ପୂଜା-ଆଳତି ପରେ ଜ୍ଞାନବ୍ୟାପୀରେ ଭିଡ଼, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ପରିସରର ତଳମହଲାରେ ପୂଜା ପାଠ ପରେ ଏବେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ଏବଂ ପୂଜା କରିବା ପାଇଁ ଏଠାରେ ପହଞ୍ଚିଥିବାରୁ, ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି। ଅବଶ୍ୟ ଶ୍ରଦ୍ଧାଳୁଙ୍କୁ ତଳମହଲାର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ। କେବଳ ବାହାରୁ ଦର୍ଶନ କରୁଛନ୍ତି ଲୋକେ । ସୂଚନାଥାଉକି, ଗୁରୁବାର ଠାରୁ ଜ୍ଞାନବ୍ୟାପୀ ମସଜିଦ୍‌ର ବ୍ୟାସ ଜୀ ବେସମେଣ୍ଟରେ ଗୌରୀ-ଗଣେଶଙ୍କ ପୂଜା ଅର୍ଚ୍ଚନା ପରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମଳିଛି। ଗୁରୁବାର, କାଶୀ ବିଶ୍ବନାଥ ମନ୍ଦିର ପ୍ରଶାସନ ପୂଜା କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛନ୍ତି। ଦିନରେ ପାଞ୍ଚ ଥର ଏଠାରେ ପୂଜା-ଆଳତି ହେବ। ପ୍ରଥମ ମଙ୍ଗଳ ଆଳତି ସକାଳ ସାଢ଼େ ତିନିଟାରେ ହେବ, ଯେତେବେଳେକି ଅନ୍ତିମ ପୂଜା ରାତି ୧୦ଟାରେ ହେବ। ଆହୁରି ପଢ଼ନ୍ତୁ: ଜ୍ଞାନବାପୀ ମସଦିଜ୍ ତଳମହଲାରେ ଆରମ୍ଭ ହେଲା ପୂଜାପାଠ, ସାମ୍ନାକୁ ଆସିଲା ପ୍ରଥମ Video ସୂଚନାଥାଉକି, ବୁଧବାର ବାରାଣସୀ ଜିଲ୍ଲା ଡଜ୍‌ ଡା. ଅଜୟ କୃଷ୍ଣ ବିଶ୍ବେଶ ବ୍ୟାସ ପରିବାରର ସଦସ୍ୟ ଶୈଳେନ୍ଦ୍ର କୁମାର ପାଠକଙ୍କ ଯାଚିକା ଉପରେ ନିଷ୍ପତ୍ତି ଶୁଣାଇ ବ୍ୟାସଜୀ ବେସମେଣ୍ଟରେ ପୂଜା ପାଠ କରିବା ଅଧିକାର ତାଙ୍କୁ ଦେଇଥିଲା। କୋର୍ଟ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଥିଲେ ଯେ, ସାତ ଦିନରେ ବ୍ୟାସ ବେସମେଣ୍ଟରେ ନିୟମିତ ପୂଜା

ପୂଜା-ଆଳତି ପରେ ଜ୍ଞାନବ୍ୟାପୀରେ ଭିଡ଼, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ପରିସରର ତଳମହଲାରେ ପୂଜା ପାଠ ପରେ ଏବେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ଏବଂ ପୂଜା କରିବା ପାଇଁ ଏଠାରେ ପହଞ୍ଚିଥିବାରୁ, ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି। ଅବଶ୍ୟ ଶ୍ରଦ୍ଧାଳୁଙ୍କୁ ତଳମହଲାର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ। କେବଳ ବାହାରୁ ଦର୍ଶନ କରୁଛନ୍ତି ଲୋକେ ।

ସୂଚନାଥାଉକି, ଗୁରୁବାର ଠାରୁ ଜ୍ଞାନବ୍ୟାପୀ ମସଜିଦ୍‌ର ବ୍ୟାସ ଜୀ ବେସମେଣ୍ଟରେ ଗୌରୀ-ଗଣେଶଙ୍କ ପୂଜା ଅର୍ଚ୍ଚନା ପରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମଳିଛି। ଗୁରୁବାର, କାଶୀ ବିଶ୍ବନାଥ ମନ୍ଦିର ପ୍ରଶାସନ ପୂଜା କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛନ୍ତି। ଦିନରେ ପାଞ୍ଚ ଥର ଏଠାରେ ପୂଜା-ଆଳତି ହେବ। ପ୍ରଥମ ମଙ୍ଗଳ ଆଳତି ସକାଳ ସାଢ଼େ ତିନିଟାରେ ହେବ, ଯେତେବେଳେକି ଅନ୍ତିମ ପୂଜା ରାତି ୧୦ଟାରେ ହେବ।

ଆହୁରି ପଢ଼ନ୍ତୁ: ଜ୍ଞାନବାପୀ ମସଦିଜ୍ ତଳମହଲାରେ ଆରମ୍ଭ ହେଲା ପୂଜାପାଠ, ସାମ୍ନାକୁ ଆସିଲା ପ୍ରଥମ Video

ସୂଚନାଥାଉକି, ବୁଧବାର ବାରାଣସୀ ଜିଲ୍ଲା ଡଜ୍‌ ଡା. ଅଜୟ କୃଷ୍ଣ ବିଶ୍ବେଶ ବ୍ୟାସ ପରିବାରର ସଦସ୍ୟ ଶୈଳେନ୍ଦ୍ର କୁମାର ପାଠକଙ୍କ ଯାଚିକା ଉପରେ ନିଷ୍ପତ୍ତି ଶୁଣାଇ ବ୍ୟାସଜୀ ବେସମେଣ୍ଟରେ ପୂଜା ପାଠ କରିବା ଅଧିକାର ତାଙ୍କୁ ଦେଇଥିଲା। କୋର୍ଟ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଥିଲେ ଯେ, ସାତ ଦିନରେ ବ୍ୟାସ ବେସମେଣ୍ଟରେ ନିୟମିତ ପୂଜା ପାଠକୁ ନେଇ ବ୍ୟବସ୍ଥା କରାନ୍ତୁ। ଏହା ସହ ବ୍ୟାସ ପରିବାର ଏବଂ କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟ ସହ ମିଶି ଏକ ପୂଜାରୀଙ୍କ ଚୟନ କରନ୍ତୁ, ସେ ସେଠାରେ ନିୟମିତ ପୂଜା ପାଠ କରିବେ।

The post ପୂଜା-ଆଳତି ପରେ ଜ୍ଞାନବ୍ୟାପୀରେ ଭିଡ଼, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ appeared first on Prameya News7.