‘ଅଟଳ ସେତୁ’ର ଉଦଘାଟନ କଲେ ମୋଦି, ୧୫ ମିନିଟରେ ଶେଷ ହେବ ୨ ଘଣ୍ଟାର ଯାତ୍ରା
ମୁମ୍ବାଇ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ପ୍ରଥମେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନାସିକରେ ଏକ ରୋଡ ଶୋ ଆୟୋଜନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ତାଙ୍କ ସହ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୁମ୍ବାଇର […] The post ‘ଅଟଳ ସେତୁ’ର ଉଦଘାଟନ କଲେ ମୋଦି, ୧୫ ମିନିଟରେ ଶେଷ ହେବ ୨ ଘଣ୍ଟାର ଯାତ୍ରା appeared first on Dharitri Odia News.
ମୁମ୍ବାଇ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ପ୍ରଥମେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଥିଲେ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନାସିକରେ ଏକ ରୋଡ ଶୋ ଆୟୋଜନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ତାଙ୍କ ସହ ଥିବା ଦେଖିବାକୁ ମିଳିଥିଲା।
ଏହା ପରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ମେକଓଭର କରୁଥିବା ଭାରତର ସବୁଠାରୁ ଲମ୍ବା କୁହାଯାଉଥିବା ସମୁଦ୍ର ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବର୍ ଲିଙ୍କ- ଏମଟିଏଚଏଲ (ଅଟଳ ସେତୁ) କୁ ମଧ୍ୟ ଉଦଘାଟନ କରିଛନ୍ତି, ଯାହା ଭାରତର ଦୀର୍ଘତମ ସମୁଦ୍ର ସେତୁ ଭାବରେ ପରିଗଣିତ ହେବ ।
The post ‘ଅଟଳ ସେତୁ’ର ଉଦଘାଟନ କଲେ ମୋଦି, ୧୫ ମିନିଟରେ ଶେଷ ହେବ ୨ ଘଣ୍ଟାର ଯାତ୍ରା appeared first on Dharitri Odia News.