ଭୁବନେଶ୍ବର ପରେ ସମ୍ବଲପୁର ରାଜରାସ୍ତାରେ ଭାଇଗିରି, କାର୍ ଉପରେ ବସି ପତାକା ଉଡାଇ ଭିଡିଓ କଲେ ଯୁବକ

ଭୁବନେଶ୍ବର ୨୬।୯: ଭୁବନେଶ୍ବର ଭଳି ସମ୍ବଲପୁର ରାଜରାସ୍ତାରେ ଭାଇଗିରି । ରାସ୍ତା କବ୍ଜା କରି କାର୍ ଉପରେ ବସି ପତାକା ଉଡାଇ ଭିଡିଓ କଲେ ଯୁବକ । କାର୍ ବୋନେଟ୍ ଉପରେ ୨ ଜଣ, କାର୍‌ର ୪ଟି ଡୋର୍‌ରେ ୪ ଜଣ ବସିବା ସହ ଜଣେ ଭିଡିଓ ସୁଟ୍ କରୁଥିବା ଭିଡିଓରେ ନଜରକୁ ଆସିଛି । ଘଟଣାଟି ଖୋଦ୍ ଜିଲ୍ଲାପାଳ କାର୍ଯ୍ଯାଳୟ ପଛପଟେ ଘଟିଥିବା ବେଳେ ଏସ୍‌ପି ଅଫିସ ଓ କାର୍ଯ୍ଯାଳୟରୁ ମାତ୍ର ୨୦୦ ମିଟର ଭିତରେ ଘଟିଛି । ଏହାସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।ଏହି ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ଏସ୍‌ପି କହିଛନ୍ତି । ଏହା ସହ ଅନ୍ଯ ଜଣଙ୍କୁ ମଧ୍ଯ ଅଟକ ରଖାଯାଇଛି । ସେହିପରି କାର୍‌କୁ ମଧ୍ଯ ଜବତ କରାଯାଇଥିବା ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ଅନ୍ଯମାନଙ୍କୁ ମଧ୍ଯ ଅତିଶୀଘ୍ର ଗିରଫ କରିଯିବ ବୋଲି ଏସ୍‌ପି କହିଛନ୍ତି ।You Can Read:କ’ଣ ପାଇଁ ବାନ୍ଧବୀଙ୍କୁ ମାରିଲା ସାନ ଭାଇକୁ ସବୁ କହିଥିଲା ମୁକ୍ତି, ମା’ ଆଗରେ ବି ବଖାଣିଥିଲା ଘଟଣା

ଭୁବନେଶ୍ବର ପରେ ସମ୍ବଲପୁର ରାଜରାସ୍ତାରେ ଭାଇଗିରି, କାର୍ ଉପରେ ବସି ପତାକା ଉଡାଇ ଭିଡିଓ କଲେ ଯୁବକ

ଭୁବନେଶ୍ବର ୨୬।୯: ଭୁବନେଶ୍ବର ଭଳି ସମ୍ବଲପୁର ରାଜରାସ୍ତାରେ ଭାଇଗିରି । ରାସ୍ତା କବ୍ଜା କରି କାର୍ ଉପରେ ବସି ପତାକା ଉଡାଇ ଭିଡିଓ କଲେ ଯୁବକ । କାର୍ ବୋନେଟ୍ ଉପରେ ୨ ଜଣ, କାର୍‌ର ୪ଟି ଡୋର୍‌ରେ ୪ ଜଣ ବସିବା ସହ ଜଣେ ଭିଡିଓ ସୁଟ୍ କରୁଥିବା ଭିଡିଓରେ ନଜରକୁ ଆସିଛି । ଘଟଣାଟି ଖୋଦ୍ ଜିଲ୍ଲାପାଳ କାର୍ଯ୍ଯାଳୟ ପଛପଟେ ଘଟିଥିବା ବେଳେ ଏସ୍‌ପି ଅଫିସ ଓ କାର୍ଯ୍ଯାଳୟରୁ ମାତ୍ର ୨୦୦ ମିଟର ଭିତରେ ଘଟିଛି । ଏହାସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।

ଏହି ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ଏସ୍‌ପି କହିଛନ୍ତି । ଏହା ସହ ଅନ୍ଯ ଜଣଙ୍କୁ ମଧ୍ଯ ଅଟକ ରଖାଯାଇଛି । ସେହିପରି କାର୍‌କୁ ମଧ୍ଯ ଜବତ କରାଯାଇଥିବା ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ଅନ୍ଯମାନଙ୍କୁ ମଧ୍ଯ ଅତିଶୀଘ୍ର ଗିରଫ କରିଯିବ ବୋଲି ଏସ୍‌ପି କହିଛନ୍ତି ।

You Can Read:

କ’ଣ ପାଇଁ ବାନ୍ଧବୀଙ୍କୁ ମାରିଲା ସାନ ଭାଇକୁ ସବୁ କହିଥିଲା ମୁକ୍ତି, ମା’ ଆଗରେ ବି ବଖାଣିଥିଲା ଘଟଣା