ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍
ଦାରିଙ୍ଗବାଡି, ୭।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ୧ ବୁଲାଣି ରାସ୍ତାରେ ଗାଡିଟି ବୁଲାଇ ନ ପାରି ଅଟକି ରହିଛି। ଫଳରେ ଉକ୍ତ ଘାଟି ଉପରେ ଏକାଧିକ ଯାତ୍ରୀବାହୀ ବସ ସମେତ ଅନ୍ୟ ଗାଡି ଗୁଡିକ ଅଟକି ରଖିଛି। ଉକ୍ତ ଜାତୀୟପଥ ଦେଇ ଦାରିଙ୍ଗବାଡି, ବାଲିଗୁଡା, ଭବାନୀପାଟଣା, ରାଇପୁରଠାରୁ ବ୍ରହ୍ମପୁରକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସକାଳ ସମୟରେ ବ୍ରହ୍ମପୁର ମେଡିକାଲକୁ ଯାଉଥିବା ବ୍ୟକ୍ତି […] The post ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍ appeared first on Dharitri Odia News.
ଦାରିଙ୍ଗବାଡି, ୭।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ୧ ବୁଲାଣି ରାସ୍ତାରେ ଗାଡିଟି ବୁଲାଇ ନ ପାରି ଅଟକି ରହିଛି। ଫଳରେ ଉକ୍ତ ଘାଟି ଉପରେ ଏକାଧିକ ଯାତ୍ରୀବାହୀ ବସ ସମେତ ଅନ୍ୟ ଗାଡି ଗୁଡିକ ଅଟକି ରଖିଛି। ଉକ୍ତ ଜାତୀୟପଥ ଦେଇ ଦାରିଙ୍ଗବାଡି, ବାଲିଗୁଡା, ଭବାନୀପାଟଣା, ରାଇପୁରଠାରୁ ବ୍ରହ୍ମପୁରକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସକାଳ ସମୟରେ ବ୍ରହ୍ମପୁର ମେଡିକାଲକୁ ଯାଉଥିବା ବ୍ୟକ୍ତି ମାନେ ଘାଟିରେ ଅଟକି ହଇରାଣ ଭୋଗୁଛନ୍ତି।
ସୂଚନାଯୋଗ୍ୟ ଯେ, ଉକ୍ତ ଘାଟି ଅଣ ଓସାରିଆ ରାସ୍ତା ହୋଇଥିବାବେଳେ ତାର ସମ୍ପ୍ରସାରଣ ହେବାରେ ଅହେତୁକ ବିଳମ୍ବ ହେଉଛି। ପ୍ରାୟ ୭ ଶହ କୋଟି ଟଙ୍କା ଅନୁଦାନ ପାଇଁ ଗତବର୍ଷ କେନ୍ଦ୍ର ସରକାର ଘୋଷଣା କରିଥିଲେ। ସୁଦ୍ଧା କୌଣସି କାରଣରୁ ଉକ୍ତ ଘାଟି ସମ୍ପ୍ରସାରଣ ହୋଇପାରିନି। ପ୍ରାୟ ୧୫ କିମି ଘାଟି ରାସ୍ତାରେ କେବଳ ଅଙ୍କାବଙ୍କା ରାସ୍ତା ରହିଥିବାରୁ ସେହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଜାତୀୟ ରାଜପଥ ପକ୍ଷରୁ ଉକ୍ତ ଘାଟି ରାସ୍ତାରେ ଭାରୀଯାନ ନେବାକୁ ବାରଣ କରିବା ସହ ଘାଟି ପୂର୍ବରୁ ଉଭୟପଟୁ ବିଜ୍ଞାପନ ବୋର୍ଡ ଲଗାଇଛି। କିନ୍ତୁ କୌଣସି ଭାରୀଯାନ ମାନୁ ନ ଥିବା ଜଣାପଡିଛି। ଫଳରେ ସାଧାରଣ ଲୋକ ହଇରାଣ ଭୋଗୁଛନ୍ତି।
The post ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍ appeared first on Dharitri Odia News.