ସୁରକ୍ଷା କର୍ମୀଙ୍କୁ ଠିକ୍‌ ଭାବେ ମିଳୁନି ଦରମା, ଜିଲାପାଳଙ୍କୁ…

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ପ୍ରତି ଅଣଦେଖା ମନୋଭାବ ପୋଷଣ କରାଯାଉଛି। ସେମାନଙ୍କୁ ଠିକ୍‌ ଭାବେ ଦରମା ମିଳୁ ନ ଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ସୁରକ୍ଷାକର୍ମୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ଗୋୟଲଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରି ସେମାନଙ୍କ ଦାବି ପୂରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ଆସନ୍ତା […] The post ସୁରକ୍ଷା କର୍ମୀଙ୍କୁ ଠିକ୍‌ ଭାବେ ମିଳୁନି ଦରମା, ଜିଲାପାଳଙ୍କୁ… appeared first on Dharitri Odia News.

ସୁରକ୍ଷା କର୍ମୀଙ୍କୁ ଠିକ୍‌ ଭାବେ ମିଳୁନି ଦରମା, ଜିଲାପାଳଙ୍କୁ…

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ପ୍ରତି ଅଣଦେଖା ମନୋଭାବ ପୋଷଣ କରାଯାଉଛି। ସେମାନଙ୍କୁ ଠିକ୍‌ ଭାବେ ଦରମା ମିଳୁ ନ ଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ସୁରକ୍ଷାକର୍ମୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ଗୋୟଲଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରି ସେମାନଙ୍କ ଦାବି ପୂରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ସେମାନେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ସୁରକ୍ଷାକର୍ମୀମାନେ ଏକ ଘରୋଇ ସଂସ୍ଥା ତତ୍ତ୍ୱାବଧାନରେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରିଆସୁଛନ୍ତି। ସେମାନେ ସୁଚାରୁଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିବାବେଳେ ସମ୍ପୃକ୍ତ ସଂସ୍ଥା ସୁରକ୍ଷାକର୍ମୀଙ୍କୁ ଠିକ୍‌ ଭାବେ ସେମାନଙ୍କ ପ୍ରାପ୍ୟ ଦରମା ପ୍ରଦାନ କରୁନାହିଁ। ପ୍ରତ୍ୟେକ ମାସ ଦରମା ଦେବା ବଦଳରେ ପ୍ରତି ୩ମାସ ବ୍ୟବଧାନରେ ଦରମା ଦିଆଯାଉଛି ବୋଲି ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ସେହିପରି ବର୍ଦ୍ଧିତ ଦରମା ଦିଆଯାଉନାହିଁ। କିନ୍ତୁ ସମ୍ପୃକ୍ତ ସଂସ୍ଥା ୧ହଜାର ଟଙ୍କା ଲେଖାଏଁ କାଟି ରଖୁଥିବା ଅଭିଯୋଗ ହୋଇଛି।
ଏହା ସହିତ ପି.ଏଫ୍‌, ଇଏସ୍‌ଆଇ ଏପର୍ଯ୍ୟନ୍ତ କ୍ଲିୟର ହୋଇ ନ ଥିବା ସୁରକ୍ଷାକର୍ମୀମାନେ କହିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ସଂସ୍ଥାର ଟେଣ୍ଡର ଅବଧି ସରିଯାଇଥିବା ସତ୍ତ୍ୱେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ପୁଣି ରଖାଯାଇଛି ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ କଲେ କାର୍ଯ୍ୟରୁ ବହିଷ୍କାର କରିଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଉଗ୍ରସେନ କୁମ୍ଭାର, ତାପସ ପ୍ରଧାନ, ଯଦୁପତି ସାହୁଙ୍କ ସମେତ ବହୁସଂଖ୍ୟକ ସୁରକ୍ଷାକର୍ମୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସେମାନେ ସୂଚନା ଦେଇଛନ୍ତି।

The post ସୁରକ୍ଷା କର୍ମୀଙ୍କୁ ଠିକ୍‌ ଭାବେ ମିଳୁନି ଦରମା, ଜିଲାପାଳଙ୍କୁ… appeared first on Dharitri Odia News.