ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ
ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି, ଯେଉଁଥିରେ ଫଟୋ ସହିତ ୧୧ ଜଣଙ୍କ ନାମ ରହିଛି। ଏହି ତାଲିକା “ଇସ୍ରାଏଲ୍ ଆତଙ୍କବାଦୀଙ୍କୁ ଶେଷ କରିବାର ତାଲିକା” ଭାବରେ ପ୍ରକାଶ କରାଯାଇଛି। ଏହି ପଦକ୍ଷେପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାକୁ […] The post ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି, ଯେଉଁଥିରେ ଫଟୋ ସହିତ ୧୧ ଜଣଙ୍କ ନାମ ରହିଛି। ଏହି ତାଲିକା “ଇସ୍ରାଏଲ୍ ଆତଙ୍କବାଦୀଙ୍କୁ ଶେଷ କରିବାର ତାଲିକା” ଭାବରେ ପ୍ରକାଶ କରାଯାଇଛି। ଏହି ପଦକ୍ଷେପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାକୁ ଆହୁରି ବଢାଇପାରେ।
ସମ୍ପ୍ରତି ଇରାନ ଇସ୍ରାଏଲ ଉପରେ ପ୍ରାୟ ୨୦୦ ଟି କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ମଧ୍ୟରୁ ଅନେକ ଇରାନର ଅଞ୍ଚଳରେ ହିଁ ପଡିଥିଲା ବେଳେ ଅନ୍ୟ କିଛି ଇସ୍ରାଏଲର କିଛି ସହରଗୁଡିକ ଉପରେ ପଡିଥିଲା। ଇରାନର ବିରୋଧୀ ଦଳଙ୍କ କହିବାନୁସାରେ, ଇଫଫାନ୍ ଏବଂ ଜାନଜାନ୍ ଭଳି ଅଞ୍ଚଳରେ ଇରାନର କେତେକ କ୍ଷେପଣାସ୍ତ୍ର ଖସି ପଡ଼ିଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଉତ୍ତର ଏବଂ ଦକ୍ଷିଣ ଭାଗରେ ହାଇ ଆଲର୍ଟ ଜାରି କରିଛି।
ଇରାନର ଗୁପ୍ତଚର ମନ୍ତ୍ରଣାଳୟ ହିବ୍ରୁ ଭାଷାରେ ଏକ ଧମକ ଦେଇଛି ଯେ ସେମାନେ ଖୁବ ଶୀଘ୍ର ଇସ୍ରାଏଲର ସୁରକ୍ଷା ପ୍ରତିଷ୍ଠାନର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀଙ୍କୁ ହଟାଇବେ। ଯେତେବେଳେ ଲେବାନନରେ ହିଜବୁଲାର ମୁଖ୍ୟାଳୟ ଉପରେ ଆକ୍ରମଣରେ ଇସ୍ରାଏଲ୍ ସେନା ସଂଗଠନ ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ହତ୍ୟା କରିଥିଲା ସେତେବେଳେ ଇରାନ ଏହାର ନିଷ୍ପତି ଶୁଣାଇ ଦେଇଥିଲା। ତେବେ ଇରାନ ଏହି କ୍ଷେପଣାସ୍ତ୍ର ଆକ୍ରମଣକୁ ହାମାସର ରାଜନୈତିକ ନେତା ଇସମାଇଲ ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ବୋଲି ବର୍ଣ୍ଣନା କରିଛି।
ତେବେ ଇରାନ ଜାରି କରିଥିବା ହିଟ୍ ଲିଷ୍ଟର ପ୍ରଥମ ନାଁ ଇସ୍ରାଏଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରହିଥିବା ବେଳେ ତାଙ୍କ ପଛକୁ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ, ଜେନେରାଲ୍ ଷ୍ଟାଫ୍ ମୁଖ୍ୟ ହର୍ଜି ହାଲେଭି, ଇସ୍ରାଏଲ୍ ବାୟୁସେନାର କମାଣ୍ଡର ଟୋମର ବାର୍, ଇସ୍ରାଏଲ୍ ନୌସେନାର କମାଣ୍ଡର ସାର ସଲାମା, ସ୍ଥଳସେନା ମୁଖ୍ୟ ତାମିର ଯାଦାଇ, ଜେନେରାଲ୍ ଷ୍ଟାଫ୍ ଡେପୁଟି ଚିଫ୍ ଆମୀର ବାରାମ, ମିଲିଟାରୀ ଇଣ୍ଟେଲିଜେନ୍ସର ମୁଖ୍ୟ ଆହାରନ୍ ହାଲିଭା, ନର୍ଥ କମାଣ୍ଡର ମୁଖ୍ୟ ଓରି ଗର୍ଡିନ,
ସେଣ୍ଟ୍ରାଲ୍ କମାଣ୍ଡର ମୁଖ୍ୟ ୟେହୁଦା ଫକ୍ସ, ସାଉଥ୍ କମାଣ୍ଡର ମୁଖ୍ୟ ଏଲିଜେର୍ ଟୋଲେଡାନୋ ରହିଛନ୍ତି।
The post ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ appeared first on Dharitri Odia News.