ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ, ଏହି କାମ ପାଇଁ ଭାରତ ଆସିଥିଲା ଅଭିଯୁକ୍ତ
ମୁମ୍ବାଇ,୧୯ା୧: ୧୬ ଜାନୁଆରୀ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଥାଣେରୁ ଗିରଫ କରାଯାଇଛି। ତାଙ୍କୁ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦ ବୋଲି ଚିହ୍ନଟ କରାଯାଇଛି। ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ ଅଭିଯୁକ୍ତ ଜଣେ ବାଂଲାଦେଶୀ ବଂଶୋଦ୍ଭବ। ଆମେ ଖୁବ୍ […] The post ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ, ଏହି କାମ ପାଇଁ ଭାରତ ଆସିଥିଲା ଅଭିଯୁକ୍ତ appeared first on Dharitri Odia News.
ମୁମ୍ବାଇ,୧୯ା୧: ୧୬ ଜାନୁଆରୀ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଥାଣେରୁ ଗିରଫ କରାଯାଇଛି। ତାଙ୍କୁ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦ ବୋଲି ଚିହ୍ନଟ କରାଯାଇଛି।
ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ ଅଭିଯୁକ୍ତ ଜଣେ ବାଂଲାଦେଶୀ ବଂଶୋଦ୍ଭବ। ଆମେ ଖୁବ୍ ଶୀଘ୍ର ତାଙ୍କର ଡାକ୍ତରୀ ପରୀକ୍ଷା କରାଇବୁ ଏବଂ ତା’ପରେ, ଆମେ ତାଙ୍କୁ କୋର୍ଟରେ ହାଜର କରିବୁ। ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ କୋର୍ଟରୁ ରିମାଣ୍ଡରେ ନେବ।
ଡିସିପି ଦୀକ୍ଷିତ ଗେଡାମ କହିଛନ୍ତି ଯେ ଅଭିଯୁକ୍ତଙ୍କ ପାଖରୁ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନାହିଁ। ତେଣୁ, ପୋଲିସ ତାଙ୍କ ବିରୁଦ୍ଧରେ ପାସପୋର୍ଟ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ସେ ୫-୬ ମାସ ପୂର୍ବରୁ ମୁମ୍ବାଇ ଆସିଥିଲେ ଏବଂ ଏକ ହାଉସକିପିଂ ଏଜେନ୍ସିରେ କାମ କରୁଥିଲେ।
ତେବେ ଅଭିଯୁକ୍ତ ପୂର୍ବରୁ ସୈଫଙ୍କ ଘରକୁ ଆସିଥିଲେ କି? ପ୍ରଶ୍ନରେ ଡିସିପି ଗେଡାମ କହିଛନ୍ତି ଯେ ଆମ ପାଖରେ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ନାହିଁ। ଆମେ ବିଶ୍ୱାସ କରୁଛୁ ଯେ ସେ ପ୍ରଥମ ଥର ପାଇଁ ସୈଫଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ।
The post ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ, ଏହି କାମ ପାଇଁ ଭାରତ ଆସିଥିଲା ଅଭିଯୁକ୍ତ appeared first on Dharitri Odia News.