ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ,୨୪।୮: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଆଜି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ମହଙ୍ଗା ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଘରୋଇ କମ୍ପାନୀଗୁଡିକ କିଛି ଦିନ ପୂର୍ବରୁ ସେମାନଙ୍କ ଯୋଜନାକୁ ୬୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବିଏସ୍‌ଏନ୍‌ଲ ଏକ ଯୋଜନା ଆରମ୍ଭ କରିଛି, ଯାହା ଘରୋଇ କମ୍ପାନୀ ତୁଳନାରେ ବହୁତ ଶସ୍ତା ଏବଂ ଏଥିରେ ଗୋଟିଏ ବର୍ଷ ପାଇଁ ପ୍ରତିଦିନ ୩ ଜିବି […] The post ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା appeared first on Dharitri Odia News.

ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ,୨୪।୮: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଆଜି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ମହଙ୍ଗା ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଘରୋଇ କମ୍ପାନୀଗୁଡିକ କିଛି ଦିନ ପୂର୍ବରୁ ସେମାନଙ୍କ ଯୋଜନାକୁ ୬୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବିଏସ୍‌ଏନ୍‌ଲ ଏକ ଯୋଜନା ଆରମ୍ଭ କରିଛି, ଯାହା ଘରୋଇ କମ୍ପାନୀ ତୁଳନାରେ ବହୁତ ଶସ୍ତା ଏବଂ ଏଥିରେ ଗୋଟିଏ ବର୍ଷ ପାଇଁ ପ୍ରତିଦିନ ୩ ଜିବି ଡାଟା ଉପଲବ୍ଧ।
ବିଏସ୍‌ଏନ୍‌ଲର ଏହି ଯୋଜନାର ମୂଲ୍ୟ ୨,୯୯୯ ଟଙ୍କା ରଖାଯାଇଛି। ଏହି ଯୋଜନାରେ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ପାଇବେ। ଏଥିରେ ରୋମିଂ ମାଗଣା କଲିଂ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବିଏସ୍‌ଏନ୍‌ଲର ଏହି ଯୋଜନା ପ୍ରତିଦିନ ୩ ଜିବି ହାଇ ସ୍ପିଡ ଡାଟା ସହିତ ଆସିଥାଏ।
ଦୈନିକ ଡାଟା ଶେଷ ହେବା ପରେ, ଏହାର ସ୍ପିଡ୍‌ ୪୦କେବିପିଏସ୍‌ ହେବ। ଏହି ଯୋଜନାରେ, ପ୍ରତିଦିନ ୧୦୦ଟି ମାଗଣା SMS ଉପଲବ୍ଧ ଏବଂ ବୈଧତା ହେଉଛି ୩୬୫ ଦିନ। ୩ ଜିବି ପ୍ଲାନ୍‌ରର ପ୍ରାରମ୍ଭିକ ମୂଲ୍ୟ ୧୧ ଟଙ୍କା ଏବଂ ସବୁଠାରୁ ମହଙ୍ଗା ଯୋଜନାର ମୂଲ୍ୟ ୩୦୦୦ ଟଙ୍କା।
ନିକଟରେ ବିଏସ୍‌ଏନ୍‌ଲ ୬୬୬ ଟଙ୍କା ଯୋଜନା ପ୍ରସ୍ତୁତ କରିଛି,ଯେଉଁଥିରେ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଉପଲବ୍ଧ। ଏହା ବ୍ୟତୀତ ୧୦୫ ଦିନର ମୋଟ ବୈଧତା ଉପଲବ୍ଧ। ବିଏସ୍‌ଏନ୍‌ଲର ଏହି ଯୋଜନା ପ୍ରତିଦିନ ୨ଜିବି ଡାଟା ସହିତ ଆସିଥାଏ। ୨୧୦ ଜିବି ଡାଟା ପାଇବେ। ଡାଟା ସରିଯିବା ପରେ ଇଣ୍ଟରନେଟ ସ୍ପିଡ ୪୦କେବିପିଏସ୍‌ ହେବ।

The post ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା appeared first on Dharitri Odia News.