ଆଉଟ୍‌ ସୋର୍ସିଂ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବି

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଓଡ଼ିଶା ସରକାରୀ ଆଉଟ୍‌ ସୋର୍ସିଂ କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ଥିବା ଆଉଟ ସୋର୍ସିଂ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ବୁଧବାର ମୁଜାଗଡ଼ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ୍‌ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଆଉଟ ସୋର୍ସିଂ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଥିଲା। ଦାବିଗୁଡ଼ିକ ହେଲା ଆଉଟ୍‌ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, ସମସ୍ତଙ୍କୁ […] The post ଆଉଟ୍‌ ସୋର୍ସିଂ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବି appeared first on Dharitri Odia News.

ଆଉଟ୍‌ ସୋର୍ସିଂ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବି

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଓଡ଼ିଶା ସରକାରୀ ଆଉଟ୍‌ ସୋର୍ସିଂ କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ଥିବା ଆଉଟ ସୋର୍ସିଂ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ବୁଧବାର ମୁଜାଗଡ଼ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ୍‌ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଆଉଟ ସୋର୍ସିଂ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଥିଲା। ଦାବିଗୁଡ଼ିକ ହେଲା ଆଉଟ୍‌ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି, ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ପ୍ରମୁଖ। ସରକାର ଦାବିଗୁଡ଼ିକ ତୁରନ୍ତ ପୂରଣ କରନ୍ତୁ। ନଚେତ୍‌ ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କର୍ମଚାରୀମାନେ ଭୁବନେଶ୍ୱରରେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ କର୍ମଚାରୀମାନେ ନିଷ୍ପତ୍ତି ନେଇଛନ୍ତି। ଆଜିର ଏହି ବିକ୍ଷୋଭରେ ମିଖାଇଲ ନାଇକ, ପ୍ରମୋଦ ବିଷୋୟୀ, ଭିକାରୀ ବିଷୋୟୀ, ସାଗର ସାହୁ, ସତ୍ୟ ନାରାୟଣ ମହାରଣା, ରଞ୍ଜନ ନାଇକ, ସ୍ନେହଲତା ଦାସ ପ୍ରମୁଖ ଭାଗ ନେଇଥିଲେ।

The post ଆଉଟ୍‌ ସୋର୍ସିଂ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବି appeared first on Dharitri Odia News.