ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା

ରାୟଗଡ଼ା/ଟିକିରି,୧୫।୧୨(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତିଙ୍କ ସହ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ସହ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ମୃତ ଅଟୋ ଚାଳକ ଜଣଙ୍କ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ […] The post ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା appeared first on Dharitri Odia News.

ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା

ରାୟଗଡ଼ା/ଟିକିରି,୧୫।୧୨(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତିଙ୍କ ସହ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ସହ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ମୃତ ଅଟୋ ଚାଳକ ଜଣଙ୍କ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗରିଡି ଗ୍ରାମର ବଳରାମ ଖରା ବୋଲି ଜଣାପଡିଛି। ସେ ଦୀର୍ଘଦିନ ଧରି ଦୋରାଗୁଡାସ୍ଥିତ ଆରଆର କଲୋନୀରେ ରହୁଥିଲେ। ପୋଲିସ ପକ୍ଷରୁ ସାଇଣ୍ଟଫିକ ଟିମ୍ ଡକାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ମୁତାବକ, ମୃତ ବ୍ୟକ୍ତି ବଳରାମ ଅଟୋ ଭଡା ପାଇଁ ଫୁଲଜବା ନିକଟସ୍ଥ ଏକ ଗ୍ରାମକୁ ଯାଇ ଫେରୁଥିବା ସମୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

The post ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା appeared first on Dharitri Odia News.