ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୧୦.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ରାସ୍ତା ନିର୍ମାଣ, କାର୍ଯ୍ୟ ଶେଷ ହେଲେ…
କେସିଙ୍ଗା,୪ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ମଶାଣିବନ୍ଧ-ରେଙ୍ଗାଲିଗ୍ରାମକୁ ସଂଯୋଗ କରୁଥିବା ଆର୍ଡିରାସ୍ତା ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା ପ୍ରକାଶ ପାଇଛି। ଫଳରେ ଜୋଲକୋ ଗ୍ରାମର ଜାତୀୟ ରାଜପଥ ୨୬ଠାରୁ ଲଇତରା, କାଣ୍ଡେଲ, ମଶାଣିବନ୍ଧ ଓ ରେଙ୍ଗାଲି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୪.୫ କିମି ରାସ୍ତା ନିର୍ମାଣ ପାଇଁ […] The post ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୧୦.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ରାସ୍ତା ନିର୍ମାଣ, କାର୍ଯ୍ୟ ଶେଷ ହେଲେ… appeared first on Dharitri Odia News.
କେସିଙ୍ଗା,୪ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ମଶାଣିବନ୍ଧ-ରେଙ୍ଗାଲିଗ୍ରାମକୁ ସଂଯୋଗ କରୁଥିବା ଆର୍ଡିରାସ୍ତା ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା ପ୍ରକାଶ ପାଇଛି। ଫଳରେ ଜୋଲକୋ ଗ୍ରାମର ଜାତୀୟ ରାଜପଥ ୨୬ଠାରୁ ଲଇତରା, କାଣ୍ଡେଲ, ମଶାଣିବନ୍ଧ ଓ ରେଙ୍ଗାଲି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୪.୫ କିମି ରାସ୍ତା ନିର୍ମାଣ ପାଇଁ ୧୦.୫ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ରହିଛି। କିଛି ଦିନ ପରେ ରାସ୍ତା ନିର୍ମାଣ ଶେଷ ହୋଇଗଲେ ମଶାଣିବନ୍ଧ, ରେଙ୍ଗାଲି, ରୁପ୍ରା, ଧରାମାଲ,କାଣ୍ଡେଲ, ଲଇତରା ଆଦି ଗ୍ରାମର ହଜାର ହଜାର ଲୋକଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ପାଇବେ। ଏହି ରାସ୍ତା ଦୀର୍ଘ ଦିନରୁ ଖାଲ ଢ଼ିପ, ହୋଇ ରହିଥିଲା। ବର୍ଷା ଋତୁରେ ଲୋକମାନେ କେସିଙ୍ଗା, ଭବାନୀପାଟଣା ସହର କିମ୍ବା ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ହସ୍ପିଟାଲ ନେବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। କାଣ୍ଡେଲ ନିକଟରେ ଜମି ବିବାଦକୁ ନେଇ ପ୍ରାୟ ୨୦୦ ଫୁଟ ରାସ୍ତା ଅର୍ଦ୍ଧ ର୍ନିମିତ ଅବସ୍ଥାରେ ଦୀର୍ଘ ଦିନ ହେଲା ପଡ଼ିରହିଛି। ସେହି ରାସ୍ତାକୁ ସମାଧାନ କରି ନିର୍ମାଣ କରିବା ପାଇଁ ଗ୍ରାମବାସୀ ଆର୍ଡି ବିଭାଗର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ନିକଟରେ ଦାବି କରିଛନ୍ତି। ଜୋଲକୋ ଗ୍ରାମଠାରୁ ରେଙ୍ଗାଲି ବଜାର ଛକ ଯାଏ ରାସ୍ତା ସମ୍ପୂର୍ଣ୍ଣ ହେଲେ ଅଞ୍ଚଳବାସୀ ଗମନାଗମନ କ୍ଷେତ୍ରରେ ବହୁ ଉପକୃତ ହେବେ। ସେଥିପାଇଁ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଖାତିର ନ କରି ଜେସିବି, ଟ୍ରାକ୍ଟର ଦାରା ରାସ୍ତା କାମ ଜୋରସୋରରେ ନିର୍ମାଣାଧୀନ ରହିଛି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଖିଶ୍ୟାମ ନାଏକଙ୍କୁ ପଚାରିବାରୁ କେତେକ ରାସ୍ତାରେ ଜମି ବିବାଦକୁ ନେଇ ରାସ୍ତା କାମ ଅଟକି ରହିଥିଲା। ଏଣୁ ଏଣିକି ରାସ୍ତା କାମରେ ବ୍ୟାହତ ହେବ ନାହିଁ, ଯୁଦ୍ଧ କାଳୀନଭିତ୍ତିରେ ୧୮ ଫୁଟ ଓସାର ବିଶିଷ୍ଟ ରାସ୍ତା କାମ ଶେଷ ହେବ। ଅଞ୍ଚଳବାସୀ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ।
The post ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୧୦.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ରାସ୍ତା ନିର୍ମାଣ, କାର୍ଯ୍ୟ ଶେଷ ହେଲେ… appeared first on Dharitri Odia News.