ରିଲାଏନ୍ସ ଇଣ୍ଡଷ୍ଟ୍ରିର ଐତିହାସିକ ସଫଳତା
ନୂଆଦିଲ୍ଲୀ,୧୪।୨(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଆଇଏଲ୍) ପ୍ରଥମ ଭାରତୀୟ କମ୍ପାନୀ ଭାବେ ପୁଞ୍ଜିବଜାରରେ ୨୦ଲକ୍ଷ କୋଟି ଟଙ୍କା ସମ୍ପତ୍ତିରେ ପହଞ୍ଚତ୍ଛି। ଏପରିକି ପୁଞ୍ଜିବଜାରରେ ପଞ୍ଜୀକୃତ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏହି ଐତିହାସିକ ସଫଳତା ଲାଭ କରିଛି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଶେୟାର ବଜାର କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର୍ଆଇଏଲ୍ର ଫଳାଫଳ ଉଚ୍ଚ ରହିବା ସହ ପ୍ରାୟ ୨%ର କାରବାର ଅଭିବୃଦ୍ଧି ଘଟିଥିଲା। ଫଳରେ ଆର୍ଆଇଏଲ୍ର ବଜାର ପୁଞ୍ଜି […] The post ରିଲାଏନ୍ସ ଇଣ୍ଡଷ୍ଟ୍ରିର ଐତିହାସିକ ସଫଳତା appeared first on Dharitri Odia News.
ନୂଆଦିଲ୍ଲୀ,୧୪।୨(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଆଇଏଲ୍) ପ୍ରଥମ ଭାରତୀୟ କମ୍ପାନୀ ଭାବେ ପୁଞ୍ଜିବଜାରରେ ୨୦ଲକ୍ଷ କୋଟି ଟଙ୍କା ସମ୍ପତ୍ତିରେ ପହଞ୍ଚତ୍ଛି। ଏପରିକି ପୁଞ୍ଜିବଜାରରେ ପଞ୍ଜୀକୃତ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏହି ଐତିହାସିକ ସଫଳତା ଲାଭ କରିଛି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଶେୟାର ବଜାର କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର୍ଆଇଏଲ୍ର ଫଳାଫଳ ଉଚ୍ଚ ରହିବା ସହ ପ୍ରାୟ ୨%ର କାରବାର ଅଭିବୃଦ୍ଧି ଘଟିଥିଲା। ଫଳରେ ଆର୍ଆଇଏଲ୍ର ବଜାର ପୁଞ୍ଜି ୨୦,୦୧,୨୭୯.୭୨ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଦିନର ବଜାର ମୂଲ୍ୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ରେ ୨୯୨୮.୯୫ ଟଙ୍କାରୁ ଆରମ୍ଭ ହୋଇ ୨୯୫୭.୮୦ ଟଙ୍କାରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏସ୍ଏନ୍ଇ) ରେ ୨୯୨୬.୨୦ ଟଙ୍କାରୁ ଆରମ୍ଭ ହୋଇ ୨୯୫୮ ଟଙ୍କାରେ କାରବାର ଶେଷ କରିଥିଲା। ଅପରପକ୍ଷରେ ଆର୍ଆଇଏଲ୍ର ପୂର୍ବଦିନ କାରବାର ଶେଷ ସୁଦ୍ଧା କମ୍ପାନୀର ବଜାର ମୂଲ୍ୟ ୧୯,୮୧,୬୩୫.୭୨ କୋଟି ଟଙ୍କାରେ ଥିଲା। ସେହିଭଳି କ୍ରମାଗତ ଭାବେ ପୁଞ୍ଜିବଜାରରେ ଉନ୍ନତ ପ୍ରଦର୍ଶନ ସହିତ ଗତ ୩ ମାସ ମଧ୍ୟରେ ପ୍ରାୟ ୨୯% ଅଭିବୃଦ୍ଧି ଯୋଗୁ କମ୍ପାନୀ ଏହି ସଫଳତା ମିଳିଛି। ଏପରିକି ଆର୍ଆଇଏଲ୍ର ଷ୍ଟକ୍ ୫୨ମାସର ସର୍ବାଧିକ ମୂଲ୍ୟରେ କାରବାର ସହ ନୂତନ ମାଇଲଖୁଣ୍ଟ ହାସଲ କରିପାରିଛି।
The post ରିଲାଏନ୍ସ ଇଣ୍ଡଷ୍ଟ୍ରିର ଐତିହାସିକ ସଫଳତା appeared first on Dharitri Odia News.