଲ ମାର୍ଶଙ୍କୁ କରୋନା ପଜିଟିଭ ବିଷୟରେ ସୂଚନା ଦେଇ କ୍ରିକେଟ ଡଟ କମ ଏହାର ଅଫିସିଆଲ ଏକ୍ସ ଆକାଉଣ୍ଟରୁ କହିଛି ଯେ ଅଷ୍ଟ୍ରେଲୀୟ ଅଧିନାୟକ ମିଚେଲ ମାର୍ଶ କୋଭିଡ ପଜିଟିଭ ହୋଇଛନ୍ତି। ତେବେ ସେ ହୋବାର୍ଟରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଖେଳୁଥିବା ଦେଖିବାକୁ ମିଳିବ। ମାର୍ଶ ମ୍ୟାଚ ସମୟରେ ଏକ ଅଲଗା ଡ୍ରେସିଂ ରୁମ ବ୍ୟବହାର କରିବେ। ମ୍ୟାଚ ସମୟରେ ସେ ପଡ଼ିଆରେ ଦୂରତା ବଜାୟ ରଖିବେ। ଏହି ବିବୃତ୍ତି ପରେ ଜଣାପଡୁଛି ଯେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ ତାଙ୍କୁ ଖେଳୁଥିବା ଦେଖିବାକୁ ମିଳିବ। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚରେ ମିଚେଲ ମାର୍ଶଙ୍କୁ ହରାଇବାକୁ ଯାଉନାହିଁ।
The post ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ୍ appeared first on Dharitri Odia News.