କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ
ନୂଆଦିଲ୍ଲୀ,୨୬।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) କଂଗ୍ରେସକୁ ଭାଜପା ସହ ମିଶିଥିବା ଅଭିଯୋଗ କରିଛି। ଏଥିସହ ଅନ୍ୟ ଦଳ ସହ କଥା ହେବା ପରେ ସେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଏହି ମିଳିତ ମଞ୍ଚରୁ ହଟାଇବାକୁ ଧମକ ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଇଣ୍ଡିଆ ମେଣ୍ଟ ବିଷୟରେ ଆମ ଆଦମୀ […] The post କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) କଂଗ୍ରେସକୁ ଭାଜପା ସହ ମିଶିଥିବା ଅଭିଯୋଗ କରିଛି। ଏଥିସହ ଅନ୍ୟ ଦଳ ସହ କଥା ହେବା ପରେ ସେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଏହି ମିଳିତ ମଞ୍ଚରୁ ହଟାଇବାକୁ ଧମକ ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।
ଇଣ୍ଡିଆ ମେଣ୍ଟ ବିଷୟରେ ଆମ ଆଦମୀ ପାର୍ଟିର କଥାବାର୍ତ୍ତା ଉପରେ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି, ଆମେ ଭଇଣ୍ଡିଆ ମେଣ୍ଟକୁ ନେଇ ଚିନ୍ତିତ। ଆମେ ଇଣ୍ଡିଆ ସହଯୋଗୀ ଦଳର ସମର୍ଥକ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟର ନେତୃତ୍ୱ ହସ୍ତାନ୍ତର କରିବାକୁ ଟିଏମସିର ଦାବିରେ ଯୋଗଦେବାକୁ ବାରଣ କରିଥିବା ଏଏପି ଗୁରୁବାର (ଡିସେମ୍ବର ୨୬) ଅରବିନ୍ଦ କେଜରିୱାଲଙ୍କୁ ‘ବିରୋଧୀ’ ବୋଲି କହି କଂଗ୍ରେସର ଦିଲ୍ଲୀ ୟୁନିଟ ନେତାଙ୍କ ଉପରେ ଆକ୍ରମଣ କରିଛି।
The post କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ appeared first on Dharitri Odia News.