ସବୁଠୁ ଡେଙ୍ଗା, ଗେଡ଼ା କୁକୁରର ଭେଟ
ୱାଶିଂଟନ: ଆମେରିକାର ଇଡାହୋରେ ବିଶ୍ୱର ସବୁଠାରୁ ଡେଙ୍ଗା କୁକୁର ରେଗିନାଲ୍ଡ ଓ ସବୁଠାରୁ ଗେଡ଼ା କୁକୁର ପର୍ଲ ଶନିବାର ପରସ୍ପରକୁ ଭେଟିଛନ୍ତି। ରେଗିନାଲ୍ଡର ବୟସ ୭ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ୩ ଫୁଟ ୪ ଇଞ୍ଚ ରହିଛି। ସେହିପରି ପର୍ଲର ବୟସ ୪ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ମାତ୍ର ୩.୫୯ ଇଞ୍ଚ ରହିଛି। ସମ୍ପ୍ରତି ଉଭୟଙ୍କର ନାମ ବିଶ୍ୱର ସବୁଠାରୁ ଡେଙ୍ଗା ଏବଂ ଗେଡ଼ା କୁକୁର ଭାବେ ଗିନିଜ୍ ୱାଲର୍ଡ ରେକଡ୍ସର୍ର୍ରେ ସ୍ଥାନିତ […] The post ସବୁଠୁ ଡେଙ୍ଗା, ଗେଡ଼ା କୁକୁରର ଭେଟ appeared first on Dharitri Odia News.
ୱାଶିଂଟନ: ଆମେରିକାର ଇଡାହୋରେ ବିଶ୍ୱର ସବୁଠାରୁ ଡେଙ୍ଗା କୁକୁର ରେଗିନାଲ୍ଡ ଓ ସବୁଠାରୁ ଗେଡ଼ା କୁକୁର ପର୍ଲ ଶନିବାର ପରସ୍ପରକୁ ଭେଟିଛନ୍ତି। ରେଗିନାଲ୍ଡର ବୟସ ୭ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ୩ ଫୁଟ ୪ ଇଞ୍ଚ ରହିଛି। ସେହିପରି ପର୍ଲର ବୟସ ୪ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ମାତ୍ର ୩.୫୯ ଇଞ୍ଚ ରହିଛି। ସମ୍ପ୍ରତି ଉଭୟଙ୍କର ନାମ ବିଶ୍ୱର ସବୁଠାରୁ ଡେଙ୍ଗା ଏବଂ ଗେଡ଼ା କୁକୁର ଭାବେ ଗିନିଜ୍ ୱାଲର୍ଡ ରେକଡ୍ସର୍ର୍ରେ ସ୍ଥାନିତ ରହିଛି। ରେଗିନାଲ୍ଡ ଗ୍ରେଟ୍ ଡେନ୍ ପ୍ରଜାତିର କୁକୁର ହୋଇଥିବା ବେଳେ ପର୍ଲ ହେଉଛି ଚିହୁଆହୁଆ ପ୍ରଜାତିର କୁକୁର।
ରେଗିନାଲ୍ଡର ଘରେ ଯେତେବେଳେ ପର୍ଲ ଓ ତା’ର ମାଲିକାଣୀ ଭାନେସା ସେମଲର ପହଞ୍ଚିଥିଲେ, ସେତେବେଳେ ରେଗିନାଲ୍ଡ ନିଜ ଅତିଥିଙ୍କୁ ଜୋର୍ସୋର୍ରେ ସ୍ବାଗତ କରିଥିଲା। ଉଭୟ କୁକୁରଙ୍କ ଏହି ସାକ୍ଷାତ୍ ଖୁବ୍ ସ୍ବତନ୍ତ୍ର ଥିଲା ଏବଂ ଏବେ ଏହି ସାକ୍ଷାତ୍ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉଭୟ କୁକୁର ଏକାଠି ଖେଳୁଥିବା ଏବଂ ମଜା କରୁଥିବାର ଦେଖିବାକୁ ମିଳୁଛି। ରେଗିନାଲ୍ଡର ମାଲିକ ସାମ୍ ଜନସନ କହିଛନ୍ତି, ଯେବେଠାରୁ ସେ ରେଗିନାଲ୍ଡକୁ ପାଳିଛନ୍ତି ସେବେଠାରୁ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ରେଗିନାଲ୍ଡ ଦ୍ରୁତ ଗତିରେ ବଢ଼ିଥିଲା ଏବଂ ଅତ୍ୟଧିକ ଡେଙ୍ଗା ହୋଇଯାଇଥିଲା। ତେବେ ଏତେ ଡେଙ୍ଗା ଏବଂ ଆକାରରେ ବଡ଼ ହୋଇଥିଲେ ମଧ୍ୟ ରେଗିନାଲ୍ଡ ହୃଦୟରୁ ଏବେ ବି ଏକ ଛୋଟ କୁକୁର ଛୁଆ ପରି ବ୍ୟବହାର କରେ ବୋଲି ସାମ୍ କହିଛନ୍ତି। ପର୍ଲର ମାଲିକାଣୀ ଭାନେସା କହିଛନ୍ତି, ଚିହୁଆହୁଆ ପ୍ରଜାତିର ଅନ୍ୟ କୁକୁରଙ୍କ ତୁଳନାରେ ପର୍ଲ ଅତ୍ୟନ୍ତ ଶାନ୍ତ ସ୍ବଭାବର। ପର୍ଲକୁ ଛାଡ଼ି ତାଙ୍କର ୩ ଅନ୍ୟ କୁକୁର ମଧ୍ୟ ରହିଛନ୍ତି। ତେବେ ପର୍ଲ ତାଙ୍କର ସବୁଠାରୁ ଛୋଟ କୁକୁର ବୋଲି ଭାନେସା କହିଛନ୍ତି। ପର୍ଲ ଏବଂ ରେଗିନାଲ୍ଡ ପରସ୍ପରକୁ ଭେଟିବା ସମୟରେ ଉଭୟେ ପ୍ରଥମ ଥର ପାଇଁ ଭେଟୁଥିବା ପରି ମନେ ହେଉ ନ ଥିଲା। ତେଣୁ ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ଭାନେସା କହିଛନ୍ତି। ଉଭୟ ରେଗିନାଲ୍ଡ ଓ ପର୍ଲର ଅନନ୍ୟ ବନ୍ଧୁତାକୁ ସୋସିଆଲ ମିଡିଆରେ ୟୁଜର୍ସମାନେ ବେଶ୍ ପସନ୍ଦ କରିଛନ୍ତି।
The post ସବୁଠୁ ଡେଙ୍ଗା, ଗେଡ଼ା କୁକୁରର ଭେଟ appeared first on Dharitri Odia News.